ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

(ଶେଷ ଭାଗ)
ଉଲ୍ଲେଖନୀୟ ଯେ, ଅଧିକାଂଶ ଜ୍ୟୋତିର୍ବିଦ କେପଲରଙ୍କ ସମୟରେ କପରନିକ୍‌ସଙ୍କ ଖଗୋଳୀୟ ତତ୍ତ୍ୱକୁ ଗ୍ରହଣ କରି ସାରିଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ, ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ବୃତ୍ତାକାର କକ୍ଷରେ ଭ୍ରମଣ କରନ୍ତି। ତେବେ କେପଲ୍‌ର ମଙ୍ଗଳ ଗ୍ରହର କକ୍ଷ ବିଷୟରେ ଯେଉଁ ନୂତନ ବାର୍ତ୍ତା ଦେଲେ, ତାହା ଆଲୋଡନ ସୃଷ୍ଟି କଲା। ତାଙ୍କ ନୂତନ ତତ୍ତ୍ୱକୁ ବଳଶାଳୀ କରିବା ପାଇଁ ସେ ବ୍ରାହେ ପୂର୍ବରୁ ଯେଉଁ କଷ୍ଟସାଧ୍ୟ ନିର୍ଭୁଲ ପର୍ଯ୍ୟବେକ୍ଷଣ ଗ୍ରହମାନଙ୍କ ସମ୍ପର୍କରେ ପ୍ରସ୍ତୁତ କରିଥିଲେ, ତାହା ସବୁ ବିନିଯୋଗ କଲେ। ବହୁ ଚେଷ୍ଟା ସତ୍ତ୍ୱେ ସେ ଦେଖିଲେ ଯେ, ମଙ୍ଗଳ କକ୍ଷରେ ସଠକତାଠାରୁ ଚାପର ଆଠ ମିନିଟ୍‌ ତଫାତ ରହିଯାଉଛି। କିନ୍ତୁ ଏହି ଚିନ୍ତାଜନକ ବ୍ୟତିକ୍ରମ ପରିଶେଷରେ ତାଙ୍କୁ ଯୁଗାନ୍ତକାରୀ ତିନୋଟି ଗ୍ରହ ସମ୍ପର୍କିତ ନିୟମ ପ୍ରଣୟନ ପାଇଁ ସୁଯୋଗ ଦେଲା। ଦୁର୍ବଳ ଦୃଷ୍ଟିଶକ୍ତି ଓ ବେତଙ୍ଗିଆ ଗାଣିତିକ ହିସାବ ସତ୍ତ୍ୱେ ସେ ଛଅ ବର୍ଷ ପରେ ଉକ୍ତ ନଗଣ୍ୟ ଫରକ୍‌ର ଚମତ୍କାର ସମାଧାନ କଲେ। କେବଳ ମଙ୍ଗଳ ନୁହେଁ, ସୌରମଣ୍ଡଳର ଅନ୍ୟ ଗ୍ରହମାନଙ୍କ ସକାଶେ ତାଙ୍କ ନିୟମ ପ୍ରଯୁଜ୍ୟ ହେଲା। ଏଥିରେ ସୂର୍ଯ୍ୟ ଚାରିପଟେ ଥରେ ଘୂରିବା (ରିଭୋଲ୍ୟୁଶନ) ବା ପରିକ୍ରମଣ ଅବଧି ଓ ସୂର୍ଯ୍ୟଠାରୁ ଗ୍ରହର ଦୂରତା ମଧ୍ୟରେ ଗାଣିତିକ ସମ୍ପର୍କ ରହିଛି। ‘କେପଲ୍‌ରସ ନିୟମ ଭାବେ ନାମିତ ଏହି ନିୟମାନୁସାରେ, ସମସ୍ତ ଗ୍ରହଙ୍କର କକ୍ଷ ହେଉଛି ଦୀର୍ଘ ବୃତ୍ତୀୟ (ଏଲିଷ୍ଟିକାଲ)। ଏହାର କେନ୍ଦ୍ର (ଫୋକସ)ରେ ସୂର୍ଯ୍ୟ ଅବସ୍ଥିତ। କକ୍ଷ ପଥରେ ଗ୍ରହର ଗତି ଏମିତି ହୋଇଥାଏ ଯେ, ଏହା ସହ ସୂର୍ଯ୍ୟକୁ ଯୋଡୁଥିବା ସରଳ ରେଖାଟି କିଛି ନିର୍ଦ୍ଦିଷ୍ଟ ସମୟରେ ସମାନ ଆୟତନ ଅତିକ୍ରମ କରେ। ଗ୍ରହଟି କକ୍ଷରେ ଯେଉଁଠାରେ ଥିଲେ ମଧ୍ୟ ଏହା ପ୍ରଯୁଜ୍ୟ। ଗ୍ରହର ପରିକ୍ରମଣ-ଅବଧିର ବର୍ଗ ଓ କକ୍ଷର ଅର୍ଦ୍ଧ-ଦୀର୍ଘ-ଅକ୍ଷ (ସେମି-ମେଜର-ଏକ୍ସିସ)ର ଘନଫଳ (କ୍ୟୁବ) ସହ ସମାନୁପାତିକ। ଏହି ତିନୋଟି ନିୟମ ଯଥାକ୍ରମେ ‘ଲ ଅଫ୍‌ ଅର୍ବିଟସ’, ‘ଲ’ ଅଫ୍‌ ଇକ୍ୱେଲ ଏରିଆସ’ ଏବଂ ‘ଲ ଅଫ୍‌ ପିରିଅଡସ’ ଭାବରେ ପରିଚିତ। ଏହା ଉପରେ ଅଧିକ ତର୍ଜମା ପରବର୍ତ୍ତୀ କାଳରେ ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କୁ ମାଧ୍ୟାକର୍ଷଣ ଶକ୍ତିର ନିୟମ ପ୍ରଣୟନ ପାଇଁ ଖୋରାକ୍‌ ଯୋଗାଇଲା। ପ୍ରକାଶ ଥାଉ କି, ବ୍ରାହେଙ୍କ ସହାୟକ କେପଲ୍‌ର ଓ ଖୋଦ୍‌ ବ୍ରାହେଙ୍କ ଗ୍ରହ-ମଣ୍ଡଳୀୟ ମଡେଲ ମଧ୍ୟରେ ମୌଳିକ ଭାବେ ପାର୍ଥକ୍ୟ ଥିଲା, ଯଦିଓ କେପଲର ବ୍ରାହେଙ୍କ ପର୍ଯ୍ୟବେକ୍ଷଣ ଡାଟା ବ୍ୟବହାର କରିଥିଲେ। ସମୀକ୍ଷକଙ୍କ ମତରେ କେପଲରଙ୍କୁ ‘ଆଧୁନିକ ଜ୍ୟୋତିର୍ବିଜ୍ଞାନର ଜନକ’ ଭାବେ ଆଖ୍ୟାୟିତ କରାଯାଇଛି।
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବଡଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?