ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍‌ ନଂ ଜାରି କଲା ଭାଜପା

ଭୁବନେଶ୍ୱର, ୨ା୩(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଏହି କାରଣରୁ ବହୁ ସଂଖ୍ୟାରେ ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ର ବିଭିନ୍ନ ସହରରେ ଫସି ରହିଛନ୍ତି । ଆକ୍ରମଣ ଯୋଗୁ ଭୟଭୀତ ହୋଇ ଭାରତୀୟମାନେ ବର୍ତ୍ତମାନ ସୀମା ପାରହୋଇ ରୋମାନିଆ, ହଙ୍ଗେରି ଭଳି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଲୁଚି ରହିଛନ୍ତି। ୟୁକ୍ରେନ୍‌ଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାସହ ପ୍ରବାସୀ ଓଡ଼ିଆ ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ହେଲ୍ପଡେସ୍କ ଖୋଲାଯାଇଛି । ଫସିରହିଥିବା ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାର ସଦସ୍ୟମାନେ ସହାୟତା ପାଇଁ (+୯୧)୬୭୪-୨୩୯୩୯୫୫କୁ ଡାଏଲ କରି ଏବଂ ହ୍ବାଟ୍ସଆପ୍‌ ନମ୍ବର +୯୧-୬୩୭୦୯୫୪୨୦୩ ନମ୍ବରରେ ଦାୟିତ୍ୱରେ ଥିବା ରଶ୍ମିରଞ୍ଜନ କାନୁନ୍‌ଗୋ ଏବଂ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସହିତ ଯୋଗାଯୋଗ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ସେହିପରି ୟୁକ୍ରେନ୍‌ ଏବଂ ପଡ଼ୋଶୀ ରାଷ୍ଟ୍ରରେ ଫସି ରହିଥିବା ରାଜ୍ୟର ବିଭନ୍ନ ଜିଲାର ଶତାଧିକ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହିତ ସେମାନଙ୍କୁ ଓଡ଼ିଶାକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସମୀର ଓଡ଼ିଶା ଦାୟିତ୍ୱରେ ଥିବା ଭାଜପା ରାଷ୍ଟ୍ରୀୟ ସମ୍ପାଦକ ବିନୋଦ ତାବଡେଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି...

ଲିଖିତ ପ୍ରତିଶ୍ରୁତି ପରେ ଅଳିଆ ଉଠାଇଲା ବିଏମ୍‌ସି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ରାଜଧାନୀରେ ଅଳିଆ ଖିଲାପକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବିଏମ୍‌ସି। ଓଦା ଓ ଶୁଖିଲା ଅଳିଆକୁ ପୃଥକ କରି ବିଏମ୍‌ସି ସଫେଇ...

ଆଜି ଅକ୍ଷୟ ତୃତୀୟା: କରୋନା ପାଇଁ ଅଧୁରା ରହିବ ସୁନା କିଣାବିକା ସ୍ବପ୍ନ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଆଜି ଅକ୍ଷୟ ତୃତୀୟା। ଏହିଦିନଠାରୁ ସୁନା କିଣିବାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ଶୁଭ ବୋଲି ବିବେଚନା କରାଯାଏ। ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ...

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ, ପ୍ୟାକ୍ସ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୮।୧୧: ବରଗଡ଼ ଜିଲାରେ ଗତ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟ ସରକାର ଧାନ କିଣାବିକାରେ ଟୋକନ...

ଗୋଟିଏ ସ୍ଥାନରେ ୫ରୁ ଅଧିକ ଦୋକାନ ଥିଲେ ମିଳିବନି ଅନୁମତି

ଭୁବନେଶ୍ୱର,୧।୫(ବ୍ୟୁରୋ): ଦୋକାନ ଖୋଲିବା ନେଇ ବାରମ୍ବାର ଗାଇଡ୍‌ଲାଇନ୍‌ ଓ କଟକଣା ଲାଗୁ କରାଯାଉଥିବାରୁ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର...

ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା...

ଘୋଡ଼ା ସହ ଖେଳୁଛି ହାତୀ: ଶୁଣ୍ଢରେ ଧରି ଖାଲି କଚାଡ଼ୁଛି, ଭିଡିଓ ଦେଖିଲେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ବିଧାୟିକାଙ୍କୁ ୭ କି.ମି. ଚଲାଇଲେ ଲୋକେ

ଠାକୁରମୁଣ୍ଡା,୨୩।୧(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳବାସୀ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ୭ କି.ମି....

Advertisement
Archives

Model This Week