ଲବଙ୍ଗର ଉପକାରିତା

ଲବଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଏମିତି ବି କିଛି ଔଷଧୀୟ ଗୁଣ ଅଛି, ଯାହା ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଯେମିତିକି: ଦାନ୍ତ ବିନ୍ଧା ହେଉଥିଲେ ଗୋଟିଏ ଲବଙ୍ଗକୁ ନେଇ ଦାନ୍ତ ମୂଳରେ କିଛି ସମୟ ଚାପି ରଖିଲେ କିମ୍ବା ଲବଙ୍ଗ ତେଲକୁ ଦିନକୁ ୪/୫ ଥର ଦାନ୍ତ ମୂଳରେ ଲଗାଇଲେ ବିନ୍ଧାରୁ କିଛିଟା ଉପଶମ ମିଳିଥାଏ। କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ କରି ପିଇଲେ ଗ୍ୟାସ ବା ଏସିଡିଟି ସମସ୍ୟାରୁ ମଧ୍ୟ ଶୀଘ୍ର ମୁକ୍ତି ମିଳିଥାଏ ବୋଲି ସୂଚନା ରହିଛି। ବାରମ୍ବାର ହେକୁଟି ହେଉଥିଲେ ଦୁଇଟି ଲବଙ୍ଗକୁ ପାଟିରେ ପକାଇ ତା’ର ରସକୁ ଚୁଶିଲେ ଏ ସମସ୍ୟାରୁ ବି କିଛିଟା ଉପଶମ ମିଳିଥାଏ। ଲବଙ୍ଗ ଖାଇଲେ ପାଟିର ଦୁର୍ଗନ୍ଧ ସମସ୍ୟା ବି ସମାଧାନ ହୋଇଥାଏ। ଏପରିକି ଦାନ୍ତ ତଥା ମାଢ଼ିଜନିତ କିଛି ରୋଗ ଥିଲେ ଲବଙ୍ଗ ଖାଇଲେ ବି ଉପକାର ମିଳେ। ସେହିପରି କୁହାଯାଏ, ଡାଇବେଟିସ୍‌ ରୋଗୀ ଲବଙ୍ଗ ସେବନ କଲେ ତାଙ୍କ ରକ୍ତରେ ଥିବା ସୁଗାର୍‌ର ପରିମାଣ ନିୟନ୍ତ୍ରଣରେ ରହିଥାଏ। ଆଣ୍ଠୁଗଣ୍ଠି ଜନିତ ରୋଗ ଥିଲେ ପ୍ରତିଦିନ ଗୋଟିଏ ଲେଖାଏଁ ଲବଙ୍ଗ ଖାଇଲେ ଏଥିରୁ ବି କିଛିଟା ଉପଶମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି ମୁଠାଏ ଲବଙ୍ଗକୁ ଗୁଣ୍ଡକରି ବିନ୍ଧୁଥିବା ଗଣ୍ଠି ଉପରେ କପଡ଼ାରେ ଗୁଡ଼ାଇ କିଛି ସମୟ ରଖିଲେ ବିନ୍ଧା କେତେକାଂଶରେ କମିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନିଦ୍ରା ପାଇଁ

ଦିନତମାମ ପରିଶ୍ରମ ଅନୁସାରେ ଆମକୁ ବିଶ୍ରାମର ଆବଶ୍ୟକତା ରହିଛି। ତେଣୁ ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ହେଲେ ଅନେକ...

 କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିଲେ …

ସୁସ୍ଥ ଏବଂ ନିରୋଗ ଶରୀର ସମସ୍ତେ ଚାହିଁଥାନ୍ତି। ସେଥିପାଇଁ କିଏ ବ୍ୟାୟାମ କରନ୍ତି ତ ଆଉ କିଏ ଭିଟାମିନ ବଟିକା ଖାଇଥାନ୍ତି। ତେବେ ସୁସ୍ଥ ରହିବା...

ସ୍ବାସ୍ଥ୍ୟୋପକାରୀ ଧନିଆ ପତ୍ର

ଧନିଆ ପତ୍ରରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ମିନେରାଲ୍‌, କ୍ୟାଲସିୟମ, ଫସଫରସ, ପୋଟାସିୟମ ଏବଂ ଫାଇବର ଆଦି ଭରି ରହିଛି।...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଗାଜର ଜୁସ୍‌

ନିୟମିତ ରୂପେ ଗାଜର ଜୁସ୍‌ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଗାଜରରେ ଭରପୂର୍‌ ମାତ୍ରାରେ କ୍ୟାଲ୍‌ସିୟମ୍‌, ଫାଇବର୍‌, ଭିଟାମିନ୍‌ ଏ, ବି,...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ...

ଖରାଦିନେ ଟମାଟୋ ଖାଉଛନ୍ତି କି

ଖରାଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍‌ସିୟମ...

ଶୁଭାରମ୍ଭ କିଛି ନୂଆ ସଙ୍କଳ୍ପ ସହ

ନୂଆ ବର୍ଷ ଆରମ୍ଭରେ ଅନେକେ ନୂଆ ନୂଆ ସଙ୍କଳ୍ପ ନେଇଥାନ୍ତି ଜୀବନକୁ ସରସ ସୁନ୍ଦର କରିବା ପାଇଁ। ବିଶେଷ କରି ଉତ୍ତମ ସ୍ବାସ୍ଥ୍ୟ ସମ୍ପର୍କିତ ଏଭଳି...

Advertisement
Archives

Model This Week