Posted inଖେଳ

ସୁରକ୍ଷିତ ହାତରେ ରହିଛି ଏନ୍‌ସିଏର ଦାୟିତ୍ୱ: ଇରଫାନ୍‌

ବାଙ୍ଗାଲୋର,୨୧।୮: ୨୦ ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ସମୟରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଏବେ କୋଚିଂ କ୍ଷେତ୍ରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ଦଳର ଅଧିନାୟକ, ପ୍ରଶିକ୍ଷକ ତଥା ପରାମର୍ଶଦାତା ଭାବେ କାମ କରିଥିବା ପୂର୍ବତନ ଅଲରାଉଣ୍ଡର ଇରଫାନ୍‌ ପଠାନଙ୍କ ନାମ ଯୋଡ଼ି ହୋଇଛି। ନିକଟରେ ଇରଫାନ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରୁ ତାଙ୍କର ଲେଭଲ-୨ କୋଚିଂ ପାଠ୍ୟକ୍ରମ ଶେଷ କରିଛନ୍ତି। ଏହାକୁ ନେଇ କ୍ରିକେଟରଙ୍କୁ ପ୍ରଶ୍ନ କରାଯାଇଥିଲା। ଏନ୍‌ସିଏରେ ରାହୁଲ ଦ୍ରାବିଡଙ୍କୁ ନେଇ ସେ କହିଥିଲେ, ନିକଟ ଅତୀତରେ ଭାରତୀୟ କ୍ରିକେଟରେ ଘଟିଥିବା ସର୍ବୋତ୍ତମ ଘଟଣା ହେଉଛି ରାହୁଲଙ୍କ ଏନ୍‌ସିଏ ସହ ଜଡ଼ିତ ହେବା। ମୁଁ ତାଙ୍କର ସମ୍ମାନ କରେ। ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ଆନ୍ତରିକତାର ସହ ଏହି ଦାୟିତ୍ୱ ତୁଲାଉଛନ୍ତି ବୋଲି ଇରଫାନ କହିଛନ୍ତି। ଦ୍ରାବିଡଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଅଭିଜ୍ଞତା ପାଇବା ବହୁତ ବଡ଼ କଥା। ହେଲେ ସେ ଏହି କାମକୁ ବହୁତ ସହଜରେ କରନ୍ତି। ଏଥିପାଇଁ ଆପଣାଛାଏଁ ତୁମ ମନରେ ସମ୍ମାନ ଭାବନା ଜାତ ହୋଇଥାଏ। ସେ ସମସ୍ତଙ୍କୁ ସମାନ ପ୍ରାଥମିକତା ଦେଇଥାନ୍ତି ବୋଲି କ୍ରିକେଟର ଆହୁରି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଥିଲେ ବ୍ରାଡମ୍ୟାନ

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୫୨ ଟେଷ୍ଟ ଖେଳି ୬,୯୯୬ ରନ୍‌...

ଶାମିଙ୍କୁ ସୁଯୋଗ ମିଳିବନି

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ଗତ କିଛି ସମୟ ଧରି ତାଙ୍କୁ...

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ...

ବ୍ୟାଟିଂ ପରେ ବୋଲିଂରେ କରିସ୍ମା

ଲଡର୍‌ସ, ୧୬।୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଉଭୟ ବୋଲିଂ ବ୍ୟାଟିଂରେ କରିସ୍ମା ଦେଖାଉଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ...

ଆଡିଲେଡ୍‌ରେ ଭାରତୀୟ ଖେଳାଳି ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବେ

ମେଲବୋର୍ନ,୨୨।୭(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିମାନଙ୍କୁ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଭାରତ ଆଡିଲେଡ୍‌ରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବ...

ବିଶ୍ୱର ୫ ଦୁର୍ଭାଗ୍ୟଶାଳୀ କ୍ରିକେଟର୍‌

ଦେଶ ପାଇଁ ଥରେ ବିଶ୍ୱକପ ଖେଳିବା ଏବଂ ଟ୍ରଫି ଜିତିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ ଥାଏ। କିନ୍ତୁ ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ଦେଶ...

ଦୋହା ଡାଇମଣ୍ଡ ଲିଗ୍‌ ଜିତିଲେ ନୀରଜ

ଦୋହା,୬ା୫: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଜିତିି ୨୦୨୩ ପାଇଁ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ନୀରଜ ପ୍ରତିଯୋଗିତାରେ ୮୮.୬୭...

ଭାରତୀୟ ଦଳ ପାଇଁ ଖୁସି ଖବର

ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି । ଟୁଇଟରରେ ଏହି ଭିଡିଓ...

Advertisement
Archives

Model This Week