ଭାଜପା ରାଜ୍ୟରେ ସରକାର ଗଢ଼ିଛିି, ହେଲେ ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ: ସୋଫିଆ

କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚଳିତବର୍ଷ କଂଗ୍ରେସ ଟିକେଟରେ ଲଢ଼ି ସୋଫିଆ ଫିର୍ଦ୍ଦୋସ୍‌ ପ୍ରଥମଥର ପାଇଁ ବିଧାୟିକା ହୋଇଛନ୍ତି। ସେ ଭାଜପାର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସୋଫିଆ ୫୩,୩୩୯ ଖଣ୍ଡ ଭୋଟ ପାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ୪୫,୩୩୮ ଖଣ୍ଡ ଭୋଟ ପାଇଥିଲେ।
୧୯୯୧ ଅଗଷ୍ଟ ୨୩ରେ କଟକ ମେହେନ୍ଦିପୁରଠାରେ ସୋଫିଆ ଜନ୍ମଗ୍ରହଣ କରିଥିଲେ। ଫିର୍ଦ୍ଦୋସିଆ ବାନୋ ଓ ମହମ୍ମଦ ମୋକିମଙ୍କ ସେ ବଡ଼ଝିଅ। ସୋଫିଆ କଟକସ୍ଥିତ ସେଣ୍ଟ୍‌ ଯୋଶେଫ ବାଳିକା ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ୨୦୦୭ରେ ରେଭେନ୍‌ଶା ଜୁନିୟର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୯ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ୨୦୧୩ରେ ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ନାମ ଲେଖାଇ ବି.ଟେକ୍‌ କରିଥିଲେ। ପାଠପଢ଼ା ପରେ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମାଣ ଓ ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ମେଟ୍ରୋ ଗ୍ରୁପରେ ସେ ଯୋଗଦେଇଥିଲେ। ଏବେ ମେଟ୍ରୋ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଭାବେ ସୋଫିଆ କାର୍ଯ୍ୟରତ ଅଛନ୍ତି। ଏଥିସହ ମୋକିମ ଫାଉଣ୍ଡେଶନର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି। ମହାମାରୀ ସମୟରେ ଏହି ଫାଉଣ୍ଡେଶନ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ, ଔଷଧ, ମାସ୍କ ପ୍ରଦାନ ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା। ତେବେ ପିତା ରାଜନୀତି କରୁଥିବାରୁ ସୋଫିଆ ପିଲାବେଳୁ ଏଥିପ୍ରତି ପ୍ରଭାବିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଛାତ୍ର ରାଜନୀତିରୁ ମୋକିମ ସକ୍ରିୟ ରହି ୨୦୧୯ରେ କଂଗ୍ରେସରୁ ଟିକେଟ ପାଇ ବାରବାଟୀ-କଟକ ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ହାଇକୋର୍ଟ ତାଙ୍କ ବିଧାୟକ ପଦ ରଦ୍ଦ କରିଥିଲେ। ତେଣୁ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ତାଙ୍କ ଝିଅଙ୍କୁ ଟିକେଟ ଦେବା ପାଇଁ ପ୍ରସ୍ତାବ ଦେବା ପରେ ଦଳ ସୋଫିଆଙ୍କୁ ୨୦୨୪ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା।

ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବାସିନ୍ଦା ସର୍ବଦା ନିଜ ମାଟିର ଲୋକଙ୍କ ହିତରେ ରହିଛନ୍ତି। ସେଥିପାଇଁ ଏଠାକାର ଜନସାଧାରଣ ୨୦୨୪ ନିର୍ବାଚନରେ ଭାଜପା ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ତାଙ୍କ ପିତାଙ୍କ ସମୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ସେଥିପାଇଁ ଲୋକମାନେ କଂଗ୍ରେସକୁ ଚୟନ କରିଛନ୍ତି। ଭାଜପା ରାଜ୍ୟରେ ସରକାର ଗଢ଼ିଛିି, ହେଲେ ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରିଜନିତ ସମସ୍ୟା ରହିଛି। ସେ ବିଧାୟିକା ନିର୍ବାଚିତ ହେବା ଦିନରୁ ଏସବୁ ଦିଗରେ କିଭଳି ଉନ୍ନତି ଆସିପାରିବ ସେଥିପାଇଁ କାର୍ଯ୍ୟ କରୁଛନ୍ତି। ଏହାସହ ସବୁଜ କଟକ ଗଢ଼ିବାର ଯେଉଁ ସ୍ବପ୍ନ ରହିଛି, ତାହା ମଧ୍ୟ ପୂରଣ କରାଯିବ। ସ୍ବର ଉଠାଇ ଦାବି ଉପସ୍ଥାପନା କରି ଲୋକଙ୍କ ପାଇଁ କାମ କରିବା ସମ୍ପୂର୍ଣ୍ଣ ନିଆରା। ଲୋକଙ୍କ ସହ କଂଗ୍ରେସ ପୂର୍ବରୁ ରହିଛି ଏବଂ ଆଗାମୀ ଦିନରେ ରହିଥିବ ବୋଲି ସେ କହିଛନ୍ତି।
ରିପୋର୍ଟ: ଶିଳ୍ପା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri