ଏହି ଦେଶରେ ଟୁଇଟର ଉପରୁ ହଟିଲା ପ୍ରତିବନ୍ଧକ

ଅବୁଜା,୧୩ା୧: ଦେଶରେ ୨୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ନେଟଓ୍ବାର୍କରୁ ବାହାର ହେବାର ସାତ ମାସ ପରେ ଟୁଇଟରରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ନାଇଜେରିଆ ସରକାର।

ଦେଶର ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ବିକାଶ ଏଜେନ୍ସିର ମହାନିର୍ଦ୍ଦେଶକ କାଶିଫୁ ଇନଓ୍ବା ଅବଦୁଲ୍ଲାଙ୍କ ଅନୁଯାୟୀ, ନାଇଜେରିଆର ରାଷ୍ଟ୍ରପତି ମହମ୍ମଦ ବୁହାରୀ ଗୁରୁବାର ଦେଶରେ ଟୁଇଟର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅବଦୁଲ୍ଲା କହିଛନ୍ତି, ନାଇଜେରିଆରେ ଏକ କାର୍ଯ୍ୟାଳୟ ଖୋଲିବା ସହିତ କିଛି ସର୍ତ୍ତ ପୂରଣ କରିବାକୁ ଟୁଇଟର ରାଜି ହେବା ପରେ ହିଁ ଏହି ଦେଶରୁ ପ୍ରତିବନ୍ଧକ ହଟାଯାଇଛି।

‘ନାଇଜେରିଆର କର୍ପୋରେଟ ଅସ୍ତିତ୍ୱକୁ କ୍ଷୁଣ୍ଣ କରିବାରେ ସକ୍ଷମ କାର୍ଯ୍ୟକଳାପ ପାଇଁ ଟୁଇଟର ବାରମ୍ବାର ବ୍ୟବହାର’ ଦର୍ଶାଇ ନାଇଜେରିଆ ଜୁନ୍‌ ୪ରୁ ଟୁଇଟର କାର୍ଯ୍ୟ ବନ୍ଦ ରଖିଥିଲା। ଏହା ପରେ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା।

ଅବଦୁଲ୍ଲା କହିଛନ୍ତି, ୨୦୨୨ର ପ୍ରଥମ ତ୍ରୈମାସିକରେ ନାଇଜେରିଆରେ ପଞ୍ଜୀକରଣ ବ୍ୟତୀତ, ଏକ ନିର୍ଦ୍ଦିଷ୍ଟ ଦେଶ ପ୍ରତିନିଧି ନିଯୁକ୍ତ କରିବା, କର ଦାୟିତ୍ୱବୋଧ, ନାଇଜେରିଆର ନିୟମ, ଜାତୀୟ ସଂସ୍କୃତି ଏବଂ ଇତିହାସକୁ ସମ୍ମାନର ସହ ଗ୍ରହଣ କରିବା ସହିତ ଟୁଇଟର ମଧ୍ୟ ଅନ୍ୟ ସର୍ତ୍ତଗୁଡିକରେ ରାଜି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

ଭୋକ ଉପାସରେ ଲୋକେ, କିମ୍‌ଙ୍କ ଚିନ୍ତା ବଢ଼ିଲା…

ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ...

‘ଟ୍ରମ୍ପଙ୍କ ଭୂଗୋଳ ଜ୍ଞାନ କମ୍‌’

ୱାଶିଂଟନ,୧୭।୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭୂଗୋଳ ଜ୍ଞାନ କମ । ଭାରତ ଏବଂ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ରହିଛି ବୋଲି ସେ ଜାଣିନାହାନ୍ତି। ଦୁଇଜଣ...

କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ...

ପ୍ରଧାନମନ୍ତ୍ରୀ ହେବାର ବର୍ଷପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧନ କରିବେ ଇମ୍ରାନ୍‌

ଇସଲାମାବାଦ,୩।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୮ରେ ବର୍ଷେ ପୂରିବ। ଏହି ଅବସରରେ ସେ ତାଙ୍କର ବର୍ଷକର କାର୍ଯ୍ୟକାଳକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ...

ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି।...

ଶ୍ରୀଲଙ୍କା ରାଜନୀତିରେ ପରିବାରବାଦର ଝଲକ୍‌

କଲମ୍ବୋ,୨୨।୧୧: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଶୁକ୍ରବାର ଅନ୍ତରୀଣ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବା। ତାଙ୍କ...

Advertisement


Archives

Model This Week