ରୋଜଗାରର ବାଟ ଫିଟାଉଛି ବାଉଁଶ ଶିଳ୍ପ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ହସ୍ତଶିଳ୍ପର ଆଦର ସବୁବେଳେ ରହିଛି। ତା’ର ଚାହିଦା ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ହସ୍ତଶିଳ୍ପ କଥା ହେଉ କି ହସ୍ତତନ୍ତ ସବୁଥିରେ ନୂଆ କୌଶଳର ପ୍ରୟୋଗ ଫଳରେ ଏହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। କାରିଗରଙ୍କ କଳାର ଯାଦୁରେ ଅଦରକାରୀ ଜିନିଷ ବି ସୁନ୍ଦର ଓ ଆକର୍ଷଣୀୟ ସାମଗ୍ରୀରେ ପରିଣତ ହୋଇଥାଏ। ନିକଟରେ ଆୟୋଜିତ ବିିଭିନ୍ନ ପ୍ରଦର୍ଶନୀରେ ବାଉଁଶରୁ ତିଆରି ଅନେକ ପ୍ରକାରର ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ବାଉଁଶ କଥା କହିଲେ ମନକୁ ସଙ୍ଗେ ସଙ୍ଗେ ଆସିଯାଏ ଘରକରଣା ସାମଗ୍ରୀ, ଯେମିତିକି ଝୁଡ଼ି, ପାଛିଆ, ଡାଲା, କୁଲା, ମେଜ ଆଦି। କିନ୍ତୁ ଏବେ ବାଉଁଶରେ ବିଭିନ୍ନ ପ୍ରକାର ଡିଜାଇନ୍‌ ଅଳଙ୍କାର, ଆସବାବପତ୍ର, ଲ୍ୟାମ୍ପଶେଡ୍‌ ଭଳି ସାମଗ୍ରୀ କାରିଗରଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଦେବା ସହ ଲୋକଙ୍କୁ ଚିରାଚରିତଠୁ କିଛି ନୂଆ ଭେଟି ଦେଉଛି। ଏହା ବ୍ୟତୀତ ବାଉଁଶ ଶିଳ୍ପ ହାଲୁକା, ଉଚ୍ଚ ପ୍ରସାରଣ, ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ। ପ୍ରାଚୀନ ସମୟରୁ ବାଉଁଶ ଆମ ବ୍ୟବହାରିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ଏବେ ଏହା ରୋଜଗାରର ବାଟ ଫିଟାଇଛି। ଆଦିବାସୀ ବଜାରରୁ ଆରମ୍ଭ ହୋଇଥିବା ବାଉଁଶ ଶିଳ୍ପର ଚାହିବା ବୃଦ୍ଧି ହେବା ସହ ନୂଆ ଉତ୍ପାଦ ସୃଷ୍ଟି ହେଉଛି। ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ଥିବା ହସ୍ତତନ୍ତ, ହସ୍ତକଳା, ବୟନ ଶିଳ୍ପ ପକ୍ଷରୁ ବାଉଁଶ ଶିଳ୍ପର ପ୍ରଚାର ପ୍ରସାର ଏବଂ କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ୬ଟି ସୁବିଧା କେନ୍ଦ୍ର ପ୍ରଦାନ କରାଯାଇଛି। ଏଥିପାଇଁ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ର ଆର୍ଥିକ ସହଯୋଗରେ ବାଉଁଶ ଶିଳ୍ପର ଉନ୍ନୟନ ପାଇଁ ଯୋଜନା କରାଯାଉଛି, ଯାହାଦ୍ୱାରା ରାଜ୍ୟର ବାଉଁଶ ଶିଳ୍ପ କ୍ଷେତ୍ରରେ କାମ କରୁଥିବା କାରିଗର ଅନେକ ସୁବିଧା ପାଇପାରୁଛନ୍ତି।
ରାଜ୍ୟର ୬ଟି କ୍ଲଷ୍ଟରରେ ସୁବିଧା କେନ୍ଦ୍ର
ଓଡ଼ିଶାର ୬ଟି କ୍ଲଷ୍ଟରରେ ବର୍ତ୍ତମାନ ସୁବିଧା କେନ୍ଦ୍ର (ସିଏଫ୍‌ସିଏସ୍‌) ନିର୍ମାଣ ଚାଲିଛି। ଏହା ହେବା ଦ୍ୱାରା ବୁଣାକାରମାନେ ବୈଷୟିକ ସହାୟତା ସହ ଅଧିକ ଅର୍ଥ ଉପାର୍ଜନ କରିବାର ବାଟ ପାଇପାରିବେ। ସୁବର୍ଣ୍ଣପୁର ଜିଲାର ବିନିକା କ୍ଲଷ୍ଟର, ବରଗଡ଼ ଜିଲା ପଦମପୁର କ୍ଲଷ୍ଟରର ବ୍ରହ୍ମାନିଧି ଓ ବରଗାଓଁ, ମୟୂରଭଞ୍ଜ ଜିଲା ରାଇରଙ୍ଗପୁର କ୍ଲଷ୍ଟରରେ ଇଚିଣ୍ଡା, ଢେଙ୍କାନାଳ ହିଣ୍ଡୋଳ କ୍ଲଷ୍ଟରର ଦୁଦୁରକୋଟ ଏବଂ ଯାଜପୁର ଜିଲା ଗୋପାଳପୁର କ୍ଲଷ୍ଟରରେ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ସହ ଜାତୀୟସ୍ତରର ଡିଜାଇନରଙ୍କୁ ଆସୋସିଏଟ୍‌ କରାଯିବ, ଯାହାଦ୍ୱାରା ଦକ୍ଷତା ଓ ଡିଜାଇନର ବିକାଶ ହୋଇପାରିବ। ଆଗାମୀ ଦିନରେ ଅନ୍ୟ ସବୁ ଜିଲାର କ୍ଲଷ୍ଟରରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ ହେବାର ଯୋଜନା ରହିଛି।
ଆରମ୍ଭ ହେବ ବାମ୍ବୋ ବଜାର, ରୁରାଲ୍‌ ହାଟ
କେବଳ ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ବାମ୍ବୋ ବଜାର ଆରମ୍ଭ ହେବ। ସେଠାରେ ସ୍ଥାନୀୟ କଳାକାରଙ୍କ ନିର୍ମିତ ସାମଗ୍ରୀ ଉପଲବ୍ଧ ହେବ। ସେହିପରି ରୁରାଲ ହାଟ ଖୋଲାଯିବ। ଅନ୍ୟପଟେ ଖୁବ୍‌ଶୀଘ୍ର କେରଳ ଫରେଷ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (କେଏଫ୍‌ଆର୍‌ଆଇ)ରେ ୧୧ଜଣ ଅଧିକାରୀଙ୍କୁ ନେଇ ୫ଦିନିିଆ କର୍ମଶାଳା ହେବ ବୋଲି ସୂଚନା ମିଳିଛି।
ପ୍ରଶିକ୍ଷଣରୁ ବଢ଼ୁଛି ଶିଳ୍ପର ଚାହିଦା
ବାଉଁଶ ଶିଳ୍ପକୁ ନେଇ କ’ଣ କରାଯାଇପାରିବ। ବଜାର ହାଲଚାଲ, ଉଚିତ ଦର, ବୈଷୟିକ ଜ୍ଞାନ ଓ ନୂଆ ନୂଆ ଡିଜାଇନ ସହିତ ପରିଚିତ ହେଉଛନ୍ତି କାରିଗର। କହିବାକୁ ଗଲେ ତାଲିମ ପାଇବା ପରେ ଶିଳ୍ପକୁ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ମାର୍ଚ୍ଚ ୨୪ରେ ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ୧୨ଦିନିଆ କର୍ମଶାଳାରେ ଦୁଇ ଅଧିକାରୀଙ୍କ ସହ ୨୪ କାରିଗର ଯୋଗଦେଇଥିଲେ। ସେହିପରି ଅନ୍ୟ ୨୪ କାରିଗରଙ୍କୁ ନେଇ ଦୁଇ ଅଧିକାରୀ ଅଗରତାଲା ଯାତ୍ରା କରି ପ୍ରଶିକ୍ଷଣ ବ୍ୟବସ୍ଥା କରାଇଥିଲେ। ସେହିପରି ଭୁବନେଶ୍ୱରରେ ମାର୍ଚ୍ଚ ୩ରେ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା।

 

ବାଉଁଶରୁ ଜିନିଷଟିଏ ତିଆରି କରିବାକୁ ବହୁତ ସମୟ ଲାଗେ। ପ୍ରଥମେ ବାଉଁଶ ତିଆରି ସାମଗ୍ରୀକୁ ସ୍ଥାନୀୟ ଦର ହିସାବରେ ବିକ୍ରି କରୁଥିଲୁ। ତେବେ ପ୍ରଶିକ୍ଷଣ ପରେ ବୈଷୟିକ ଜ୍ଞାନରେ ଅନେକ ପରିବର୍ତ୍ତନ ଆସିଛି। ଗୋଟିଏ ଦିନରେ କିଭଳି ଅଧିକ ଉତ୍ପାଦ ହୋଇ ପାରିବ ତାହା ଶିଖିବାକୁ ମିଳୁଛି। ନୂଆ ନୂଆ ଡିଜାଇନ ସହ ପରିଚିତ ହେଉଛୁ ଓ ଯନ୍ତ୍ରପାତିର ବ୍ୟବହାର କିଭଳି ହୋଇପାରୁଛି ତାହା ଜାଣିପାରିଛୁ। କେବଳ ମୁଁ ନୁହେଁ ଆମ କ୍ଲଷ୍ଟରରେ ବର୍ତ୍ତମାନ ଅନେକେ ଏହି ଶିଳ୍ପରେ ମନୋନିବେଶ କରିବାକୁ ଆଗଭର ହୋଇପଡ଼ିଛନ୍ତି।
– ଜୀବନରାମ ମହାନ୍ତ, ବାଉଁଶ କାରିଗର, ମୟୂରଭଞ୍ଜ
କୌଣସି ଜିନିଷରେ ପ୍ରଶିକ୍ଷଣ ପାଇବା ପରେ ହିଁ ସେହି କାମ ପ୍ରତି ରୁଚି ଅଧିକ ବଢ଼ିଥାଏ। ନୂଆ ଜ୍ଞାନ କୌଶଳ ସହ ମୁଁ ପରିଚିତ ହେଲା ପରେ ମୋ ସମ୍ପ୍ରଦାୟର ଅନେକ କାରିଗରଙ୍କୁ ଶିଖାଇପାରୁଛି। କେନ୍ଦ୍ର ଖୋଲିବା ପରେ ସେଠାରେ କିପରି ଅଧିକରୁ ଅଧିକ ଉତ୍ପାଦ ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇହେବ। ସେହିପରି ଅଧିକ ତାଲିମ ବା ଶିକ୍ଷା ପାଇଁ ଆଉ ଦୂରକୁ ଯିବାରୁ ପଡ଼ିବନି।
– ବିଜୟ ସେନାପତି, ବାଉଁଶ କାରିଗର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri