ଚାଷ ଜମିରେ ଜୈବ ବିପ୍ଳବ

ଡି ଶୁଭମ୍‌

 

ଜୈବିକ କୃଷକୁ ଏବେ ପ୍ରାଥମିକତା ଦିଆଯାଉଛି। କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ହୋଇଛି ଏହି ଜୈବିକ କୃଷି। କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି ଏକ ସୁସ୍ଥ ଓ ସବୁଜ ସମାଜ ଗଢ଼ିବାରେ ଜୈବିକ କୃଷିର ଭୂମିକା ଅତୁଳନୀୟ। ଚଳିତ ଶତାବ୍ଦୀରେ ସମସ୍ତଙ୍କୁ ଜୈବିକ କୃଷି ଓ ଏହାର ଉପକାରିତା ସମ୍ବନ୍ଧରେ ଭଲ ଭାବେ ଜଣା। ଜୈବିକ କୃଷିର ସଂଜ୍ଞା ବହୁ ପୁରାତନ କାଳରୁ ଆମ ବାପା ଅଜାମାନେ ଦେଇସାରିଛନ୍ତି। ଯେବେ ଟ୍ରାକ୍ଟର, ସାର, ବିଷର ଦୁନିଆ ନ ଥିଲା, ସେବେଠାରୁ ଏ ଜୈବିକ କୃଷିର ସୃଷ୍ଟି। ଓଡ଼ିଶା ଏକ ଚାଷୀକୁଳର ରାଜ୍ୟ। ଏ ଭିତରେ ଜୈବ କୃଷି ଓଡ଼ିଶାରେ ଏକ ଅହେତୁକ ଆକର୍ଷଣ ସୃଷ୍ଟି କରିଛି। ଏକ ଜୈବିକ ସବୁଜିମାମୟ ପରିବେଶ ଗଠନ ପାଇଁ ଏହି ବିପ୍ଳବର ଅୟମାରମ୍ଭ ହୋଇଛି।
ଥରେ ଭାବନ୍ତୁ ତ, ଯେବେ ଏ ସାର, ବିଷର ଦୁନିଆ ନ ଥିଲା ସେବେ କ’ଣ ଚାଷ ହେଉ ନ ଥିଲା? ଉତ୍ତରେ ଆସିବ ହଁ ହେଉଥିଲା। ଆଉ ସେ ଚାଷରେ ଥିଲା ଏକ ସ୍ବତନ୍ତ୍ର ଉତ୍ସାହ। ନିଜ ଘରୁ ପ୍ରସ୍ତୁତ ହେଉଥିଲା ଜୈବ ସାର ଆଉ ବିଷ, ଯାହା ଜମିରେ ଗୁଣବତ୍ତା ବଢ଼ାଇବା ସହ ଉତ୍ପାଦନ ବଢ଼ାଉଥିଲା। ନା ଥିଲା ସ୍ବାସ୍ଥ୍ୟ ସମସ୍ୟା ନା ପରିବେଶ ପ୍ରଦୂଷଣର କଥା। ଜୈବବିବିଧତାର ରକ୍ଷା ହେବା ସହ ଜୈବିକ କୃଷି ସମସ୍ତଙ୍କ ଜମିରେ ସୁନା ଫଳାଉଥିଲା। ପ୍ରକୃତିର ନିନାଦିତ ଶବ୍ଦକୁ ବେଶ୍‌ ପାଖରୁ ଶୁଣିବାକୁ ମିଳୁଥିଲା। ଏକ ସ୍ବଚ୍ଛ ପରିବେଶ ମଧ୍ୟରେ ଜୀବନ ଜିଇବାର ମୁହୂର୍ତ୍ତକୁ ରଙ୍ଗିନ ଭାବେ ଅନୁଭବ କରୁଥିଲୁ। ଆପଣ କେବେ ଏକ ଜୈବ କୃଷିର ଅନୁଭବ ନିଅନ୍ତୁ ଦେଖିବେ ସେଥିର ମାଧୁର୍ଯ୍ୟକୁ। ସମୟ ଆସିଛି ପାରମ୍ପରିକ ଜ୍ଞାନକୌଶଳକୁ ପୁଣି ଥରେ ଜମିରେ ଦୋହରାଇବାକୁ। ଜୈବ ଖାଦ୍ୟ ପାଇଁ ଏବେ ସଭିଙ୍କ ଭିତରେ ଉତ୍କଣ୍ଠା। ରାସାୟନିକ ବସ୍ତୁରୁ ମୁକ୍ତ ରହି ସୁସ୍ଥ ଖାଦ୍ୟ ନିଶାରେ ଏବେ ସଭିଏଁ ବ୍ୟସ୍ତ।
