ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା ଅନୁଯାୟୀ, ପିଲାଚୋରି ଗୁଜବକୁ ନେଇ ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହି ଗୁଜବ ପାଇଁ ମୋରଡ଼ା ଥାନା ଅଞ୍ଚଳରେ ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ଗାଁକୁ ଯିବା ପାଇଁ ଭୟ କରୁଛନ୍ତି ଲୋକମାନେ। ଏହାର ମୁକାବିଲା ପାଇଁ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସଚେତନତା ବାର୍ତ୍ତାର ବହୁଳ ପ୍ରଚାର ପ୍ରସାର କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପିଲା ଚୋରି ଗୁଜବରୁ ନିଜକୁ ଦୂରେଇ ରଖିବା ପାଇଁ ମୋରଡ଼ା ପୋଲିସ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଗତ ଫେବୃଆରୀ ୨୬ ପୂର୍ବାହ୍ନରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜନପ୍ରତିନିଧି ଏବଂ ସମାଜସେବୀଙ୍କୁ ଖବର ଦେଇ ଡକା ଯାଇଥିବାବେଳେ ଗଣମାଧ୍ୟମକୁ ଉପେକ୍ଷା କରାଯାଇଥିଲା। ଫଳରେ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ସମ୍ଭବ ହୋଇ ନ ଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯୋଗ୍ୟ, ସ୍ଥାନୀୟ ଅଧିକାରୀଙ୍କ ସମ୍ପର୍କରେ ରହିଥିବା ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲା। ମାତ୍ର ଏଠାରେ ଥିବା ପୋଲିସ ଓ ପ୍ରେସ୍‌ ହ୍ବାଟ୍ସଆପ୍‌ ଗ୍ରୁପରେ ଉକ୍ତ କାର୍ଯ୍ୟକ୍ରମ ବାବଦରେ ମାତ୍ର କେଇ ମିନିଟ ପୂର୍ବରୁ ଔପଚାରିକତା ଦୃଷ୍ଟିରୁ ଥାନା ଅଧିକାରୀ ସୁମିତ କୁମାର ସୋରେନ ଜଣାଇଥିଲେ। ଥାନା ଅଧିକାରୀ ସୋରେନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଗ୍ନିଶମ ବିଭାଗ ନା ଆମ୍ବୁଲାନ୍ସ ବୋଲି ଭାବିଲେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ସଚେତନତା ସଭାର ପ୍ରଚାର ପ୍ରସାର ଆବଶ୍ୟକତା ଥିଲେ ମଧ୍ୟ ଗଣମାଧ୍ୟମଙ୍କୁ ଉପେକ୍ଷା କରିବାକୁ ନେଇ ପୋଲିସ ଉପରେ ନିଜର ଅସନ୍ତୁଷ୍ଟ ଝାଡ଼ିଛନ୍ତି ଗଣମାଧ୍ୟମ ପ୍ରତିନିଧି। ତେଣୁ ମୋରଡ଼ା ପୋଲିସ ଗଣମାଧ୍ୟମ ପ୍ରତିନିଧି ସହିତ ସୁସମ୍ପର୍କ ରଖିବାରେ ବିଫଳ, ଯାହାର ପ୍ରଭାବ ଆଗାମୀ ଦିନରେ ବେଶ୍‌ ପ୍ରତିଫଳିତ ହେବ ବୋଲି ଆଲୋଚନା ହେଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri