ଭାଜପା ସଫଳତାରେ ବ୍ରେକ୍‌ ଲାଗିପାରେ

ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବଜାୟ ରହି ନ ପାରେ। କାରଣ ଜିଲାରେ ଇତିମଧ୍ୟରେ ଭାଜପାର କେତେଜଣ ତୁଙ୍ଗ ନେତା ବହୁ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି, ଯାହାକି ଭାଜପାର ଭୋଟହାର ବୃଦ୍ଧି ସଫଳତାରେ ବ୍ରେକ୍‌ ଲଗାଇପାରେ ବୋଲି ଆକଳନ କରାଯାଉଛି।
ଯାଜପୁର ଜିଲାରେ ଗତ ସାଧାରଣ ନିର୍ବାଚନର ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩% ଭୋଟ ପାଇଥିବାବେଳେ ୨୦୧୯ରେ ୪୦.୫%କୁ ଲମ୍ଫ ମାରିଥିଲା। ଏହି ଫଳାଫଳ ବିଜେଡି ପାଇଁ ସତର୍କଘଣ୍ଟି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଥିଲା। ଏହି ୨ ବର୍ଷ ମଧ୍ୟରେ ପରିସ୍ଥିତ ବଦଳି ଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଥିବାବେଳେ ଏହା ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି।
୨୦୧୭ରେ ପଞ୍ଚାୟତ ନିର୍ବାଚନରେ ଭାଜପା ୬ଟି ଏବଂ ବିଜେଡି ୩୩ଟି ଜିଲା ପରିଷଦ ଆସନ ହାତେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ସହ ତୁଳନା କଲେ ଭାଜପାର ଭୋଟ ହାର ୧୬%ରୁ ପ୍ରାୟ ୩୧%କୁ ବୃଦ୍ଧି ଘଟିଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବିଜେଡି ଶିବିରକୁ ଅସ୍ଥିର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଜିଲାରେ କୌଣସି ଗୋଟିଏ ଆସନରେ ଜିତି ନ ଥିଲେ ମଧ୍ୟ ଭୋଟହାର ବୃଦ୍ଧି ଘଟିଥିଲା। ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା ା ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ। ଏହା କେବଳ ମୋଦି ହାୱା ଯୋଗୁ ହୋଇଥିବା ଅନେକେ କହିବା ସହ ସମ୍ପ୍ରତି ଦେଶରେ ଅର୍ଥନୈତିକ ଦୁଃସ୍ଥିତି, ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ଭାଜପା ପାଇଁ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ କହୁଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ଜିଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ଆବାସ ଦୁର୍ନୀତି ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଅନେକ ଲୋକହିତକର ଯୋଜନା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନ କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପା ଏସବୁ କ୍ଷେତ୍ରରେ ଉପଯୁକ୍ତ ଭାବେ ପ୍ରତିବାଦ କରିବାରେ ବିଫଳ ହୋଇଥିବାରୁ ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇବା ଆଶା କ୍ଷୀଣ ବୋଲି ମତପ୍ରକାଶ ପାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ଧର୍ମଶାଳା ବ୍ଲକରେ ବିଜେଡିକୁ ୭୫,୪୦୧ ଏବଂ ଭାଜପାକୁ ୩୭,୯୪୪ ଓ କଂଗ୍ରେସକୁ ୧୬,୪୭୭ ଭୋଟ ମିଳିଥିଲା। ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟହାର ବହୁଳ ମାତ୍ରାରେ ହ୍ରାସ ପାଇଥିଲା। ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦,୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮ ଭୋଟ ମିଳିଥିଲା। ସେହିପରି ଯାଜପୁର ବ୍ଲକରେ ବିଜେଡିକୁ ୫୪,୯୧୨ ଓ ଭାଜପାକୁ ୨୭,୭୧୧ ଭୋଟ ମିଳିଥିଲା। ଯାଜପୁର ଓ ଦଶରଥପୁର ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି। ବିଞ୍ଝାରପୁର ବ୍ଲକରେ ଭାଜପା ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। ଏଠାରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ ମିଳିଥିଲା। ସେହିପରି କୋରେଇ ବ୍ଲକରେ ବିଜେଡିକୁ ୪୫,୦୪୧, ଭାଜପାକୁ ୨୭,୬୪୨ ଓ କଂଗ୍ରେସକୁ ୨୦,୯୩୩ ଭୋଟ ମିଳିଥିଲା। ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ ପାଇଥିଲା। ଏଠାରେ ବ୍ୟବଧାନ ମାତ୍ର ୨ ହଜାର ରହିଥିଲା। ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ଭାଜପାକୁ ସେତେଟା ସଫଳତା ମିଳି ନ ଥିଲା। ସୁକିନ୍ଦା ବ୍ଲକରେ ବିଜେଡି ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସ ୨୦,୨୩୩ ଭୋଟ ପାଇଥିଲା। ଦାନଗଦିରେ ଭାଜପା ମାତ୍ର ୬୪୧୮ ଭୋଟ ପାଇଥିବାବେଳେ ବିଜେଡି ୩୫,୬୬୩ ଓ କଂଗ୍ରେସ ପ୍ରାର୍ଥୀ ୨୭,୫୦୧ ଭୋଟ ପାଇଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri