ଭାଜପା ସଫଳତାରେ ବ୍ରେକ୍‌ ଲାଗିପାରେ

ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବଜାୟ ରହି ନ ପାରେ। କାରଣ ଜିଲାରେ ଇତିମଧ୍ୟରେ ଭାଜପାର କେତେଜଣ ତୁଙ୍ଗ ନେତା ବହୁ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି, ଯାହାକି ଭାଜପାର ଭୋଟହାର ବୃଦ୍ଧି ସଫଳତାରେ ବ୍ରେକ୍‌ ଲଗାଇପାରେ ବୋଲି ଆକଳନ କରାଯାଉଛି।
ଯାଜପୁର ଜିଲାରେ ଗତ ସାଧାରଣ ନିର୍ବାଚନର ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩% ଭୋଟ ପାଇଥିବାବେଳେ ୨୦୧୯ରେ ୪୦.୫%କୁ ଲମ୍ଫ ମାରିଥିଲା। ଏହି ଫଳାଫଳ ବିଜେଡି ପାଇଁ ସତର୍କଘଣ୍ଟି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଥିଲା। ଏହି ୨ ବର୍ଷ ମଧ୍ୟରେ ପରିସ୍ଥିତ ବଦଳି ଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବାବେଳେ ଏହା ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି।
୨୦୧୭ରେ ପଞ୍ଚାୟତ ନିର୍ବାଚନରେ ଭାଜପା ୬ଟି ଏବଂ ବିଜେଡି ୩୩ଟି ଜିଲା ପରିଷଦ ଆସନ ହାତେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ସହ ତୁଳନା କଲେ ଭାଜପାର ଭୋଟ ହାର ୧୬%ରୁ ପ୍ରାୟ ୩୧%କୁ ବୃଦ୍ଧି ଘଟିଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବିଜେଡି ଶିବିରକୁ ଅସ୍ଥିର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଜିଲାରେ କୌଣସି ଗୋଟିଏ ଆସନରେ ଜିତି ନ ଥିଲେ ମଧ୍ୟ ଭୋଟହାର ବୃଦ୍ଧି ଘଟିଥିଲା। ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା ା ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ। ଏହା କେବଳ ମୋଦି ହାୱା ଯୋଗୁ ହୋଇଥିବା ଅନେକେ କହିବା ସହ ସମ୍ପ୍ରତି ଦେଶରେ ଅର୍ଥନୈତିକ ଦୁଃସ୍ଥିତି, ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ଭାଜପା ପାଇଁ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ କହୁଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ଜିଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ଆବାସ ଦୁର୍ନୀତି ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଅନେକ ଲୋକହିତକର ଯୋଜନା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନ କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପା ଏସବୁ କ୍ଷେତ୍ରରେ ଉପଯୁକ୍ତ ଭାବେ ପ୍ରତିବାଦ କରିବାରେ ବିଫଳ ହୋଇଥିବାରୁ ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇବା ଆଶା କ୍ଷୀଣ ବୋଲି ମତପ୍ରକାଶ ପାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ଧର୍ମଶାଳା ବ୍ଲକରେ ବିଜେଡିକୁ ୭୫,୪୦୧ ଏବଂ ଭାଜପାକୁ ୩୭,୯୪୪ ଓ କଂଗ୍ରେସକୁ ୧୬,୪୭୭ ଭୋଟ ମିଳିଥିଲା। ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟହାର ବହୁଳ ମାତ୍ରାରେ ହ୍ରାସ ପାଇଥିଲା। ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦,୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮ ଭୋଟ ମିଳିଥିଲା। ସେହିପରି ଯାଜପୁର ବ୍ଲକରେ ବିଜେଡିକୁ ୫୪,୯୧୨ ଓ ଭାଜପାକୁ ୨୭,୭୧୧ ଭୋଟ ମିଳିଥିଲା। ଯାଜପୁର ଓ ଦଶରଥପୁର ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି। ବିଞ୍ଝାରପୁର ବ୍ଲକରେ ଭାଜପା ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। ଏଠାରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ ମିଳିଥିଲା। ସେହିପରି କୋରେଇ ବ୍ଲକରେ ବିଜେଡିକୁ ୪୫,୦୪୧, ଭାଜପାକୁ ୨୭,୬୪୨ ଓ କଂଗ୍ରେସକୁ ୨୦,୯୩୩ ଭୋଟ ମିଳିଥିଲା। ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ ପାଇଥିଲା। ଏଠାରେ ବ୍ୟବଧାନ ମାତ୍ର ୨ ହଜାର ରହିଥିଲା। ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ଭାଜପାକୁ ସେତେଟା ସଫଳତା ମିଳି ନ ଥିଲା। ସୁକିନ୍ଦା ବ୍ଲକରେ ବିଜେଡି ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସ ୨୦,୨୩୩ ଭୋଟ ପାଇଥିଲା। ଦାନଗଦିରେ ଭାଜପା ମାତ୍ର ୬୪୧୮ ଭୋଟ ପାଇଥିବାବେଳେ ବିଜେଡି ୩୫,୬୬୩ ଓ କଂଗ୍ରେସ ପ୍ରାର୍ଥୀ ୨୭,୫୦୧ ଭୋଟ ପାଇଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri