୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ ଡେଟ୍‌ ଦ୍ୱାରା ଏଭଳି ପାଣ୍ଠି ସଂଗ୍ରହ କରାଯିବ। ନିୟାମକ ଆବଶ୍ୟକତା ଏବଂ ଋଣ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ଗତ କିଛି ମଧ୍ୟରେ ପ୍ରମୁଖ ବ୍ୟାଙ୍କଗୁଡିକ ବଜାରରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଛନ୍ତି। ଏହି ବ୍ୟାଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ରହିଛନ୍ତି। ଇକ୍ୱିଟି, ଏଟି୧ ଏବଂ ଟାୟାରା-୨ ବଣ୍ଡ ଦ୍ୱାରା ଏଭଳି ପୁଞ୍ଜି ଉଠାଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆର୍ଥତ୍କ ସେବା ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଯେ, ଗତ କିଛି ମାସରେ ବ୍ୟାଙ୍କ ବୃହତ୍‌ ପରିମାଣର ଅର୍ଥ ବଜାରରୁ ଉଠାଣ କରିବାକୁ ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କ ଆଉ ୨୦ରୁ ୨୫ ହଜାର କୋଟି ଟଙ୍କା ବଜାରରୁ ଉଠାଇ ପାରନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ କ୍ୱାଲିଫାଏଡ ଇନଷ୍ଟିଚ୍ୟୁଶନାଲ ପ୍ଲେସମେଣ୍ଟରେ କାନାରା ବ୍ୟାଙ୍କ ୨ ହଜାର କୋଟି ଏବଂ ପିଏନ୍‌ବି ୩,୭୮୮ କୋଟି ଉଠାଇଛି। କୋଭିଡ ଯୋଗୁ ସରକାରଙ୍କୁ ରାଜସ୍ବ ସଂଗ୍ରହରେ ବାଧା ଉପୁଜିଛି। ଏଭଳି ସ୍ଥିତିରେ ସରକାରୀ ସହାୟତାକୁ ଅପେକ୍ଷା ନ କରି ବ୍ୟାଙ୍କ ନିଜ ସକ୍ଷମ ଅନୁସାରେ ବଜାରରୁ ଋଣ ଉଠାଇ ପାରିବେ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଚଳିତ ଆର୍ଥତ୍କ ବର୍ଷରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ନିୟାମକ ଆବଶ୍ୟକତା ପୂରଣ ଲାଗି ସରକାର ପିଏନ୍‌ବିକୁ ୫,୫୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେଇଛନ୍ତି। ଅପରପକ୍ଷରେ ଇକ୍ୱିଟି ଶେୟାରର ପ୍ରିଫରେନ୍ସିଆଲ ଆଲଟମେଣ୍ଟ ଜରିଆରେ ପୁଞ୍ଜି ସଂଗ୍ରହ ଲାଗି ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କକୁ ଗତ ମାସରେ ଅନୁମତି ମିଳିଛି। ୨୦୧୯-୨୦ରେ ସରକାର ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ଯୋଗାଇ ଦେଇଥିଲେ। ଋଣ ଯୋଗାଣକୁ ତ୍ୱରାନ୍ବିତ କରି ଅର୍ଥ ବ୍ୟବସ୍ଥାର ଜିଡିପିକୁ ବଢାଇବା ଦିଗରେ ଏଭଳି ଯୋଜନା ହାତକୁ ନିଆଯାଇଥିଲା। ଏହି ଅର୍ଥ ମଧ୍ୟରୁ ପିଏନ୍‌ବି ୧୬,୦୯୧ କୋଟି, ୟୁନିୟନ ବ୍ୟାଙ୍କ ୧୧,୭୬୮ କୋଟି, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ଯଥାକ୍ରମେ ୬୫୫୧ କୋଟି, ୨୫୩୪ କୋଟି ଲାଭ କରିଥିଲେ। ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୧୧ ଗତ ତ୍ରୈମାସରେ ଲାଭ ହାସଲ କରିଥିବା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri