ହରେକୃଷ୍ଣ ରେଷ୍ଟୁରାଣ୍ଟର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮:ସ୍ମାର୍ଟ ସିଟି ଭୁବନେଶ୍ୱରକୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ କାମରେ ଆସୁଛନ୍ତି। ହେଲେ ସ୍ମାର୍ଟ ସିଟିରେ ସୁଷମ, ସ୍ବାସ୍ଥ୍ୟକର ଏବଂ ସ୍ବାଦିଷ୍ଟ ନିରାମିଷ ଭୋଜନ ମିଳିବା କଷ୍ଟକର ହୋଇପଡ଼ିଥାଏ। ଏହାକୁ ନଜରରେ ରଖି ଭୁବନେଶ୍ୱରର ପ୍ରମୁଖ ନିରାମିଷ ହୋଟେଲ ହରେକୃଷ୍ଣ ରେଷ୍ଟୁରାଣ୍ଟର ୨ୟ ଶାଖା ଗୁରୁବାର ସ୍ଥାନୀୟ ଆଇଡି ମାକେର୍ଟ ନିକଟସ୍ଥ ନୟାପଲ୍ଲୀ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦାସ ପରିବାରର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ରେଷ୍ଟୁରାଣ୍ଟର ନିର୍ଦ୍ଦେଶକ ବନମାଳୀ ଦାଶ କହିଛନ୍ତି, ଆମେ ସବୁବେଳେ ଗ୍ରାହକଙ୍କୁ ସ୍ବାଦିଷ୍ଟ ଶାକାହାରୀ ଖାଦ୍ୟ ସାମଗ୍ରୀ ଏକ ସୁସ୍ଥ ପରିବେଶରେ ଯୋଗାଇ ଦେଇଥାଉ। ଆଗାମୀ ଦିନରେ ମଧ୍ୟ ଉକ୍ତ ଧାରା ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ , ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନଠାରେ ଏହାର ପ୍ରଥମ ରେଷ୍ଟୁରାଣ୍ଟ ଦୀର୍ଘ ବର୍ଷ ହେବ ଗ୍ରାହକଙ୍କୁ ସ୍ବାଦିଷ୍ଟ ଭୋଜନ ଯୋଗାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ କାର୍‌:ଗଡ଼କରୀ

ନୂଆଦିଲ୍ଲୀ,୬-୯: ସଙ୍କଟରେ ଥିବା ଅଟୋ ସେକ୍ଟରକୁ ସାନ୍ତ୍ୱନା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି ଯେ, ମାନ୍ଦାବସ୍ଥାରୁ ବାହାରି ଆସିବା ଲାଗି ସରକାର ଏହି...

ତେଲ ଦର ସହ ବୃଦ୍ଧି ହେଲା ଏଟିଏଫ ଦର

ନୂଆଦିଲ୍ଲୀ,୧୭।୬: ଦେଶରେ ତେଲ ଦର କ୍ରମାଗତ ଭାବେ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ବିମାନ ଇନ୍ଧନ(ଏଟିଏଫ)ର ଦର ପ୍ରାୟ ୧୬.୩%...

ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ...

ଅର୍ଥନୀତିକୁ ପ୍ରୋତ୍ସାହନ;ପ୍ରଧାନମନ୍ତ୍ରୀ-ସୀତାରାମନ୍‌ ଆଲୋଚନା

ନୂଆଦିଲ୍ଲୀ,୧୭-୮: ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଥିବା ବେଳେ ଏହାକୁ ରୋକିବା ଲାଗି ଉପାୟ ସ୍ଥିର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ...

୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୮:କୋଭିଡ୍‌-୧୯ ପ୍ରଭାବରୁ କୃଷି କ୍ଷେତ୍ରକୁ ବାହାରକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୨୨ କୋଟି କିଷାନ କ୍ରେଡିଟ...

ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା...

ପେଟ୍ରୋଲ , ଡିଜେଲ ଉପରେ ବଢିଲା ଭ୍ୟାଟ୍‌

  ଭୁବନେଶ୍ୱର,୧୭।୫ : ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍‌ ବଢାଇଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍‌ ୨୬%ରୁ ୩୨%କୁ ବଢିଛି। ଫଳରେ ପେଟ୍ରୋଲ...

ଫୋକସ୍‌ରେ ଗ୍ରାହକକୈନ୍ଦ୍ରିକ ସେବା

ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି।...

Advertisement
Archives

Model This Week