ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା

ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ ଲାଗିରହିଛି ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ରାସ୍ତାଘାଟ ସମସ୍ୟା। ବର୍ଷାଦିନେ ଗ୍ରାମଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥାଏ। ଏପରି ଦେଖିବାକୁ ମିଳିଛି ବଣ୍ଡାଘାଟିର ପାତ୍ରପୁଟ ଗ୍ରାମ ସମେତ ଅନ୍ୟ କେତେକ ଗ୍ରାମ କ୍ଷେତ୍ରରେ।
ପାତ୍ରପୁଟ ଗ୍ରାମରେ ଶିକ୍ଷାଲାଭ ପାଇଁ ବିଦ୍ୟାଳୟ ଅଛି ମାତ୍ର ଗ୍ରାମକୁ ଆସିବାକୁ ରାସ୍ତା ନ ଥିବାରୁ ଅନେକ ସମୟରେ ଶିକ୍ଷକ ଆସିପାରନ୍ତି ନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ମଧ୍ୟ ଗ୍ରାମରେ ନାହିଁ । ପାନୀୟ ଜଳ ପାଇଁ ନାଳପାଣି ଭରସା। ରହିଥିବା ନଳକୂପ ଅଚଳ ହୋଇପଡିଛି। ଖରାଦିନେ ଲୋକେ ନାଳପାଣି ବ୍ୟବହାର କରନ୍ତି। ବର୍ଷାଦିନେ ପାନୀୟ ଜଳ ପାଇବା କଷ୍ଟକର ହୋଇପଡେ। ଜଳଯୋଗାଣ ପାଇଁ ଗ୍ରାମକୁ ଓପିଲିପି ପକ୍ଷରୁ ପାଇପ ଆସିଥିଲେ ମଧ୍ୟ କାମ ନ ହୋଇ ଏହା କେଉଁଠି ଲୋକଙ୍କ ବାଡ ତିଆରିରେ ଲାଗିଛି ତ କେଉଁଠି ବର୍ଷ ବର୍ଷ ଧରି ଅଦରକାରୀ ଭାବେ ପଡିରହିଛି ।
ଗ୍ରାମକୁ ରାସ୍ତା ନ ଥିବାରୁ ଏଠାରେ ବସୁଥିବା ହାଟ ବନ୍ଦ ହୋଇଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ହଇରାଣ ହେଉଛନ୍ତି ଏଠାକାର ବାସିନ୍ଦା। ସରକାରୀ ଅଧିକାରୀମାନଙ୍କ ପାଦ ଏଠାରେ ପଡେ ନାହିଁ। ଅଞ୍ଚଳର ସମସ୍ୟା ସମାଧାନ ନେଇ ବାରମ୍ବାର ଲୋକ ପ୍ରତିନିଧିମାନେ ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଅଣ୍ଡ୍ରାହାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମନାଥ ଶିଶା। ପାତ୍ରପୁଟ ଭଳି ଏଠାରେ ଥିବା ଅନ୍ୟ ଗ୍ରାମଗୁଡିକର ବାସିନ୍ଦା ମଧ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଥିବା ସ୍ବୀକାର କରିଛନ୍ତି ଖଇରପୁଟ ବ୍ଳକ ଅଧ୍ୟକ୍ଷ ବିଘ୍ନ କିର୍ଷାନି। ଗ୍ରାମକୁ ରାସ୍ତା ନ ଥିବାରୁ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନ ଥିବା ବେଳେ ଆଗାମୀ ଦିନରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବ୍ଳକ ଅଧ୍ୟକ୍ଷ କିର୍ଷାନି। ଅନ୍ୟପକ୍ଷରେ ବଣ୍ଡାଘାଟି ଅଞ୍ଚଳର ଉନ୍ନତି ପାଇଁ ଥିବା ବଣ୍ଡା ଉନ୍ନୟନ ସଂସ୍ଥା (ବିଡିଏ) ବଣ୍ଡା ଜନଜାତିଙ୍କ କି ପ୍ରକାର ବିକାଶ କରୁଛି ତାହା ଦେଖିବାକୁ ମିଳୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଦୃଷ୍ଟି ଦେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri