ଋଷିକୁଲ୍ୟାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଋଷିକୁଲ୍ୟା ନଦୀରେ ଗଞ୍ଜାମ ଜିଲାର ବରୋଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୧,୪୯, ୬୦,୦୦, ୦୦୦ ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ୨,୫୦, ୦୦,୦୦୦ ଟଙ୍କାର ଟେଣ୍ଡରକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ଗଞ୍ଜାମ ଜିଲାର ଛତ୍ରପୁର, ଗଞ୍ଜାମ ବ୍ଲକ, ଛତ୍ରପୁର ଏନ୍‌ଏସି, ଗଞ୍ଜାମ ଏନ୍‌ଏସି ଏବଂ ବ୍ରହ୍ମପୁର ସହରର ୧୬ଟି ଗ୍ରାମର ଲୋକଙ୍କୁ ପାନୀୟ ଜଳ ଯୋଗାଇବ। ଏଥିସହିତ ୧୬୪ ହେକ୍ଟର ଅଞ୍ଚଳରେ ମାଛ ଚାଷ କରାଯାଇପାରିବ।
ରାଜ୍ୟର ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲାର ୨୦ଟି ଦାଦନପ୍ରବଣ ବ୍ଲକରେ ଦାଦନ ରୋକିବା ପାଇଁ ଏକ ନୂତନ ରାଜ୍ୟ କ୍ଷେତ୍ର ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ରାଜ୍ୟ ସହାୟତାକୁ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ଜିଲାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ସର୍ବନିମ୍ନ ମଜୁରି ହାର ସହିତ ସମାନ କରି ଏମ୍‌ଜିଏନ୍‌ଆରଇଜିଏସ୍‌ ଅଧୀନରେ ପ୍ରଦାନ କରାଯାଉଥିବା ମଜୁରି ଉପରେ ଅତିରିକ୍ତ ମଜୁରି ପ୍ରଦାନ କରାଯିବ। ରାଜ୍ୟ ସରକାର ଉକ୍ତ ସହାୟତା ଅଧୀନରେ ଏହା ବହନ କରିବେ। ଏଥିସହିତ ଉକ୍ତ ବ୍ଲକ୍‌ଗୁଡ଼ିକରେ ସର୍ବନିମ୍ନ ୧୦୦ ଦିନର କାର୍ଯ୍ୟ ସହିତ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ।
ଡିଆରଡିଏ କର୍ମଚାରୀମାନଙ୍କର ଜିଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସୁପାରିସ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଦ୍ରବ୍ୟ ଏବଂ ସେବା କରରୁ କ୍ଷତିପୂରଣ ବାବଦରେ ୨୦୨୨-୨୩ ଆର୍ଥିକବର୍ଷଠାରୁ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେବାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଡିଆରଡିଏ ମିଶ୍ରଣ ପରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ଦରମା, ପ୍ରତିଷ୍ଠାନ ଦେୟ, ସିଟିଂ ଫି, ଅନରାରିୟମ, ଟିଏ ଓ ଡିଏ ଆଦି ସମସ୍ତ ବ୍ୟୟର ପରିମାଣ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଧାର୍ଯ୍ୟ ସୁପାରିସଠାରୁ ଅଧିକ ହୋଇଥିବାରୁ ରାଜ୍ୟ ଅର୍ଥ କମିଶନ ରିପୋର୍ଟର ପାରା ୬.୬କୁ କୋହଳ କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷଠାରୁ ହାରାହାରି ୭୦.୨୫ କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ପଡିବ। ଓଡ଼ିଶା ଲୋକାୟୁକ୍ତଙ୍କ ୨୦୨୧ ବାର୍ଷିକ ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହାକୁ ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ବିଧାନସଭାରେ ଉପସ୍ଥାପିତ କରାଯିବ।
ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ ୧୯୯୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ପରେ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତେକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ ନ ରଖି ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ସାମିଲ କରାଯିବ। ପ୍ରକୃଷ୍ଟ ପ୍ରତିଭା ଓ ମୌଳିକ କମ୍ପ୍ୟୁଟର ଦକ୍ଷତା ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri