ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ ଦୂରେଇଯାଏ। ଏଥିରେ ବହୁ ଜରୁରୀ ପୋଷକ ତତ୍ତ୍ୱ ଥିବାରୁ ଏହା ଅନେକ ରୋଗରୁ ମଧ୍ୟ ଆମ ଶରୀରକୁ ସୁରକ୍ଷା ଦେଇଥାଏ। କୁହାଯାଏ, ତରଭୁଜରେ ପୋଟାସିୟମ୍‌ ଓ ମାଗ୍‌ନେସିୟମ୍‌ର କିଛି ମାତ୍ରା ରହୁଥିବାରୁ, ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଲାଇକୋପିନ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦ୍‌ଜନିତ ରୋଗରୁ ମଧ୍ୟ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ତା’ଛଡ଼ା ଏଥିରେ ଥିବା କାରୋଟେନୋଏଡ୍‌ ନାମକ ଏକ ଗୁଣକାରୀ ତତ୍ତ୍ୱ ଯୋଗୁ, ଏହାକୁ ସେବନ କଲେ ହାର୍ଟ ଆଟାକ୍‌ ଓ ବ୍ଲଡ୍‌ କ୍ଲଟ୍‌ ହେବାର ଆଶଙ୍କା ମଧ୍ୟ କମ୍‌ ଦେଖାଯାଇଥାଏ। ଅନ୍ୟପକ୍ଷେ ତରଭୁଜରେ କୁଆଡ଼େ ପ୍ରଚୁର ପାଣି ରହିଥାଏ, ତେଣୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍‌ଠାକ୍‌ ରହିବା ସହ ପେଟ ଥଣ୍ଡା ରହିଥାଏ। ତା’ଛଡ଼ା ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ରହୁଥିବାରୁ, ଏହାକୁ ଡାଏଟ୍‌ରେ ସାମିଲ କରି ଶରୀରର ଓଜନକୁ ମଧ୍ୟ ସହଜରେ କମାଇ ହୁଏ। ସେହିପରି ଏଥିରେ ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ରହୁଥିବାରୁ, ଏହାର ସେବନ ତ୍ୱଚା ଏବଂ କେଶ ପାଇଁ ବି ଖୁବ୍‌ ଉପକାରୀ ହୋଇଥାଏ। ଅନ୍ୟପକ୍ଷେ ଏଥିରେ କିଛିଟା ଫାଇବର୍‌ର ମାତ୍ରା ରହୁଥିବାରୁ ଏହା ପାଚନତନ୍ତ୍ରକୁ ମଧ୍ୟ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri