ରାଜଧାନୀର ୩ଶହ ସ୍ଥାନରେ ଜଳଛତ୍ର ଖୋଲିବ ବିଏମ୍‌ସି

ଭୁବନେଶ୍ୱର,୨୧।୪ (ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଶୁକ୍ରବାରଠାରୁ ମହାନଗର ନିଗମର ସମସ୍ତ ଓ୍ବାର୍ଡରେ ଜଳଛତ୍ର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ପବ୍ଲିକ୍‌ ହେଲ୍ଥ, ପରିମଳ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ କର୍ପୋରେଟରଙ୍କୁ ୩ଟି ଲେଖାଏ ମାଠିଆ ପ୍ରଦାନ କରାଯିବ। ