ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର ୨୮ ବର୍ଷ ଇତିହାସରେ ପ୍ରଥମ ଥର ଅଧ୍ୟକ୍ଷା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏହାପୁଣି ସିଧାସଳଖ ନିର୍ବାଚନ ହୋଇଥିବାରୁ ଘୋଡ଼ାବେପାରରୁ ନେତାଙ୍କୁ ମୁକ୍ତି ମିଳିଛି। କିନ୍ତୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଉପାଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୭ ତାରିଖରେ ନିର୍ବାଚନ ହେଉଥିବାରୁ ବିଜେଡିର ବିଜୟୀ ୧୫ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। କାଉନସିଲରମାନେ ଉପାଧ୍ୟକ୍ଷ ବାଛିବାର ନିୟମ ରହିଥିବାରୁ ଆଶାୟୀମାନେ ଏବେଠାରୁ ନେତାଙ୍କ ନିକଟରେ ଭିଡ଼ କରୁଥିବା ଦେଖିବାକୁ ମିଳିଛି।
ବ୍ୟାସନଗର ମ୍ୟୁନିସିପାଲିଟିରେ ୧୫ଟିରେ ବିଜେଡି, ୫ଟିରେ କଂଗ୍ରେସ, ୩ଟିରେ ଭାଜପା ଓ ୩ଟିରେ ସ୍ବାଧୀନ କାଉନସିଲର ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ହିଁ ଉପାଧ୍ୟକ୍ଷ ପଦବୀ ହାତେଇବା ନିଶ୍ଚିତ ହୋଇଛି। କିନ୍ତୁ ବିଗତ ଦିନର ଅଭିଜ୍ଞତାରୁ ନିର୍ବାଚନ ପରେ କାଉନସିଲରଙ୍କ ଉପରେ ଦଳୀୟ ନିୟନ୍ତ୍ରଣ ରହୁ ନ ଥିବା ଦେଖାଯାଇଛି। ଏହି ପରିସ୍ଥିତିରେ କଂଗ୍ରେସ ମଧ୍ୟ ବିଜେଡିର କିଛି କାଉନସିଲରଙ୍କୁ ନେଇ ଉପାଧ୍ୟକ୍ଷ ପଦ ହାତେଇବା ଯୋଜନାରେ ରହିଛି। ଏହି ପରିପ୍ରେକ୍ଷୀରେ କେତେଜଣ ବିଜେଡି ଓ ସ୍ବାଧୀନ କାଉନସିଲରଙ୍କୁ ସହର ବାହାରକୁ ନେବାର ମସୁଧା ଚାଲିିଛି। ଅପରପକ୍ଷେ ବିଜେଡିରୁ ନିର୍ବାଚିତ ୧୫ଜଣ କାଉନସିଲରଙ୍କ ମଧ୍ୟରୁ କାହାକୁ ଉପାଧ୍ୟକ୍ଷ କରାଯିବ ତାହା ନିର୍ଣ୍ଣୟ କରିବା ଦଳୀୟ ନେତୃବୃନ୍ଦଙ୍କ ପାଇଁ କାଠିକର ହୋଇଛି। କେତେକ ସ୍ବାଧୀନ କାଉନସିଲରଙ୍କୁ ଅନେକ ଲାଳସା ଦେଖାଇ ବିଜେଡି ନିଜ ପଟକୁ ଆକର୍ଷିତ କରୁଥିବା ଆଲୋଚନା ହେଉଛି। ବ୍ୟାସନଗର ସହରକୁ ରେଲୱେ ଲାଇନ ୨ ଭାଗରେ ବିଭକ୍ତ କରିଛି। ଗୋଟିଏ ପାର୍ଶ୍ୱରେ ୧ ରୁ ୧୭ ଏବଂ ଅନ୍ୟ ପାର୍ଶ୍ୱରେ ୧୮ ରୁ ୨୬ ନମ୍ବର ୱାର୍ଡ ରହିଛି। ଅଧ୍ୟକ୍ଷା ଭାବେ କୋର୍ଟ ପଛପଟ ତଥା ୯ ନମ୍ବର ୱାର୍ଡ କାଚହୁଡିସାହି ଅଞ୍ଚଳରୁ ସଙ୍ଗିତା ପିଙ୍ଗୁଆ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟାସନଗର ସହରର ଦକ୍ଷିଣ ପାର୍ଶ୍ୱ ୧୮ରୁ ୨୬ ନମ୍ବର ୱାର୍ଡଗୁଡିକରେ ନିର୍ବାଚିତ କାଉନସିଲରଙ୍କ ମଧ୍ୟରୁ ଜଣଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସହରବାସୀ ଚାହୁଁଛନ୍ତି। ଏହିକ୍ରମରେ ୨୦ ନମ୍ବର ୱାର୍ଡରେ ବିଜେଡିର ସରୋଜିନୀ ସେଠୀ, ୨୧ରେ ଉର୍ମିଳା ପରିଡ଼ା, ୨୩ରେ ପାର୍ଥସାରଥି ନାୟକ, ୨୪ରେ ଅଶୋକ କୁମାର ରାଉତ, ୨୫ରେ ଦିଲୀପ ସେଠୀ ଉପାଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି। ଅନ୍ୟପକ୍ଷେ ୨୨ ନମ୍ବର ୱାର୍ଡ ବିଜେଡି କାଉନସିଲର କୁମୁଦିନୀ ରାଉତ କେବଳ ଦୌଡରେ ନଥିବା କୁହାଯାଉଛି। ସେହିପରି ରେଲୱେ ଲାଇନ ଅନ୍ୟ ପାର୍ଶ୍ୱ ୧ ନମ୍ବର ୱାର୍ଡରେ ବିଜେଡିର ବିଜୟ କୁମାର ଜେନା, ୪ ଓ୍ବାର୍ଡର ରଶ୍ମିତା ଖୁଣ୍ଟିଆ, ୫ ଓ୍ବାର୍ଡର ମୋନାଲିସା ସାହି, ୬ ଓ୍ବାର୍ଡର ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, ୭ ଓ୍ବାର୍ଡର ଟୁନିଆ ନାୟକ, ୯ ଓ୍ବାର୍ଡର ମନୀନ୍ଦ୍ର କୁମାର ସାହୁ, ୧୧ ଓ୍ବାର୍ଡର ସରିତା ଜେନା, ୧୪ ଓ୍ବାର୍ଡର ସିଦ୍ଧାର୍ଥ ଶଙ୍କର ସାମଲ, ୧୫ ଓ୍ବାର୍ଡର ସୁବାସ ଚନ୍ଦ୍ର ବଳ ଉପାଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ୨୦୧୩ ପୌର ନିର୍ବାଚନରେ ବିଜେଡିରୁ ସୁବାସ ଚନ୍ଦ୍ର ବଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେହି ୫ ବର୍ଷର ପୌର ଶାସନକୁ ସହରବାସୀ ଏଯାଏ ଭୁଲି ପାରିନାହାନ୍ତି। କେବଳ ଶେଷ ୨ ବର୍ଷ ଅନାସ୍ଥା ନାଟକରେ ଶେଷ ହୋଇଥିଲା। ଅଧ୍ୟକ୍ଷା ପଦବୀର ଲାଳସାରେ କେତେଜଣ କାଉନସିଲର ସହରର ବିକାଶକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ, ଯାହାର ଛାପ ଏଯାଏ ସହରରୁ ଲିଭି ପାରିନାହିଁ। ପ୍ରାୟ ସମସ୍ତ ୱାର୍ଡର ରାସ୍ତାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଡ୍ରେନେଜ ବ୍ୟବସ୍ଥା ହୋଇ ପାରିନାହିଁ। ରାଜୀବ ଗାନ୍ଧୀ ଷ୍ଟାଡିୟମ, ଏନ୍‌ସି ହାଇସ୍କ୍‌ୁଲ ପଡ଼ିଆ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଟାଉନହଲ୍‌, ସଂସ୍କୃତିଭବନ ଆଦି କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ୧୦୦ ବେଡ୍‌ ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତିରେ ଅଟକିଛି। ପ୍ରାୟ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏଥର ନୂଅଁା ଚେହେରା ଉପାଧ୍ୟକ୍ଷ ପଦ ହାତେଇଲେ ସହରବାସୀ ତାଙ୍କୁ ଅଧିକ ପସନ୍ଦ କରିବେ ବୋଲି ମତପ୍ରକାଶ ପାଉଛି।
ପଞ୍ଚାୟତ ନିର୍ବାଚନ କଥା ଦେଖିଲେ ବିଧାୟକ ଅଶୋକ ବଳ ସମର୍ଥିତ ସମିତି ସଭ୍ୟଙ୍କୁ ଏକତ୍ର କରି ଶେଷ ମୁହୂର୍ତ୍ତରେ ତଥା ଭୋଟ ସମୟରେ ହିଁ କୋରେଇ ବ୍ଲକ ଅଧ୍ୟକ୍ଷ ବାଛିଥିଲେ। ତେଣୁ ଏଠାରେ କୌଣସି ବିଦ୍ରୋହ ଦେଖାଯାଇ ନ ଥିଲା। କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଚୟନ ଅନୁରୂପ ଭାବେ ହୋଇପାରେ ବୋଲି ଆଲୋଚନା ହେଉଛି। ତେବେ ବ୍ୟାସନଗର ସହର ତଥା ଦଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦଳୀୟ ନେତୃବୃନ୍ଦ ଏ ନେଇ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଦଳୀୟ କର୍ମୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri