ନନ୍ଦନକାନନରେ ଗାଇଡ୍‌ଙ୍କୁ କାମୁଡ଼ିଲା ଭାଲୁ

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍‌ ଭାଲୁକୁ ଖାଦ୍ୟ ଦେଉଥିବାବେଳେ ହଠାତ ଭାଲୁଟି ଗାଇଡ୍‌ଙ୍କ ହାତକୁ କାମୁଡ଼ି ଦେଇଛି। ସୌଭାଗ୍ୟବଶତଃ ଗାଇଡ୍‌ ଜଣଙ୍କ ବଞ୍ଚତ୍ୟାଇଥିଲେ ମଧ୍ୟ ନନ୍ଦନକାନରେ ଏହି ଘଟଣାକୁ ନେଇ ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଥିଲେ।
ବୁଧବାର ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଭାଲୁ ସଫାରିକୁ ବାଲିଆ, କାଳିଆ ଓ ବାସନ୍ତୀ ନାମକ ଭାଲୁକୁ ଛଡ଼ାଯାଇଥିଲା। ଅପରାହ୍ନ ସାଢେ ୪ଟାରେ ଓଡି୦୨-ଏଜେଡ୍‌-୨୭୪୭ନଂ ସଫାରି ବସଟି ପର୍ଯ୍ୟଟକ ନେଇ ଭାଲୁ ସଫାରିକୁ ବୁଲିବାକୁ ଯାଇଥିଲା। ସେହି ବସ୍‌ରେ ଥିଲେ ଦାରୁଠେଙ୍ଗ ଗ୍ରାମର ଟୁଲୁ ବେହେରା ନାମକ ଗାଇଡ୍‌। ବସ୍‌ଟି ସଫାରି ମଧ୍ୟରେ ଯାଉଥିବା ବେଳେ ରାସ୍ତାକଡ଼ରେ ବାଲିଆ ନାମକ ଅଣ୍ଡିରା ଭାଲୁଟି ବସିଥିଲା। ଏହାଦେଖି ଗାଇଡ୍‌ଜଣଙ୍କ ବସ୍‌ଚାଳକଙ୍କୁ ରୋକିବାକୁ କହିଥିଲେ। ଚାଳକ ବସ୍‌ଟିକୁ ଭାଲୁ ପାଖରେ ରୋକିବା ପରେ ଟୁଲୁ ଧରିଥିବା ଏକ ପଲିଥିନରେ ଥିବା ପନିର ପଛ ସିଟର ଝରକା ବାଟେ ଖାଇବାକୁ ଦେଇଥିଲେ। କିନ୍ତୁ ବାଲିଆ ପଲିଥିନରେ ଥିବା ଖାଦ୍ୟ ସହ ଟୁଲୁଙ୍କ ଡାହାଣହାତ ପାପୁଲିକୁ କାମୁଡ଼ି ଧରିଥିଲା। ଖାଇବାକୁ ଦେଉଥିବାର ମଜା ପର୍ଯ୍ୟଟକମାନେ ଉଠାଉଥିବାବେଳେ ହଠାତ ପରିସ୍ଥିତି ବଦଳିଯାଇଥିଲା। ଟୁଲୁଙ୍କ ଚିତ୍କାର ଶୁଣି ସାଙ୍ଗରେ ଥିବା ସମ୍ପର୍କୀୟ ଆସି ବାଲିଆ ମୁହଁକୁ ଗୋଇଠା ମାରିବାରୁ ଭାଲୁଟି ଛାଡ଼ିଦେଇ ଚାଲିଯାଇଥିଲା। ଏହାପରେ ସଫାରି ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ବାହାରକୁ ପଳାଇଆସିଥିଲା। ସଫାରି ବାହାରକୁ ଆସିବା ପରେ ଟୁଲୁଙ୍କୁ ସଫାରିର କର୍ମଚାରୀମାନେ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ। ସଫାରି ବୁଲିବା ସମୟରେ ପର୍ଯ୍ୟଟକ ଓ ଗାଇଡ୍‌ କ’ଣ କରିବେ ଓ ନ କରିବେ ସେନେଇ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ସଫାରିକୁ ଠିକାରେ ନେଇଥିବା ସଂସ୍ଥା ସହ ଗୁରୁବାର ଆଲୋଚନା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri