ପକ୍ଷୀଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି

ମହାକାଳପଡ଼ା, ୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ କେତେ ସପ୍ତାହ ହେଲା ବୈଶାଖ ମାସର ଖରା ଓ ଭୀଷଣ ଗୁଳିଗୁଳି ସହ ଗରମ ଅନୁଭୂତ ହେଉଛି। ସ୍ଥାନୀୟ ଅଞ୍ଚଳରେ ନଦୀଗୁଡିକର ପାଣି ଲୁଣିଆ ହୋଇଥିବାରୁ ଖାଲ, ପାଟିଆ, ଯୋର, ଗଡିଆ, ପୋଖରୀ, ଗଭୀର କୂପ ଆଦିର ଜଳସ୍ତର ନିମ୍ନଗାମୀ ଯୋଗୁ ଶୁଖିଲା ପଡ଼ିଛି। ଜଙ୍ଗଲୀ ଜନ୍ତୁ, ପଶୁ ପକ୍ଷୀ ଆଦି ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ଅଞ୍ଚଳରେ ଗଡିଆ, ପୋଖରୀ, ଚୁଆ ଆଦିରେ ମଧୁର ପାଣି ମୁନ୍ଦେ ଅଛି ସେଠାରେ ପକ୍ଷୀମାନେ ଚାତକ ପରି ଚାହିଁ ବସିଛନ୍ତି। ନିଜ ନିଜ ମଧ୍ୟରେ ପାଣି ପିଇବାକୁ ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳୁଛି। ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ, ବଗ, ପାଣିକୁଆ, କାମ ଚଢ଼େଇ, ମାଛରଙ୍କା, ଦା ବେଣ୍ଟିଆ, ଟେଇଁ ଟେଇଁ ଟେଇଁଆ, ଅନ୍ଧାରୁଆ ବଗ, ପାଣି ହଂସ ଆଦି ପକ୍ଷୀଗୁଡ଼ିକ ଏବେ ଚୁଆପାଣିକୁ ଭରସା କରିଛନ୍ତି। ବନ ବିଭାଗ ପକ୍ଷରୁ ଜଙ୍ଗଲୀ ଜନ୍ତୁ ଓ ପଶୁ ପକ୍ଷୀମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ଚୁଆ ଆଦି ଖନନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏଯାବତ ଖନନ ହୋଇ ନ ଥିବା ଅଭିଯୋଗ ହେଉଛି। ଫଳରେ ନଦୀରୁ ମାଛ, କୀଟ ପତଙ୍ଗ ଓ ଜଙ୍ଗଲ ଚୁଆରୁ ପାଣି ପିଇ ଜଙ୍ଗଲ ମଧ୍ୟରେ ବସବାସ କରୁଥିଲେ। ଜଙ୍ଗଲ ମଧ୍ୟରେ ପାଣି ପିଇବାକୁ କୌଣସି ବ୍ୟବସ୍ଥା ନ ଥିବାରୁ ପକ୍ଷୀ ଓ ଜୀବଜନ୍ତୁମାନେ ଗଁା ମୁହାଁ ହୋଇ ଖାଲ ଓ ଚୁଆରୁ ଶୋଷ ମେଣ୍ଟାଇବାକୁ ଭିଡ଼ ଜମାଉଛନ୍ତି। ଯେହେତୁ ଗ୍ରାମାଞ୍ଚଳଗୁଡ଼ିକରେ ପକ୍ଷୀମାନଙ୍କ ଭିଡ଼ ଜମୁଛି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏବେ ପକ୍ଷୀମାନଙ୍କ ଉପରେ ପଡିଛି। କେବେ କେବେ ଏହି ନିରୀହ ପକ୍ଷୀମାନଙ୍କ ମଧ୍ୟରେ ଶିକାରୀମାନେ ଫାଶ ଓ ବିଷ ଦେଇ ଶିକାର କରୁଥିବା ଅଭିଯୋଗ ହେଉଛି। ବ୍ଲକର କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ ନିକଟ ଭାଟେଣୀ ଗ୍ରାମସ୍ଥିତ ଗହୀରପାଟର ଚୁଆ ନିକଟରେ ପକ୍ଷୀମାନଙ୍କ କୋଳାହଳ ଦେଖିବାକୁ ମିଳିଛି। ସେହିପରି ବତୀଘର, କଂସାରଡିଆ, ଶଙ୍ଖଚିଲ, ଶାସନପେଟା, କଣ୍ଡରାପାଟିଆ ଆଦି ସ୍ଥାନର ଚୁଆଗୁଡ଼ିକରେ ପାଣି ପିଇବାକୁ ପକ୍ଷୀମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri