ବାଘୁଆ ପାହାଡ଼ରେ ପୁଣି ବ୍ଲାଷ୍ଟିଂ ଆରମ୍ଭ

ଜେନାପୁର,୪ା୪(ଡି.ଏନ.ଏ.): ଧର୍ମଶାଳା ତହସିଲ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୧୧ରେ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ସଂଲଗ୍ନ ବାଘୁଆ ୪ନଂ. କଳାପଥର ଖାଦାନ ଉପରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଉପସ୍ଥିତିରେ ସେଠାରେ ନାଲି ପତାକା ଓ ସୂଚନାଫଳକ ଲଗାଯାଇ ସମ୍ପୃକ୍ତ ଖାଦାନ ଅଞ୍ଚଳକୁ ଯିବା ଦଣ୍ଡନୀୟ ଅପରାଧ ବୋଲି ଡାକବାଜି ଯନ୍ତ୍ରଦ୍ୱାରା ଘୋଷଣା କରାଯାଇଥିଲା। ଏଥିସହିତ ପ୍ରଶାସନ ପକ୍ଷରୁ ସଇରାତ ପ୍ରବେଶ ପଥକୁ ଖୋଳି ମେଶିନ ଓ ଗାଡ଼ି ଯିବା ବାଟ ବନ୍ଦ କରାଯାଇଥିଲା। କିନ୍ତୁ ପଥର ମାଫିଆମାନେ ପ୍ରଶାସନର ଏସବୁ ନିୟମକୁ ବେଖାତିର କରି ପୁଣି ବ୍ଲାଷ୍ଟିଂ ଆରମ୍ଭ କରିଛନ୍ତି। କିଛିଦିନ ହେବ ଉକ୍ତ ବେଆଇନ ଖାଦାନରେ ଦିନ ରାତି ବ୍ଲାଷ୍ଟିଂ କରାଯାଉଛି। ତେବେ ୧୪୪ ଧାରା ଜାରି ପରେ ପୋଲିସ ହେପାଜତକୁ ଯାଇଥିବା ଏହି ଖାଦାନ କିପରି ଚାଲିଲା ତାହାକୁ ନେଇ ଆଲୋଚନା ଜୋର ଧରିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜସ୍ବ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ବିଭାଗର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ପ୍ରଶାସନର କୋହଳ ମନୋଭାବ ଯୋଗୁ ବେଆଇନପଥର ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପ୍ରତ୍ୟେକ ଦିନ ଢୋଢା ଶବ୍ଦରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡୁଛନ୍ତି। ବିସ୍ଫୋରଣ ଶବ୍ଦ ଓ ତୀବ୍ରତା ଯୋଗୁ ଅଞ୍ଚଳବାସୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଏପରି କି ଅଞ୍ଚଳର ବହୁ ଶ୍ରମିକଙ୍କ ଜୀବନ ମୃତ୍ୟୁମୁଖକୁ ଠେଲି ହୋଇଯାଇଛି। କିଛି ଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚାଲିଥିବା ବହୁ କ୍ରଶର ଭଙ୍ଗା ଯାଇଥିବା ବେଳେ ଏକାଧିକ କ୍ରଶରକୁ ସିଲ୍‌ କରାଯାଇଥିଲା। ତେଣୁ ବେଆଇନ ଖାଦାନ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ତହସିଲଦାର ସ୍ବାଗତ କୁମାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri