ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା ଅନୁଯାୟୀ, ପିଲାଚୋରି ଗୁଜବକୁ ନେଇ ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହି ଗୁଜବ ପାଇଁ ମୋରଡ଼ା ଥାନା ଅଞ୍ଚଳରେ ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ଗାଁକୁ ଯିବା ପାଇଁ ଭୟ କରୁଛନ୍ତି ଲୋକମାନେ। ଏହାର ମୁକାବିଲା ପାଇଁ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସଚେତନତା ବାର୍ତ୍ତାର ବହୁଳ ପ୍ରଚାର ପ୍ରସାର କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପିଲା ଚୋରି ଗୁଜବରୁ ନିଜକୁ ଦୂରେଇ ରଖିବା ପାଇଁ ମୋରଡ଼ା ପୋଲିସ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଗତ ଫେବୃଆରୀ ୨୬ ପୂର୍ବାହ୍ନରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜନପ୍ରତିନିଧି ଏବଂ ସମାଜସେବୀଙ୍କୁ ଖବର ଦେଇ ଡକା ଯାଇଥିବାବେଳେ ଗଣମାଧ୍ୟମକୁ ଉପେକ୍ଷା କରାଯାଇଥିଲା। ଫଳରେ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ସମ୍ଭବ ହୋଇ ନ ଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯୋଗ୍ୟ, ସ୍ଥାନୀୟ ଅଧିକାରୀଙ୍କ ସମ୍ପର୍କରେ ରହିଥିବା ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲା। ମାତ୍ର ଏଠାରେ ଥିବା ପୋଲିସ ଓ ପ୍ରେସ୍‌ ହ୍ବାଟ୍ସଆପ୍‌ ଗ୍ରୁପରେ ଉକ୍ତ କାର୍ଯ୍ୟକ୍ରମ ବାବଦରେ ମାତ୍ର କେଇ ମିନିଟ ପୂର୍ବରୁ ଔପଚାରିକତା ଦୃଷ୍ଟିରୁ ଥାନା ଅଧିକାରୀ ସୁମିତ କୁମାର ସୋରେନ ଜଣାଇଥିଲେ। ଥାନା ଅଧିକାରୀ ସୋରେନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଗ୍ନିଶମ ବିଭାଗ ନା ଆମ୍ବୁଲାନ୍ସ ବୋଲି ଭାବିଲେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ସଚେତନତା ସଭାର ପ୍ରଚାର ପ୍ରସାର ଆବଶ୍ୟକତା ଥିଲେ ମଧ୍ୟ ଗଣମାଧ୍ୟମଙ୍କୁ ଉପେକ୍ଷା କରିବାକୁ ନେଇ ପୋଲିସ ଉପରେ ନିଜର ଅସନ୍ତୁଷ୍ଟ ଝାଡ଼ିଛନ୍ତି ଗଣମାଧ୍ୟମ ପ୍ରତିନିଧି। ତେଣୁ ମୋରଡ଼ା ପୋଲିସ ଗଣମାଧ୍ୟମ ପ୍ରତିନିଧି ସହିତ ସୁସମ୍ପର୍କ ରଖିବାରେ ବିଫଳ, ଯାହାର ପ୍ରଭାବ ଆଗାମୀ ଦିନରେ ବେଶ୍‌ ପ୍ରତିଫଳିତ ହେବ ବୋଲି ଆଲୋଚନା ହେଉଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?