ଉପକୂଳବର୍ତ୍ତୀ ଜିଲାର ଅଧିକାଂଶ ସ୍ଥାନରୁ ଆରମ୍ଭକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷୀ ଏବେ ଜୈବିକ ଚାଷରେ ମାତିଲେଣି। ଓଡ଼ିଶାର ଚାଷୀଙ୍କ ଜୈବ ଉପତ୍ାଦ ଏବେ ଭାରତ ଓ ଭାରତ ବାହାରେ ଚମକିବାରେ ଲାଗିଛି। ମାଣ୍ଡିଆରୁ ପ୍ରସ୍ତୁତ ଜୈବ ଉପତ୍ାଦ କଥା କୁହନ୍ତୁ ଅବା ପନିପରିବା ଓ ଶସ୍ୟସାମଗ୍ରୀ କୁହନ୍ତୁ ସବୁଠି ଏବେ ଓଡ଼ିଶା ଚାଷୀଙ୍କ ଜୈବ ବିପ୍ଳବ ବେଶ୍‌ ସହଜରେ ବାରିହୋଇପଡ଼ୁଛି। ଓଡ଼ିଶା ସରକାର ମଧ୍ୟ ଜୈବିକ ଚାଷ ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ଗଜପତି, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କୋରାପୁଟ ପରି ଜିଲାଗୁଡ଼ିକରେ ଚାଷୀମାନେ ଏବେ ଅନେକାଂଶରେ ଜୈବ କୃଷିକୁ ଆପଣେଇ ସାରିଛନ୍ତି। କେବଳ ଏତିକି ନୁହେଁ ବରଂ ପ୍ରାୟ ସବୁ ଜିଲାର ଚାଷୀମାନେ ଅନେକ ପରିମାଣରେ ଜୈବ କୃଷି ଦିଗରେ ନିଜର ଚେଷ୍ଟା ଜାରି ରଖିଛନ୍ତି। ଭାରତୀୟ ପ୍ରାକୃତିକ କୃଷିପଦ୍ଧତି, ବିପିକେପି ଓ ଏନ୍‌ପିଓପି ଜରିଆରେ ଏହାକୁ ପ୍ରମାଣୀକରଣ କରାଯାଉଛି। ଚାଷୀ ନିଜର ପ୍ରମାଣୀକରଣକୁ ସାଥିକରି ନିଜ ଜୈବ ଉପତ୍ାଦକୁ ବିଭିନ୍ନ କୋଣ ଅନୁକୋଣରେ ସଫଳତାର ସହ ପହଞ୍ଚାଇ ପାରିଛନ୍ତି। ନିକଟରେ ଯାଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଯେବେ ବିଭିନ୍ନ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳିଥିଲା, ସେବେ ଜାଣିପାରିଥିଲି ଯେ ସତରେ ଓଡ଼ିଶାରେ ଏ ଦିଗରେ ବିପ୍ଳବ ଏକ ମାଇଲଖୁଣ୍ଟ ସାଜିବ। କାରଣ କେବଳ ଚାଷୀ ନୁହେଁ ବରଂ ଘରର ମା’ମାନେ ନିଜ ପାକଶାଳା ବଗିଚାରେ ବି ଜୈବିକ ସାର ବ୍ୟବହାର କରୁଛନ୍ତି। ଗାଁ ଗାଁରେ ଜମୁଛି ଭିଡ଼, ଜୈବ ଚାଷର ଭାରି ଆଦର- ଏ ଉକ୍ତିଟିର ପ୍ରତିଫଳନ ଓଡ଼ିଶାର ଅନେକ ଗାଁରେ ଦେଖିବାକୁ ମିଳୁଛି। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ ଆଉ କାହାକୁ ବୁଝାଇବାର ଆବଶ୍ୟକତା ରହୁନାହିଁ। ମାଟିର ମାନ ସହ ସ୍ବାସ୍ଥ୍ୟହାନି ଯେ ରାସାୟନିକ ଚାଷର ଲକ୍ଷ୍ୟ, ଏହା ସଭିଏଁ ବୁଝିସାରିଛନ୍ତି।
ଏଫ୍‌ଆଇବିଏଲ୍‌ର ସର୍ଭେ ଅନୁସାରେ, ସାରା ବିଶ୍ୱରେ ଭାରତ ଜୈବ କୃଷି ଉତ୍ପାଦନ ଦିଗରେ ଏକ ସଫଳ ଭୂମିକା ନିଭାଇଛି। ସାରା ବିଶ୍ୱର ଜୈବ ଉତ୍ପାଦରେ ଭାରତର ୩୦ ପ୍ରତିଶତ ଭାଗୀଦାରି ରହିଛି। ପାଖାପାଖି ୩୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜୈବିକ କୃଷି କରାଯାଉଛି। ଏହାରି ଭିତରେ ଓଡ଼ିଶାରେ ବି ଆରମ୍ଭ ହୋଇଛି ଜୈବ ବିପ୍ଳବ। ଆଜି ଚାଷୀ ନିମାସ୍ତ୍ର ହେଉ ବା ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ବେଶ୍‌ ଭଲଭାବରେ ଜାଣି ଜମିରେ ପ୍ରୟୋଗ ବି କରୁଛନ୍ତି। ଅନ୍ୟ ଚାଷୀମାନଙ୍କୁ ଏ ବିଷୟରେ ସଚେତନ କରାଉଛନ୍ତି। ବିହନ ବିଶୋଧନଠୁ ଆରମ୍ଭକରି ରୋଗପୋକ ଦମନ ଯାଏ ସବୁଠି ଜୈବ କୃଷିର ସ୍ବତନ୍ତ୍ରତା ରହିଛି। ଏପରିକି ରାଜ୍ୟ ସରକାରଙ୍କ ତରଫରୁ ଜୈବ କୃଷିକୁ ପ୍ରମାଣୀକରଣ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ଚାଷୀମାନେ ନିଜ ଜୈବ କୃଷି ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଜୈବିକ ପ୍ରମାଣୀକରଣ କରିପାରିବେ। ଓଡ଼ିଶାରେ ଜୈବ ବିପ୍ଳବର ମୂଳଦୁଆ ପଡ଼ିସାରିଛି। ଅନେକ ସ୍ଥାନରେ ଚାଷୀ ନିଜେ ବୁଝିବା ସହ ଅନ୍ୟମାନଙ୍କୁ ବଝାଇ ସେମାନଙ୍କୁ ଜୈବିକ କୃଷି ଦିଗରେ ପ୍ରବର୍ତ୍ତାଇଲେଣି। ଏବେ ଯେଉଁ ଗାଁକୁ ଗଲେ ଜୈବ କୃଷି ଓ ଜୈବ ଚାଷୀଙ୍କୁ ଆପଣ ଦେଖିବାକୁ ପାଇବେ। ସେମାନଙ୍କ ମୁହଁରୁ ଏ ଜୈବ ବିପ୍ଳବର ଉପକାରିତା ଶୁଣିପାରିବେ। ସାର ବିଷରୁ ମୁହଁ ଫେରେଇ ଚାଷୀ ଏବେ ବିଭିନ୍ନ ଜୈବିକ ଉପାଦାନ ନିଜ ଘରେ ପ୍ରସ୍ତୁତକରି ଜମିରେ ପ୍ରୟୋଗ କରୁଛନ୍ତି। ଧାନଚାଷଠୁ ଆରମ୍ଭକରି ପନିପରିବା ସବୁଥିରେ ଜୈବ କୀଟନାଶକ ଓ ଜୈବିକ ସାରକୁ ଉପଯୋଗ କରି ଚାଷୀ ଚାଷ କରୁଛନ୍ତି।
ଚାଷ ଜମିରେ ଆରମ୍ଭ ହୋଇଥିବା ଏହି ଜୈବ ବିପ୍ଳବ ଆଉ କିଛିବର୍ଷ ଭିତରେ ଏକ ରୂପାନ୍ତରଣ ଆଣିବ, ଏହା ସୁନିଶ୍ଚିତ। ଜୈବ କୃଷିର ବାଣୀ କେବଳ ସ୍ଲୋଗାନ୍‌ ନୁହେଁ ବରଂ ସଫଳତାର ସହ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ିଚାଲିଛି। ଏକ ସୁସ୍ଥ, ଶ୍ୟାମଳ ଓ ସବୁଜିମାମୟ ପରିବେଶ ଗଠନରେ ଜୈବ କୃଷିର ବିପ୍ଳବ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର,
ମୋ-୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri