ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ୪ ରାଜ୍ୟ ସଭା ଆସନ ପାଇଁ ବିଜେଡ଼ି ରବିବାର ପ୍ରାର୍ଥୀ ଘୋଷଣା କରିଛି। ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ସସ୍ମିତ୍‌ ପାତ୍ରଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଏ ନେଇ ବିଜେଡ଼ି ପକ୍ଷରୁ ପ୍ରେସ୍‌ରିଲିଜ୍‌ ଜାରି ହୋଇଛି।

ଓଡିଶାରୁ ରାଜ୍ୟ ସଭାରେ ୪ଟି ଆସନ ଖାଲି ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ. ଭାସ୍କର ରାଓ, ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଥିବାବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯାହାପରେ ଓଡିଶାରୁ ମୋଟ ୪ଟି ଆସନ ଖାଲି ରହିଛି।