ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ ସପ୍ତାହ ହେଲା ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଉଛି। ଫଳରେ ଧନ୍‌ତେରସ୍‌ ବେଳେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୮୧,୦୦୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ଉପରେ କାରବାର ହେଉଥିଲା। ସେହିଭଳି ରୁପା କିଲୋଗ୍ରାମ (କେ.ଜି.) ପିଛା ପ୍ରାୟ ୧,୧୦,୦୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୬୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ୱରରେ ୨୪କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୮,୪୬୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୨,୦୦୦ଟଙ୍କା ଏବଂ ରୁପା କିଲୋଗ୍ରାମ ପିଛା ପ୍ରାୟ ୧,୦୨,୦୦୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ ସୁନା, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୯,୦୦୦ଟଙ୍କାରେ ମଧ୍ୟ ବିକ୍ରି ହେଉଛି ବୋଲି ରାଜ୍ୟର ପ୍ରମୁଖ ଗହଣା ବ୍ରାଣ୍ଡ ଖିମ୍‌ଜୀ, ଲାଲ୍‌ଚାନ୍ଦ, ଅରୁନ୍ଧତୀ, ତନିସ୍କ, ମାଲାବାର, ଜୟଆଲୁକ୍କାସ, କଲ୍ୟାଣ ଏବଂ ପି ସି ଚନ୍ଦ୍ରା ଜୁଏଲର୍ସ ଭଳି ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ୩ୟ ଦିନ ଲାଗି ମୂଲ୍ୟବାନ୍‌ ଅଳଙ୍କାର (ସୁନା, ରୁପା ହୀରା, ପ୍ଲାଟିନମ ଇତ୍ୟାଦି)ର ମୂଲ୍ୟ ହ୍ରାସ ହୋଇଛି। ଗୁରୁବାର ଭୁବନେଶ୍ୱରରେ ସୁନା ଦରରେ ପ୍ରାୟ ୨୦୦୦ ଟଙ୍କା ଏବଂ ରୁପା ମୂଲ୍ୟରେ ୫୦୦୦ ଟଙ୍କାରୁ ଅଧିକ ଏବଂ ପ୍ଲାଟିନମ ଓ ହୀରା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି।

ସେହିପରି ଗୁରୁବାର ନୂଆଦିଲ୍ଲୀରେ ମଧ୍ୟ ମୂଲ୍ୟବାନ୍‌ ଅଳଙ୍କାର ମୂଲ୍ୟରେ ପରିବର୍ତ୍ତନ ଘଟିଛି। ଏପରିକି ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୫୨୩ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୮୨୩ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ରୁପା କିଲୋଗ୍ରାମ ପିଛା ପ୍ରାୟ ୯୯,୧୦୦ ଟଙ୍କା ଥିଲାବେଳେ ୧୮କ୍ୟାରେଟ ସୁନା ଦର, ପ୍ଲାଟିନମ ଓ ହୀରା ଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଏପରିକି ଚେନ୍ନାଇ, ମୁମ୍ବାଇ ଏବଂ କୋଲକାତା ଭଳି ଦେଶର ପ୍ରମୁଖ ମହାନଗରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୮୦,୩୭୧ଟଙ୍କା, ୮୦,୩୭୭ ଟଙ୍କା ଏବଂ ୮୦,୩୭୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ମହାନଗରରେ ରୁପା କେ.ଜି. ପିଛା ପ୍ରାୟ ୧,୦୭,୦୦୦ଟଙ୍କା, ୯୮,୪୦୦ଟଙ୍କା ଏବଂ ୯୯,୯୦୦ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?