ଯାଜପୁର ଅଫିସ,୪ା୨: ଯାଜପୁର ସଦର ବ୍ଲକ୍‌ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ଭାସ୍କର ଜେନା ନିଜର ଅସୁସ୍ଥତା ଦର୍ଶାଇ ନିର୍ବାଚନରୁ ଓହରିଯିବା ପରେ ସେଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି । ବିଜେଡିରୁ ପ୍ରେମାନନ୍ଦ ଜେନା ଓ କଂଗ୍ରେସରୁ ଜଗତ କେତକୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଜପା ଜିଲା ସଭାପତି ଗୌତମ ରାୟଙ୍କ ଗଡ଼ରେ ଭାଜପା ହାତଟେକି ଦେଇ ପରାଜୟକୁ ସ୍ବୀକାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ମାଷ୍ଟର ଷ୍ଟ୍ରୋକ୍‌ରେ ଭାଜପା ଅସହାୟ ପ୍ରକାଶ କରିଛି। ଏହାର ପ୍ରଭାବ ଭାଜପା ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।
ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ପ୍ରମୁଖ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଦେଇଛନ୍ତି। କେବଳ ଯାଜପୁର ବ୍ଲକ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ନାହାନ୍ତି। ଏହି ଜୋନ୍‌ଟି ବିଜେଡି ପାଇଁ ଚିନ୍ତାର କାରଣ ଥିଲା ବୋଲି ଶୁଣିବାକୁ ମିଳିଥିଲା। ଜଣେ ଦକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଏହି ଜୋନ୍‌ ଭାଜପା ହାତକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ବିଜେଡିର ଚାଲ୍‌ରେ ଭାଜପା ପ୍ରାର୍ଥୀ ଜେନା ନିର୍ବାଚନରୁ ଓହରିଯାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୧୭ରେ ଗୌତମ ରାୟଙ୍କ ନେତୃତ୍ୱରେ ଭାଜପା ଜିଲାରେ ୬ ଜିଲା ପରିଷଦ ଆସନ ହାତେଇଥିଲା। ଅନ୍ୟ କେତେକ ଆସନରେ ଭାଜପା କଡା ଟକ୍କର ଦେଇଥିଲା। କଂଗ୍ରେସକୁ ପଛକୁ ଠେଲିଦେଇ ଦ୍ୱିତୀୟ ଦଳ ଭାବେ ଜିଲାରେ ଭାଜପା ଉଭା ହୋଇଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଭାଜପାର ଭୋଟହାର ବୃଦ୍ଧି ଘଟି ୪୦.୫%ରେ ପହଞ୍ଚି ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାଜପାର ୫ ବିଜୟୀ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିଥିଲେ। ଏପରିକି ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବିଜେଡିକୁ ଚାଲିଯାଇଥିଲେ। ଭାଜପା ଜିଲା ସଭାପତିଙ୍କ ନେତୃତ୍ୱର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳର କେତେଜଣ ନେତା ପ୍ରକାଶ କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଭାଜପାର ଭୋଟହାର ପୂର୍ବ ନିର୍ବାଚନ ଅପେକ୍ଷା ପ୍ରାୟ ୩ ଗୁଣ ବୃଦ୍ଧି ଘଟିଥିଲା। ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଅନ୍ୟପକ୍ଷେ ବିଜେଡିର ୨୮,୮୭୪ ଭୋଟ ଓ କଂଗ୍ରେସର ୬୨,୦୫୦ ଭୋଟ ହ୍ରାସ ପାଇଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବୃଦ୍ଧି ସେତେବେଳେ ବିଜେଡି ଶିବିରକୁ ଅସ୍ଥିର କରିଥିଲା। ଧର୍ମଶାଳା ବ୍ଲକରେ ବିଜେଡିକୁ ୭୫,୪୦୧ ଓ ଭାଜପାକୁ ୩୭,୯୪୪ ଭୋଟ ଓ କଂଗ୍ରେସକୁ ୧୬,୪୭୭ ଭୋଟ ମିଳିଥିଲା। ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦,୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮, ଯାଜପୁର ବ୍ଲକରେ ବିଜେଡି ୫୪,୯୧୨ ଓ ଭାଜପାକୁ ୨୭,୭୧୧ ଭୋଟ ମିଳିଥିଲା। ବିଞ୍ଝାରପୁର ବ୍ଲକରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ ମିଳିଥିଲା। କୋରେଇ ବ୍ଲକରେ ବିଜେଡି ୪୫୦୪୧, ଭାଜପା ୨୭,୬୪୨ ଓ କଂଗ୍ରେସକୁ ୨୦୯୩୩ ଭୋଟ ମିଳିଥିଲା। ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ ପାଇଥିଲା। ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ଏଠାରେ ଭାଜପାର ଭୋଟହାର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଘଟିଥିଲା। ତେବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ଭାଜପା ସେତେଟା ସଫଳତା ପାଇପାରି ନ ଥିଲା। ସୁକିନ୍ଦା ବ୍ଲକରେ ବିଜେଡିକୁ ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସ ୨୦,୨୩୩ ଭୋଟ ପାଇଥିଲା। ଦାନଗଦିରେ ମଧ୍ୟ ଭାଜପା ମାତ୍ର ୬୪୧୮ ଭୋଟ ପାଇଥିବାବେଳେ ବିଜେଡି ୩୫,୬୬୩ ଓ କଂଗ୍ରେସ ୨୭,୫୦୧ ଭୋଟ ପାଇଥିଲା। ବଡଚଣାରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା। ଏହି ଆକଳନ ଚଳିତ ନିର୍ବାଚନରେ ନିଶ୍ଚିତ ଭାବେ ପଟ ପରିବର୍ତ୍ତନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଭାଜପା ଦ୍ୱିତୀୟ ଦଳ ମାନ୍ୟତା ପାଇଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ ଓହରିଯିବା ଭାଜପା ପାଇଁ ଶୁଭଙ୍କର ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଭାଜପା ଜିଲା ସଭାପତି ଗୌତମ ରାୟ ଏହାକୁ ଅସ୍ବୀକାର କରିଛନ୍ତି। ଭାଜପାର ଭୋଟର ଏବେ ବି ସୁରକ୍ଷିତ ରହିଛନ୍ତି। ୨୯ ନମ୍ବର ଜୋନ୍‌ରେ ଜାଣିଶୁଣି କେହି ଓହରି ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri