ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା

ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ ଲାଗିରହିଛି ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ରାସ୍ତାଘାଟ ସମସ୍ୟା। ବର୍ଷାଦିନେ ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥାଏ। ଏପରି ଦେଖିବାକୁ ମିଳିଛି ବଣ୍ଡାଘାଟିର ପାତ୍ରପୁଟ ଗ୍ରାମ ସମେତ ଅନ୍ୟ କେତେକ ଗ୍ରାମ କ୍ଷେତ୍ରରେ।
ପାତ୍ରପୁଟ ଗ୍ରାମରେ ଶିକ୍ଷାଲାଭ ପାଇଁ ବିଦ୍ୟାଳୟ ଅଛି ମାତ୍ର ଗ୍ରାମକୁ ଆସିବାକୁ ରାସ୍ତା ନ ଥିବାରୁ ଅନେକ ସମୟରେ ଶିକ୍ଷକ ଆସିପାରନ୍ତି ନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ମଧ୍ୟ ଗ୍ରାମରେ ନାହିଁ । ପାନୀୟ ଜଳ ପାଇଁ ନାଳପାଣି ଭରସା। ରହିଥିବା ନଳକୂପ ଅଚଳ ହୋଇପଡିଛି। ଖରାଦିନେ ଲୋକେ ନାଳପାଣି ବ୍ୟବହାର କରନ୍ତି। ବର୍ଷାଦିନେ ପାନୀୟ ଜଳ ପାଇବା କଷ୍ଟକର ହୋଇପଡେ। ଜଳଯୋଗାଣ ପାଇଁ ଗ୍ରାମକୁ ଓପିଲିପି ପକ୍ଷରୁ ପାଇପ ଆସିଥିଲେ ମଧ୍ୟ କାମ ନ ହୋଇ ଏହା କେଉଁଠି ଲୋକଙ୍କ ବାଡ ତିଆରିରେ ଲାଗିଛି ତ କେଉଁଠି ବର୍ଷ ବର୍ଷ ଧରି ଅଦରକାରୀ ଭାବେ ପଡିରହିଛି ।
ଗ୍ରାମକୁ ରାସ୍ତା ନ ଥିବାରୁ ଏଠାରେ ବସୁଥିବା ହାଟ ବନ୍ଦ ହୋଇଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ହଇରାଣ ହେଉଛନ୍ତି ଏଠାକାର ବାସିନ୍ଦା। ସରକାରୀ ଅଧିକାରୀମାନଙ୍କ ପାଦ ଏଠାରେ ପଡେ ନାହିଁ। ଅଞ୍ଚଳର ସମସ୍ୟା ସମାଧାନ ନେଇ ବାରମ୍ବାର ଲୋକ ପ୍ରତିନିଧିମାନେ ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଅଣ୍ଡ୍ରାହାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମନାଥ ଶିଶା। ପାତ୍ରପୁଟ ଭଳି ଏଠାରେ ଥିବା ଅନ୍ୟ ଗ୍ରାମଗୁଡିକର ବାସିନ୍ଦା ମଧ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଥିବା ସ୍ବୀକାର କରିଛନ୍ତି ଖଇରପୁଟ ବ୍ଳକ ଅଧ୍ୟକ୍ଷ ବିଘ୍ନ କିର୍ଷାନି। ଗ୍ରାମକୁ ରାସ୍ତା ନ ଥିବାରୁ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନ ଥିବା ବେଳେ ଆଗାମୀ ଦିନରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବ୍ଳକ ଅଧ୍ୟକ୍ଷ କିର୍ଷାନି। ଅନ୍ୟପକ୍ଷରେ ବଣ୍ଡାଘାଟି ଅଞ୍ଚଳର ଉନ୍ନତି ପାଇଁ ଥିବା ବଣ୍ଡା ଉନ୍ନୟନ ସଂସ୍ଥା (ବିଡିଏ) ବଣ୍ଡା ଜନଜାତିଙ୍କ କି ପ୍ରକାର ବିକାଶ କରୁଛି ତାହା ଦେଖିବାକୁ ମିଳୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri