ହଟିଲା ନିଷେଧାଦେଶ, ଚାଲିଲା ଟ୍ରଲର

ଭୋଗରାଇ, ୧୪।୬(ପ୍ରଦୀପ ଦାସ): ମତ୍ସ୍ୟଜୀବୀଙ୍କ ଦୀର୍ଘ ଦୁଇ ମାସ ଅପେକ୍ଷାର ଅନ୍ତ ଘଟିଛି। ଏହି ଦୁଇ ମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିଲା ବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମୁଦ୍ର ନିଷେଧାଦେଶକୁ ବୁଧବାରଠାରୁ ହଟାଇ ନିଆଯାଇଛି। ଟ୍ରଲର ମାଲିକ ଓ ମତ୍ସଜୀବୀମାନେ ଆଶ୍ବସ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର, ଭୁଟୁଭୁଟି ଓ ଡ଼ଙ୍ଗା। ଚଞ୍ଚଳ ହୋଇପଡିଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ପୁରୀ ଓ ଗଞ୍ଜାମ ଜିଲା ସମୁଦ୍ରକୂଳ ମତ୍ସ୍ୟ ଅବତରଣ କେନ୍ଦ୍ର। ବହୁ ମତ୍ସ୍ୟଜୀବୀ ନିଜର ଜାଲ ବୁଣା କାର୍ଯ୍ୟ ଶେଷ କରିଥିବା ବେଳେ ଅନ୍ୟ ଟ୍ରଲର ଓ ଡ଼ଙ୍ଗାରେ ରଙ୍ଗ ବୋଳି ମାଲିକମାନେ ପୂଜାର୍ଚ୍ଚନା କରିବା ସହିତ ଶୁଭବେଳାରେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଆଗଭର ହୋଇଛନ୍ତି।
ସୂଚନା ଅନୁଯାୟୀ, ବଙ୍ଗୋପସାଗର ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରଜାତିର ମାଛ ଓ ଅଲିଭରିଡଲେ କଇଁଛ ଅଣ୍ଡାଦାନ ସୁରକ୍ଷା ଯୋଗୁ ସରକାର ଗତ ଏପ୍ରିଲ ୧୫ରୁ ଜୁନ ୧୪ପର୍ଯ୍ୟନ୍ତ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ଟ୍ରଲର ଓ ଡ଼ଙ୍ଗା ଚଳାଚଳ ଉପରେ ନିଷେଧାଜ୍ଞା ଜାରି କରିଥିଲେ। ସମୁଦ୍ରରେ ମାଛ ମାରିବା ବନ୍ଦ ଯୋଗୁ ମଧୁର ଜଳ ମାଛର ଦାମ ବୃଦ୍ଧି ଘଟିଥିବା ବେଳେ ଲୁଣିମାଛ ବଜାରକୁ ଆସିଲେ ମାଛର ମୂଲ୍ୟ ହ୍ରାସ ହେବ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ବାଲେଶ୍ୱର ଜିଲାରେ ସରକାରୀ ପରିସଂଖ୍ୟାନୁଯାୟୀ ୩୭ହଜାର ୩୩୮ଜଣ ମତ୍ସ୍ୟଜୀବୀ ପରିବାର ୨ଲକ୍ଷ ୨୬ହଜାର ୫୬ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକରେ ୧୦୧ଟି ଗ୍ରାମର ୧୦ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜିଲାରେ ଉଦୟପୁର, ତାଳସାରୀ, କୀର୍ତ୍ତିନିଆ, ଚୌମୁଖ, କଙ୍କଡାପାଳ, ଡଗରା, ହସକରା, ବାହାବଳପୁର, ବଳରାମଗଡି, ଜାମୁକା, ମୈଶାଳୀ, ଗଦେଇ ସାଗର, ପଞ୍ଚୁବିସା, ଚାନ୍ଦିପୁର ଆଦି ସମୁଦ୍ର ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ର ରହିଥିବା ବେଳେ ୫ଟି ସ୍ଥାନରେ ପ୍ରସ୍ତାବିତ ଜେଟି ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ଦେଖାଦେଇଛି। ତାଳସାରୀ ସମୁଦ୍ରକୂଳରେ ବଡ ବଡ ବାଲିଚଢ଼ ହୋଇଥିବାରୁ ମତ୍ସଜୀବୀଙ୍କ ଡ଼ଙ୍ଗା କୂଳକୁ ଭିଡ଼ିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମୁଦ୍ର ବାଲିଚରର ଭୁଟଭୁଟି କିମ୍ବା ଡ଼ଙ୍ଗା ଆସୁଥିବା ବେଳେ ଉତ୍ତାଳ ଢେଉ ଡଙ୍ଗାରେ ବାଡେଇ ହୋଇ ଡ଼ଙ୍ଗା କ୍ଷତିଗ୍ରସ୍ତ ହେଉଛି। ସେଠାରେ ଡ଼ଙ୍ଗା ଅଟକିଯିବା ସହିତ ବିପଦ ସୃଷ୍ଟି କରୁଥିବା ତାଳସାରୀ ଗଙ୍ଗାମାତା ମେରାଇନ ଫିସରମ୍ୟାନ ସୋସାଇଟି ସମ୍ପାଦକ ପୁଣ୍ଡରୀକାକ୍ଷ ଲାୟା ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଡ଼ଙ୍ଗା ଓ ଟ୍ରଲରରେ ଜାତୀୟ ପତାକା, ଲାଇଫ ଜ୍ୟାକେଟ, ବିପଦସଂକେତ ଯନ୍ତ୍ର, ଅଗ୍ନି ନିର୍ବାପକ, ଲାଇସେନ୍ସ ଓ ଆଧାର କାର୍ଡର ବାଧ୍ୟତାମୂଳକ ଭାବେ ରଖାଯିବା ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri