ସିବିଆଇ ତଦନ୍ତ ଦାବିକଲା ଭାଜପା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୋଷ ଘୋଡ଼ାଇବା ପାଇଁ ମୂଳରୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି। ହେଲେ ବିଚାର ବିଭାଗ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଥିବା ଭାଜପା ବିଧାୟକ ଦଳ ପକ୍ଷରୁ କୁହାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ୨୧ ମାସ ପରେ ହାଇକୋର୍ଟ ୧୮ ନଭେମ୍ବର ୨୦୧୯ରେ ୩ ଜଣିଆ ଏସ୍‌ଆଇଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରାଞ୍ଚଳ ଡିଆଇଜି, ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ୨୩ ଡିସେମ୍ବର ୨୦୧୯ରେ ଚୂଡ଼ାନ୍ତ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରିଥିଲା। ପ୍ରତିଦିନ ଶିଶୁ ଓ ମହିଳା ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି। ବିରୋଧୀଙ୍କ ଚାପରେ ରାଜ୍ୟ ସରକାର କେବଳ ଏସ୍‌ଆଇଟି ଗଠନ କରୁଥିଲେ ମଧ୍ୟ ଫଳ ଶୂନ ଆସୁଛି। ମମିତା ହତ୍ୟା ମାମଲାରେ ମଧ୍ୟ ରାଜ୍ୟ ସରକାର ଅପରାଧ ପଛର ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ କାମ କରୁଛନ୍ତି। ପୋଲିସ ଚଞ୍ଚକତା କରି ମାମଲାର ଷଡ଼ଯନ୍ତ୍ର ଦିଗକୁ ଲୁଚାଇ ତଦନ୍ତକୁ ବାଟବଣା କରୁଛି। ମମିତା ଘଟଣାରେ ତଦନ୍ତ ତଦାରଖ ପାଇଁ ହାଇକୋର୍ଟ ଅବସରପ୍ରାପ୍ତ ଜିଲାଜଜ୍‌ ଏ.ବି.ଏସ୍‌. ନାଇଡୁଙ୍କୁ ନିଯୁକ୍ତି କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପୂର୍ବ ତଦନ୍ତକାରୀ ସଂସ୍ଥା ମିଛ ତଦନ୍ତ ଓ ଭ୍ରମିତ ତଥ୍ୟ ପ୍ରମାଣ ଦେଇ ପ୍ରକୃତ ତଦନ୍ତକୁ ବାଟବଣା କରିବାର ଯଥେଷ୍ଟ ଆଶଙ୍କା ଅଛି। ଏସ୍‌ଆଇଟି ଗଠନ ହେଲେ ମଧ୍ୟ ପୂର୍ବ ଭଳି କୌଣସି ସୁଫଳ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସିବିଆଇ ତଦନ୍ତ ଉପଯୁକ୍ତ ହେବ। ତେଣୁ ତୁରନ୍ତ ସିବିଆଇ ତଦନ୍ତ କରାଯାଉ ବୋଲି ମୋହନ କହିଛନ୍ତି।
ଭାଜପା ବିଧାୟକଙ୍କ ଖବରଦାତା ସମ୍ମିଳନୀର ଜବାବରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ନିବେଦନକ୍ରମେ ମମିତା ହତ୍ୟା ମାମଲାର ତଦନ୍ତକୁ ତଦାରଖ ପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ଭାଜପାର ନ୍ୟାୟିକ ବ୍ୟବସ୍ଥା ଉପରେ କୌଣସି ଭରସା ନାହିଁ। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଭାଜପା ଯାହା କହିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଉଚ୍ଚ ନ୍ୟାୟାଳୟ ଦ୍ୱାରା ତଦାରଖ ହେଲେ ତଦନ୍ତରୁ ନ୍ୟାୟ ମିଳିବ ନାହିଁ ଦର୍ଶାଇ ଭାଜପା ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଭାଜପା ନ୍ୟାୟାଳୟ ଅପେକ୍ଷା ସିବିଆଇ ଉପରେ ଅଧିକ ଭରସା କରୁଛି । ଉଚ୍ଚ ନ୍ୟାୟାଳୟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ସେମାନେ ଅଦାଲତଙ୍କ ଅବମାନନା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ, ମମିତାଙ୍କ ପିତାମାତା ନିଜେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଚରିତ୍ର ସଂହାର ନ କରିବାକୁ ରାଜନୈତିକ ଦଳଙ୍କୁ ନିବେଦନ କରିଥିଲେ। ମାତ୍ର ଭାଜପା ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପୂରଣ ଲାଗି ବାରମ୍ବାର ଏହି ପ୍ରସଙ୍ଗର ରାଜନୀତୀକରଣ କରି ମମିତାଙ୍କ ପରିବାରକୁ ମାନସିକ ଆଘାତ ଦେଇ ଚାଲିଛି ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri