ସହାୟତା ରାଶି କାଟି ରଖୁଛି ବ୍ୟାଙ୍କ

ବରୀ,୨୬ା୮(ଡି.ଏନ.ଏ.): ବରୀ ବ୍ଲକ ଏକ କୃଷିବହୁଳ ଅଞ୍ଚଳ। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡି କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ତେବେ ସରକାରଙ୍କ ତରଫରୁ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ କାଳିଆ ଯୋଜନା, ବଳିଆ ଯୋଜନା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବୀମା ଅର୍ଥରାଶି ଆଦି ପ୍ରଦାନ କରାଯାଉଛି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟ୍‌ ମାଧ୍ୟମରେ ଦିଆଯାଉଛି। ମାତ୍ର ଏହାର ସୁଯୋଗରେ ଚାଷୀମାନଙ୍କ ଉକ୍ତ ସହାୟତା ରାଶିକୁ ଋଣ ବାବଦକୁ ବ୍ୟାଙ୍କ କର୍ତ୍ତୃପକ୍ଷ କାଟି ରଖୁଥିବା ଅଭିଯୋଗ ହୋଇଛି। ବ୍ଲକ୍‌ ଅଧୀନରେ ଥିବା ବାଲିଆ, କମ୍ପଗଡ଼, ରାମଚନ୍ଦ୍ରପୁର, ବରୀ ଓ ରାଜାତୋଟା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏପରି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଯୋଜନା ଓ ବାର୍ଦ୍ଧକଭତ୍ତା ଯୋଜନାରେ ଗ୍ରାହକଙ୍କ ଜମା ଖାତାକୁ ଆସୁଥିବା ଅର୍ଥରାଶିକୁ ମଧ୍ୟ କାଟି ରଖାଯାଉଛି।
ରତ୍ନଗିରି ପଞ୍ଚାୟତ ପଟଣା ଓ ରତ୍ନଗିରି ଗ୍ରାମର ଦୁଇଟି ନାମକୁ ଉଦାହରଣ ଭାବେ ନିଆଯାଇପାରେ। ପଟଣାଗ୍ରାମର କାଶୀନାଥ ପାତ୍ରଙ୍କ ବାପା ଗୋପୀନାଥ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାରୁ ତାଙ୍କ ବ୍ୟାଙ୍କ୍‌ ଜମା ବହିରେ ଅର୍ଥରାଶି ଜମା ହୋଇଥିଲା। ଅପରପକ୍ଷରେ ସେହି ପଞ୍ଚାୟତର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରତ ଥିବା ପର୍ଶୁରାମ ମଲିକଙ୍କ ବାପା ଗୋଲେଖ ଶ୍ରମିକ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ତେଣୁ ଟଙ୍କା ଉଠାଣ କରିବାକୁ ସେମାନେ କମ୍ପଗଡ଼ କଳିଙ୍ଗ ଗ୍ରାମ ବ୍ୟାଙ୍କ ଶାଖାକୁ ଯାଇଥିବା ବେଳେ ଶାଖା ପରିଚାଳକ ତାଙ୍କ ନାମରେ ଋଣ ଥିବାରୁ ସେହି ଅର୍ଥକୁ ଋଣ ଶୁଝାଯାଇଛି ବୋଲି କହିଥିଲେ। ତେଣୁ ଆକାଉଣ୍ଟରୁ ପଇସା ଦେବାକୁ ମନା କରିଥିଲେ। ଏ ସମ୍ପର୍କରେ କମ୍ପଗଡ଼ ଶାଖା ପରିଚାଳକ ଶିବପ୍ରସାଦ ପାଢ଼ୀଙ୍କୁ ପଚାରିବାରେ ସେ କହିଛନ୍ତି, ଋଣଗ୍ରସ୍ତ କୃଷକ ହୁଅନ୍ତୁ ବା ଭତ୍ତା ହିତାଧିକାରୀ ସେମାନଙ୍କ ନାମରେ ଋଣ ଥିଲେ ତାଙ୍କ ଜମା ବହିରୁ ଅର୍ଥ ରାଶି କାଟିବା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶ ରହିଛି ବୋଲି କହିଥିଲେ। ଏ ସମ୍ପର୍କରେ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍‌ର ରିଜିଓନାଲ ମ୍ୟାନେଜର ଚନ୍ଦନ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ତରଫରୁ ଏଭଳି କ୍ଷେତ୍ରରେ ଜମା ବହିରୁ ଅର୍ଥ ରାଶି କାଟିବାର ନିୟମ ନାହିଁ। ଯଦି ଏଭଳି କାର୍ଯ୍ୟ କୌଣସି ଶାଖା ପରିଚାଳକ କରିଥାନ୍ତି ତେବେ ଲିଖିତ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଟଙ୍କା କଟା ଯାଇଛି ତାହା ତୁରନ୍ତ ଫେରସ୍ତ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri