Categories: ଖେଳ

ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି

ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା ଦେବ। ବିସିସିଆଇ ଆପେକ୍ସ କାଉନ୍‌ସିଲର ଏକ ଜରୁରୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସହାୟତା ରାଶିକୁ କାହାକୁ କିପରି ଦିଆଯିବ ତାହା କ୍ରୀଡ଼ା ମନ୍ତ୍ରଣାଳୟ ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସହ ଆଲୋଚନା ପରେ ସ୍ଥିର କରାଯିବ। ଟୋକିଓ ଅଲିମ୍ପିକ ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଲି’ ନିଙ୍ଗ୍‌ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଦଳର କିଟ୍‌ ପ୍ରାୟୋଜକ ହୋଇସାରିଛି। ବିସିସିଆଇର ସହାୟତା ରାଶି କେବଳ ଟ୍ରେନିଂ ଓ ପ୍ରସ୍ତୁତି କ୍ଷେତ୍ରରେ ନୁହେଁ ଦଳ ପାଇଁ ଅନ୍ୟ କେତେକ କ୍ଷେତ୍ରରେ ବ୍ୟୟ କରାଯାଇ ପାରିବ। ଅଲିମ୍ପିକ କ୍ରୀଡ଼ା ଉନ୍ନତି ପାଇଁ ବିସିସିଆଇ ସବୁବେଳେ ସହାୟତା କରି ଆସୁଛି। ହେଲେ ପ୍ରଥମ ଥର ବଡ଼ ଧରଣର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯାଉଛି।

Share