Posted inଖେଳ

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌। ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ୧୦୦% ହାରରେ ରନ୍‌ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ୧୯୩୦ ଜୁଲାଇ ୧୧ରେ ଇଂଲଣ୍ଡ ବିପକ୍ଷରେ ବ୍ରାଡମ୍ୟାନ୍‌ ଗୋଟିଏ ଦିନରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ କରିଥିଲେ।

ଲିଡ୍ସରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ରାଡମ୍ୟାନ ତ୍ରିଶତକ କରିଥିଲେ। ଦିନର ତିନୋଟି ସତ୍ରରେ ସେ ଏହା କରିଥିଲେ। ଏଣୁ ଦିନର ଖେଳ ଶେଷ ସୁଦ୍ଧା ସେ ୩୦୯ ରନ୍‌ କରି ଅପରାଜିତ ଥିଲେ। ତାଙ୍କର ଏଭଳି ପାଳି ଯୋଗୁ ଦଳୀୟ ସ୍କୋର ୪୫୮/୩ ଥିଲା।

ସେତେବେଳେ ବ୍ରାଡମ୍ୟାନ୍‌ଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସେ ନିଜର ସପ୍ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ। ମ୍ୟାଚ୍‌ରେ ୧୧ ବଲ୍‌ ପଡ଼ିବା ପରେ ସେ ପଡ଼ିଆକୁ ଆସିଥିଲେ। ଲଞ୍ଚ ପୂର୍ବରୁ ସେ ନିଜର ଶତକ ପୂରଣ କରିଥିଲେ। ଏପରିକି ଟି-ବ୍ରେକ୍‌ ପୂର୍ବରୁ ନିଜର ଦ୍ୱିଶତକ ପୂରଣ କରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ସେ ୪୪୮ ବଲ୍‌ ଖେଳି ୩୦୯ କରିପାରିଥିଲେ। ବ୍ରାଡ୍‌ମ୍ୟାନ୍‌ଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ଭାଙ୍ଗିପାରିନାହାନ୍ତି। ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ରାଡମ୍ୟାନ୍‌ ୩୩୪ ରନ୍‌ କରି ଆଉଟ୍‌ ହୋଇଥିଲେ, ଯାହାକି ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଲଟିଥିଲା। ୯୦ ବର୍ଷ ଧରି ତାଙ୍କର ରେକର୍ଡ ପୂର୍ବବତ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri