୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ ଡେଟ୍‌ ଦ୍ୱାରା ଏଭଳି ପାଣ୍ଠି ସଂଗ୍ରହ କରାଯିବ। ନିୟାମକ ଆବଶ୍ୟକତା ଏବଂ ଋଣ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ଗତ କିଛି ମଧ୍ୟରେ ପ୍ରମୁଖ ବ୍ୟାଙ୍କଗୁଡିକ ବଜାରରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଛନ୍ତି। ଏହି ବ୍ୟାଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ରହିଛନ୍ତି। ଇକ୍ୱିଟି, ଏଟି୧ ଏବଂ ଟାୟାରା-୨ ବଣ୍ଡ ଦ୍ୱାରା ଏଭଳି ପୁଞ୍ଜି ଉଠାଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆର୍ଥତ୍କ ସେବା ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଯେ, ଗତ କିଛି ମାସରେ ବ୍ୟାଙ୍କ ବୃହତ୍‌ ପରିମାଣର ଅର୍ଥ ବଜାରରୁ ଉଠାଣ କରିବାକୁ ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କ ଆଉ ୨୦ରୁ ୨୫ ହଜାର କୋଟି ଟଙ୍କା ବଜାରରୁ ଉଠାଇ ପାରନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ କ୍ୱାଲିଫାଏଡ ଇନଷ୍ଟିଚ୍ୟୁଶନାଲ ପ୍ଲେସମେଣ୍ଟରେ କାନାରା ବ୍ୟାଙ୍କ ୨ ହଜାର କୋଟି ଏବଂ ପିଏନ୍‌ବି ୩,୭୮୮ କୋଟି ଉଠାଇଛି। କୋଭିଡ ଯୋଗୁ ସରକାରଙ୍କୁ ରାଜସ୍ବ ସଂଗ୍ରହରେ ବାଧା ଉପୁଜିଛି। ଏଭଳି ସ୍ଥିତିରେ ସରକାରୀ ସହାୟତାକୁ ଅପେକ୍ଷା ନ କରି ବ୍ୟାଙ୍କ ନିଜ ସକ୍ଷମ ଅନୁସାରେ ବଜାରରୁ ଋଣ ଉଠାଇ ପାରିବେ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଚଳିତ ଆର୍ଥତ୍କ ବର୍ଷରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ନିୟାମକ ଆବଶ୍ୟକତା ପୂରଣ ଲାଗି ସରକାର ପିଏନ୍‌ବିକୁ ୫,୫୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେଇଛନ୍ତି। ଅପରପକ୍ଷରେ ଇକ୍ୱିଟି ଶେୟାରର ପ୍ରିଫରେନ୍ସିଆଲ ଆଲଟମେଣ୍ଟ ଜରିଆରେ ପୁଞ୍ଜି ସଂଗ୍ରହ ଲାଗି ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କକୁ ଗତ ମାସରେ ଅନୁମତି ମିଳିଛି। ୨୦୧୯-୨୦ରେ ସରକାର ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ଯୋଗାଇ ଦେଇଥିଲେ। ଋଣ ଯୋଗାଣକୁ ତ୍ୱରାନ୍ବିତ କରି ଅର୍ଥ ବ୍ୟବସ୍ଥାର ଜିଡିପିକୁ ବଢାଇବା ଦିଗରେ ଏଭଳି ଯୋଜନା ହାତକୁ ନିଆଯାଇଥିଲା। ଏହି ଅର୍ଥ ମଧ୍ୟରୁ ପିଏନ୍‌ବି ୧୬,୦୯୧ କୋଟି, ୟୁନିୟନ ବ୍ୟାଙ୍କ ୧୧,୭୬୮ କୋଟି, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ଯଥାକ୍ରମେ ୬୫୫୧ କୋଟି, ୨୫୩୪ କୋଟି ଲାଭ କରିଥିଲେ। ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୧୧ ଗତ ତ୍ରୈମାସରେ ଲାଭ ହାସଲ କରିଥିବା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ପିଆଇ ଉଠାଇ ନେଲେ ୯,୧୦୩ କୋଟି

ନୂଆଦିଲ୍ଲୀ,୧୩।୪: ବର୍ତ୍ତମାନ କୋଭିଡ୍‌-୧୯ ଲାଗି ଶେୟାର ବଜାର କାରବାର ଗଭୀର ଭାବେ ପ୍ରଭାବିତ ହୋଇଛି। ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକମାନେ ଚଳିତ ମାସ...

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ

ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍‌ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ...

ଖାଇବାତେଲ ଆମଦାନୀ ଶୁଳ୍କ ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩ା୯: ବିଦେଶରୁ ଆମଦାନୀ ହେଉଥିବା ଖାଇବାତେଲ ଉପରେ ଲାଗୁ ହେଉଥିବା କଷ୍ଟମ ଡ୍ୟୁଟି, କୃଷି ଇନ୍‌ଫ୍ରା ଓ ଡେଭଲପମେଣ୍ଟ ସେସ୍‌ର ରିହାତି ଅବଧି ଆଉ ୬...

ଆଇସିଆଇସିଆଇ ବ୍ୟାଙ୍କ ଦେଲା ୧୦୦ କୋଟି

ମୁମ୍ବାଇ,୨୧।୪: କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଯୋଗଦାନ ସ୍ବରୂପ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥ ମଧ୍ୟରେ ପିଏମ୍‌...

କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର...

ମୁଦ୍ରାସ୍ଫୀତି, ୟୁକ୍ରେନ୍‌ ସମସ୍ୟା ପ୍ରମୁଖ ପ୍ରସଙ୍ଗ

ଡାଭୋସ୍‌, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍‌) ସମ୍ମିଳନୀ ରବିବାର ଆରମ୍ଭ...

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ...

Advertisement
Archives

Model This Week