ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର ୨୮ ବର୍ଷ ଇତିହାସରେ ପ୍ରଥମ ଥର ଅଧ୍ୟକ୍ଷା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏହାପୁଣି ସିଧାସଳଖ ନିର୍ବାଚନ ହୋଇଥିବାରୁ ଘୋଡ଼ାବେପାରରୁ ନେତାଙ୍କୁ ମୁକ୍ତି ମିଳିଛି। କିନ୍ତୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଉପାଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୭ ତାରିଖରେ ନିର୍ବାଚନ ହେଉଥିବାରୁ ବିଜେଡିର ବିଜୟୀ ୧୫ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। କାଉନସିଲରମାନେ ଉପାଧ୍ୟକ୍ଷ ବାଛିବାର ନିୟମ ରହିଥିବାରୁ ଆଶାୟୀମାନେ ଏବେଠାରୁ ନେତାଙ୍କ ନିକଟରେ ଭିଡ଼ କରୁଥିବା ଦେଖିବାକୁ ମିଳିଛି।
ବ୍ୟାସନଗର ମ୍ୟୁନିସିପାଲିଟିରେ ୧୫ଟିରେ ବିଜେଡି, ୫ଟିରେ କଂଗ୍ରେସ, ୩ଟିରେ ଭାଜପା ଓ ୩ଟିରେ ସ୍ବାଧୀନ କାଉନସିଲର ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ହିଁ ଉପାଧ୍ୟକ୍ଷ ପଦବୀ ହାତେଇବା ନିଶ୍ଚିତ ହୋଇଛି। କିନ୍ତୁ ବିଗତ ଦିନର ଅଭିଜ୍ଞତାରୁ ନିର୍ବାଚନ ପରେ କାଉନସିଲରଙ୍କ ଉପରେ ଦଳୀୟ ନିୟନ୍ତ୍ରଣ ରହୁ ନ ଥିବା ଦେଖାଯାଇଛି। ଏହି ପରିସ୍ଥିତିରେ କଂଗ୍ରେସ ମଧ୍ୟ ବିଜେଡିର କିଛି କାଉନସିଲରଙ୍କୁ ନେଇ ଉପାଧ୍ୟକ୍ଷ ପଦ ହାତେଇବା ଯୋଜନାରେ ରହିଛି। ଏହି ପରିପ୍ରେକ୍ଷୀରେ କେତେଜଣ ବିଜେଡି ଓ ସ୍ବାଧୀନ କାଉନସିଲରଙ୍କୁ ସହର ବାହାରକୁ ନେବାର ମସୁଧା ଚାଲିିଛି। ଅପରପକ୍ଷେ ବିଜେଡିରୁ ନିର୍ବାଚିତ ୧୫ଜଣ କାଉନସିଲରଙ୍କ ମଧ୍ୟରୁ କାହାକୁ ଉପାଧ୍ୟକ୍ଷ କରାଯିବ ତାହା ନିର୍ଣ୍ଣୟ କରିବା ଦଳୀୟ ନେତୃବୃନ୍ଦଙ୍କ ପାଇଁ କାଠିକର ହୋଇଛି। କେତେକ ସ୍ବାଧୀନ କାଉନସିଲରଙ୍କୁ ଅନେକ ଲାଳସା ଦେଖାଇ ବିଜେଡି ନିଜ ପଟକୁ ଆକର୍ଷିତ କରୁଥିବା ଆଲୋଚନା ହେଉଛି। ବ୍ୟାସନଗର ସହରକୁ ରେଲୱେ ଲାଇନ ୨ ଭାଗରେ ବିଭକ୍ତ କରିଛି। ଗୋଟିଏ ପାର୍ଶ୍ୱରେ ୧ ରୁ ୧୭ ଏବଂ ଅନ୍ୟ ପାର୍ଶ୍ୱରେ ୧୮ ରୁ ୨୬ ନମ୍ବର ୱାର୍ଡ ରହିଛି। ଅଧ୍ୟକ୍ଷା ଭାବେ କୋର୍ଟ ପଛପଟ ତଥା ୯ ନମ୍ବର ୱାର୍ଡ କାଚହୁଡିସାହି ଅଞ୍ଚଳରୁ ସଙ୍ଗିତା ପିଙ୍ଗୁଆ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟାସନଗର ସହରର ଦକ୍ଷିଣ ପାର୍ଶ୍ୱ ୧୮ରୁ ୨୬ ନମ୍ବର ୱାର୍ଡଗୁଡିକରେ ନିର୍ବାଚିତ କାଉନସିଲରଙ୍କ ମଧ୍ୟରୁ ଜଣଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସହରବାସୀ ଚାହୁଁଛନ୍ତି। ଏହିକ୍ରମରେ ୨୦ ନମ୍ବର ୱାର୍ଡରେ ବିଜେଡିର ସରୋଜିନୀ ସେଠୀ, ୨୧ରେ ଉର୍ମିଳା ପରିଡ଼ା, ୨୩ରେ ପାର୍ଥସାରଥି ନାୟକ, ୨୪ରେ ଅଶୋକ କୁମାର ରାଉତ, ୨୫ରେ ଦିଲୀପ ସେଠୀ ଉପାଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି। ଅନ୍ୟପକ୍ଷେ ୨୨ ନମ୍ବର ୱାର୍ଡ ବିଜେଡି କାଉନସିଲର କୁମୁଦିନୀ ରାଉତ କେବଳ ଦୌଡରେ ନଥିବା କୁହାଯାଉଛି। ସେହିପରି ରେଲୱେ ଲାଇନ ଅନ୍ୟ ପାର୍ଶ୍ୱ ୧ ନମ୍ବର ୱାର୍ଡରେ ବିଜେଡିର ବିଜୟ କୁମାର ଜେନା, ୪ ଓ୍ବାର୍ଡର ରଶ୍ମିତା ଖୁଣ୍ଟିଆ, ୫ ଓ୍ବାର୍ଡର ମୋନାଲିସା ସାହି, ୬ ଓ୍ବାର୍ଡର ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, ୭ ଓ୍ବାର୍ଡର ଟୁନିଆ ନାୟକ, ୯ ଓ୍ବାର୍ଡର ମନୀନ୍ଦ୍ର କୁମାର ସାହୁ, ୧୧ ଓ୍ବାର୍ଡର ସରିତା ଜେନା, ୧୪ ଓ୍ବାର୍ଡର ସିଦ୍ଧାର୍ଥ ଶଙ୍କର ସାମଲ, ୧୫ ଓ୍ବାର୍ଡର ସୁବାସ ଚନ୍ଦ୍ର ବଳ ଉପାଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ୨୦୧୩ ପୌର ନିର୍ବାଚନରେ ବିଜେଡିରୁ ସୁବାସ ଚନ୍ଦ୍ର ବଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେହି ୫ ବର୍ଷର ପୌର ଶାସନକୁ ସହରବାସୀ ଏଯାଏ ଭୁଲି ପାରିନାହାନ୍ତି। କେବଳ ଶେଷ ୨ ବର୍ଷ ଅନାସ୍ଥା ନାଟକରେ ଶେଷ ହୋଇଥିଲା। ଅଧ୍ୟକ୍ଷା ପଦବୀର ଲାଳସାରେ କେତେଜଣ କାଉନସିଲର ସହରର ବିକାଶକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ, ଯାହାର ଛାପ ଏଯାଏ ସହରରୁ ଲିଭି ପାରିନାହିଁ। ପ୍ରାୟ ସମସ୍ତ ୱାର୍ଡର ରାସ୍ତାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଡ୍ରେନେଜ ବ୍ୟବସ୍ଥା ହୋଇ ପାରିନାହିଁ। ରାଜୀବ ଗାନ୍ଧୀ ଷ୍ଟାଡିୟମ, ଏନ୍‌ସି ହାଇସ୍କ୍‌ୁଲ ପଡ଼ିଆ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଟାଉନହଲ୍‌, ସଂସ୍କୃତିଭବନ ଆଦି କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ୧୦୦ ବେଡ୍‌ ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତିରେ ଅଟକିଛି। ପ୍ରାୟ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏଥର ନୂଅଁା ଚେହେରା ଉପାଧ୍ୟକ୍ଷ ପଦ ହାତେଇଲେ ସହରବାସୀ ତାଙ୍କୁ ଅଧିକ ପସନ୍ଦ କରିବେ ବୋଲି ମତପ୍ରକାଶ ପାଉଛି।
ପଞ୍ଚାୟତ ନିର୍ବାଚନ କଥା ଦେଖିଲେ ବିଧାୟକ ଅଶୋକ ବଳ ସମର୍ଥିତ ସମିତି ସଭ୍ୟଙ୍କୁ ଏକତ୍ର କରି ଶେଷ ମୁହୂର୍ତ୍ତରେ ତଥା ଭୋଟ ସମୟରେ ହିଁ କୋରେଇ ବ୍ଲକ ଅଧ୍ୟକ୍ଷ ବାଛିଥିଲେ। ତେଣୁ ଏଠାରେ କୌଣସି ବିଦ୍ରୋହ ଦେଖାଯାଇ ନ ଥିଲା। କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଚୟନ ଅନୁରୂପ ଭାବେ ହୋଇପାରେ ବୋଲି ଆଲୋଚନା ହେଉଛି। ତେବେ ବ୍ୟାସନଗର ସହର ତଥା ଦଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦଳୀୟ ନେତୃବୃନ୍ଦ ଏ ନେଇ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଦଳୀୟ କର୍ମୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri