ରୋଜଗାରର ବାଟ ଫିଟାଉଛି ବାଉଁଶ ଶିଳ୍ପ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ହସ୍ତଶିଳ୍ପର ଆଦର ସବୁବେଳେ ରହିଛି। ତା’ର ଚାହିଦା ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ହସ୍ତଶିଳ୍ପ କଥା ହେଉ କି ହସ୍ତତନ୍ତ ସବୁଥିରେ ନୂଆ କୌଶଳର ପ୍ରୟୋଗ ଫଳରେ ଏହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। କାରିଗରଙ୍କ କଳାର ଯାଦୁରେ ଅଦରକାରୀ ଜିନିଷ ବି ସୁନ୍ଦର ଓ ଆକର୍ଷଣୀୟ ସାମଗ୍ରୀରେ ପରିଣତ ହୋଇଥାଏ। ନିକଟରେ ଆୟୋଜିତ ବିିଭିନ୍ନ ପ୍ରଦର୍ଶନୀରେ ବାଉଁଶରୁ ତିଆରି ଅନେକ ପ୍ରକାରର ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ବାଉଁଶ କଥା କହିଲେ ମନକୁ ସଙ୍ଗେ ସଙ୍ଗେ ଆସିଯାଏ ଘରକରଣା ସାମଗ୍ରୀ, ଯେମିତିକି ଝୁଡ଼ି, ପାଛିଆ, ଡାଲା, କୁଲା, ମେଜ ଆଦି। କିନ୍ତୁ ଏବେ ବାଉଁଶରେ ବିଭିନ୍ନ ପ୍ରକାର ଡିଜାଇନ୍‌ ଅଳଙ୍କାର, ଆସବାବପତ୍ର, ଲ୍ୟାମ୍ପଶେଡ୍‌ ଭଳି ସାମଗ୍ରୀ କାରିଗରଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଦେବା ସହ ଲୋକଙ୍କୁ ଚିରାଚରିତଠୁ କିଛି ନୂଆ ଭେଟି ଦେଉଛି। ଏହା ବ୍ୟତୀତ ବାଉଁଶ ଶିଳ୍ପ ହାଲୁକା, ଉଚ୍ଚ ପ୍ରସାରଣ, ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ। ପ୍ରାଚୀନ ସମୟରୁ ବାଉଁଶ ଆମ ବ୍ୟବହାରିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ଏବେ ଏହା ରୋଜଗାରର ବାଟ ଫିଟାଇଛି। ଆଦିବାସୀ ବଜାରରୁ ଆରମ୍ଭ ହୋଇଥିବା ବାଉଁଶ ଶିଳ୍ପର ଚାହିବା ବୃଦ୍ଧି ହେବା ସହ ନୂଆ ଉତ୍ପାଦ ସୃଷ୍ଟି ହେଉଛି। ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ଥିବା ହସ୍ତତନ୍ତ, ହସ୍ତକଳା, ବୟନ ଶିଳ୍ପ ପକ୍ଷରୁ ବାଉଁଶ ଶିଳ୍ପର ପ୍ରଚାର ପ୍ରସାର ଏବଂ କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ୬ଟି ସୁବିଧା କେନ୍ଦ୍ର ପ୍ରଦାନ କରାଯାଇଛି। ଏଥିପାଇଁ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ର ଆର୍ଥିକ ସହଯୋଗରେ ବାଉଁଶ ଶିଳ୍ପର ଉନ୍ନୟନ ପାଇଁ ଯୋଜନା କରାଯାଉଛି, ଯାହାଦ୍ୱାରା ରାଜ୍ୟର ବାଉଁଶ ଶିଳ୍ପ କ୍ଷେତ୍ରରେ କାମ କରୁଥିବା କାରିଗର ଅନେକ ସୁବିଧା ପାଇପାରୁଛନ୍ତି।
ରାଜ୍ୟର ୬ଟି କ୍ଲଷ୍ଟରରେ ସୁବିଧା କେନ୍ଦ୍ର
ଓଡ଼ିଶାର ୬ଟି କ୍ଲଷ୍ଟରରେ ବର୍ତ୍ତମାନ ସୁବିଧା କେନ୍ଦ୍ର (ସିଏଫ୍‌ସିଏସ୍‌) ନିର୍ମାଣ ଚାଲିଛି। ଏହା ହେବା ଦ୍ୱାରା ବୁଣାକାରମାନେ ବୈଷୟିକ ସହାୟତା ସହ ଅଧିକ ଅର୍ଥ ଉପାର୍ଜନ କରିବାର ବାଟ ପାଇପାରିବେ। ସୁବର୍ଣ୍ଣପୁର ଜିଲାର ବିନିକା କ୍ଲଷ୍ଟର, ବରଗଡ଼ ଜିଲା ପଦମପୁର କ୍ଲଷ୍ଟରର ବ୍ରହ୍ମାନିଧି ଓ ବରଗାଓଁ, ମୟୂରଭଞ୍ଜ ଜିଲା ରାଇରଙ୍ଗପୁର କ୍ଲଷ୍ଟରରେ ଇଚିଣ୍ଡା, ଢେଙ୍କାନାଳ ହିଣ୍ଡୋଳ କ୍ଲଷ୍ଟରର ଦୁଦୁରକୋଟ ଏବଂ ଯାଜପୁର ଜିଲା ଗୋପାଳପୁର କ୍ଲଷ୍ଟରରେ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ସହ ଜାତୀୟସ୍ତରର ଡିଜାଇନରଙ୍କୁ ଆସୋସିଏଟ୍‌ କରାଯିବ, ଯାହାଦ୍ୱାରା ଦକ୍ଷତା ଓ ଡିଜାଇନର ବିକାଶ ହୋଇପାରିବ। ଆଗାମୀ ଦିନରେ ଅନ୍ୟ ସବୁ ଜିଲାର କ୍ଲଷ୍ଟରରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ ହେବାର ଯୋଜନା ରହିଛି।
ଆରମ୍ଭ ହେବ ବାମ୍ବୋ ବଜାର, ରୁରାଲ୍‌ ହାଟ
କେବଳ ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ବାମ୍ବୋ ବଜାର ଆରମ୍ଭ ହେବ। ସେଠାରେ ସ୍ଥାନୀୟ କଳାକାରଙ୍କ ନିର୍ମିତ ସାମଗ୍ରୀ ଉପଲବ୍ଧ ହେବ। ସେହିପରି ରୁରାଲ ହାଟ ଖୋଲାଯିବ। ଅନ୍ୟପଟେ ଖୁବ୍‌ଶୀଘ୍ର କେରଳ ଫରେଷ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (କେଏଫ୍‌ଆର୍‌ଆଇ)ରେ ୧୧ଜଣ ଅଧିକାରୀଙ୍କୁ ନେଇ ୫ଦିନିିଆ କର୍ମଶାଳା ହେବ ବୋଲି ସୂଚନା ମିଳିଛି।
ପ୍ରଶିକ୍ଷଣରୁ ବଢ଼ୁଛି ଶିଳ୍ପର ଚାହିଦା
ବାଉଁଶ ଶିଳ୍ପକୁ ନେଇ କ’ଣ କରାଯାଇପାରିବ। ବଜାର ହାଲଚାଲ, ଉଚିତ ଦର, ବୈଷୟିକ ଜ୍ଞାନ ଓ ନୂଆ ନୂଆ ଡିଜାଇନ ସହିତ ପରିଚିତ ହେଉଛନ୍ତି କାରିଗର। କହିବାକୁ ଗଲେ ତାଲିମ ପାଇବା ପରେ ଶିଳ୍ପକୁ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ମାର୍ଚ୍ଚ ୨୪ରେ ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ୧୨ଦିନିଆ କର୍ମଶାଳାରେ ଦୁଇ ଅଧିକାରୀଙ୍କ ସହ ୨୪ କାରିଗର ଯୋଗଦେଇଥିଲେ। ସେହିପରି ଅନ୍ୟ ୨୪ କାରିଗରଙ୍କୁ ନେଇ ଦୁଇ ଅଧିକାରୀ ଅଗରତାଲା ଯାତ୍ରା କରି ପ୍ରଶିକ୍ଷଣ ବ୍ୟବସ୍ଥା କରାଇଥିଲେ। ସେହିପରି ଭୁବନେଶ୍ୱରରେ ମାର୍ଚ୍ଚ ୩ରେ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା।

 

ବାଉଁଶରୁ ଜିନିଷଟିଏ ତିଆରି କରିବାକୁ ବହୁତ ସମୟ ଲାଗେ। ପ୍ରଥମେ ବାଉଁଶ ତିଆରି ସାମଗ୍ରୀକୁ ସ୍ଥାନୀୟ ଦର ହିସାବରେ ବିକ୍ରି କରୁଥିଲୁ। ତେବେ ପ୍ରଶିକ୍ଷଣ ପରେ ବୈଷୟିକ ଜ୍ଞାନରେ ଅନେକ ପରିବର୍ତ୍ତନ ଆସିଛି। ଗୋଟିଏ ଦିନରେ କିଭଳି ଅଧିକ ଉତ୍ପାଦ ହୋଇ ପାରିବ ତାହା ଶିଖିବାକୁ ମିଳୁଛି। ନୂଆ ନୂଆ ଡିଜାଇନ ସହ ପରିଚିତ ହେଉଛୁ ଓ ଯନ୍ତ୍ରପାତିର ବ୍ୟବହାର କିଭଳି ହୋଇପାରୁଛି ତାହା ଜାଣିପାରିଛୁ। କେବଳ ମୁଁ ନୁହେଁ ଆମ କ୍ଲଷ୍ଟରରେ ବର୍ତ୍ତମାନ ଅନେକେ ଏହି ଶିଳ୍ପରେ ମନୋନିବେଶ କରିବାକୁ ଆଗଭର ହୋଇପଡ଼ିଛନ୍ତି।
– ଜୀବନରାମ ମହାନ୍ତ, ବାଉଁଶ କାରିଗର, ମୟୂରଭଞ୍ଜ
କୌଣସି ଜିନିଷରେ ପ୍ରଶିକ୍ଷଣ ପାଇବା ପରେ ହିଁ ସେହି କାମ ପ୍ରତି ରୁଚି ଅଧିକ ବଢ଼ିଥାଏ। ନୂଆ ଜ୍ଞାନ କୌଶଳ ସହ ମୁଁ ପରିଚିତ ହେଲା ପରେ ମୋ ସମ୍ପ୍ରଦାୟର ଅନେକ କାରିଗରଙ୍କୁ ଶିଖାଇପାରୁଛି। କେନ୍ଦ୍ର ଖୋଲିବା ପରେ ସେଠାରେ କିପରି ଅଧିକରୁ ଅଧିକ ଉତ୍ପାଦ ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇହେବ। ସେହିପରି ଅଧିକ ତାଲିମ ବା ଶିକ୍ଷା ପାଇଁ ଆଉ ଦୂରକୁ ଯିବାରୁ ପଡ଼ିବନି।
– ବିଜୟ ସେନାପତି, ବାଉଁଶ କାରିଗର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?