Posted inଜାତୀୟ

ଭାଜପା ସବୁଠୁ ଧନୀ ଦଳ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଜନତା ପାର୍ଟି (ଭାଜପା) ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ। ୨୦୧୯-୨୦ରେ ୭ ଜାତୀୟ ଦଳ ସମ୍ପତ୍ତିର ମୂଲ୍ୟ ୬,୯୮୮.୫୭ କୋଟି ଥିବାବେଳେ ସେଥିରୁ ଭାଜପାର ସମ୍ପତ୍ତି ହେଉଛି ୪,୮୪୭.୭୮ କୋଟି ଟଙ୍କା। ଅର୍ଥାତ୍‌ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଦଳଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଥିବା ମୋଟ ସମ୍ପତ୍ତିର ପ୍ରାୟ ୭୦% କେବଳ ଭାଜପା ପାଖରେ ରହିଛି। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏନ୍‌ଜିଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରୁ ଏହି ବିଷୟ ପ୍ରଘଟ ହୋଇଛି।
ଏଡିଆର୍‌ ଉକ୍ତ ରିପୋର୍ଟରେ ଦର୍ଶାଇଛି ଯେ, ୨୦୧୯-୨୦ରେ ୭ ଜାତୀୟ ଦଳ ପାଖରେ ମୋଟ ୬,୯୮୮.୫୭ କୋଟି ଟଙ୍କାର ସମ୍ପତ୍ତି ଥିଲା। ଏହାର ୬୯.୩୭% ଅର୍ଥାତ୍‌ ୪,୮୪୭.୭୮ କୋଟି ଟଙ୍କା ସମ୍ପତ୍ତି ହେଉଛି କେବଳ ଭାଜପାର। ଗୈରିକ ଦଳ ପଛକୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ରହିଥିଲା। ବିଏସ୍‌ପି ୬୯୮.୩୩ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହୋଇ ଦ୍ୱିତୀୟ ଧନୀ ଦଳ ପାଲଟିଥିଲା। ଏହି ଅବଧି ମଧ୍ୟରେ କଂଗ୍ରେସର ସମ୍ପତ୍ତି ମୂଲ୍ୟ ୫୮୮.୧୬ କୋଟି ହୋଇଥିବାବେଳେ ଭାରତର କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌) ୫୬୯.୫୧୯ କୋଟି ଟଙ୍କାର ସମ୍ପତ୍ତି ରଖିଥିଲା। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନିକଟରେ ୨୪୭.୭୮ କୋଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ୨୯.୭୮ କୋଟି ଏବଂ ଶରଦ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୮.୨୦ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତି ଘୋଷଣା କରିଥିବା ଏଡିଆର୍‌ କହିଛି। ଅନ୍ୟପକ୍ଷେ ଜାତୀୟ ଦଳଗୁଡ଼ିକ ଉପରେ ୭୪.୨୭ କୋଟି ଋଣ ଥିବାବେଳେ ତହିଁରୁ ସର୍ବାଧିକ ୪୯.୫୫ କୋଟି ଟଙ୍କା କେବଳ କଂଗ୍ରେସ ନେଇଛି। ୨୦୧୮-୧୯ରେ ୭ ଜାତୀୟ ଦଳ ମଧ୍ୟରୁ ଭାଜପାର ମୋଟ ସମ୍ପତ୍ତି ୫୪.୨୯% ବୃଦ୍ଧି ପାଇଥିବା ଏଡିଆର୍‌ର ୨୦୨୧ ବିଶ୍ଳେଷଣରୁ ଜଣାପଡ଼ିଛି।
ଅନୁରୂପ ଭାବେ ୪୪ ଆଞ୍ଚଳିକ ଦଳ ମଧ୍ୟ ସେମାନଙ୍କ ମୋଟ ସମ୍ପତ୍ତି ୨,୧୨୯.୩୮ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ପାଖରେ ସର୍ବାଧିକ ୫୬୩.୪୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ନିକଟରେ ୩୦୧.୪୭ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ଏଆଇଏଡିଏମ୍‌କେ ୨୬୭.୬୧ କୋଟିର ସମ୍ପତ୍ତି ରଖିଥିବା ଘୋଷଣା କରିଥିଲା। ସବୁଠୁ ୧୦ ଧନୀ ଦଳ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା (୧୮୫.୯୦ କୋଟି), ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ (୧୮୪.୨୪ କୋଟି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ୪୫.୦୯ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri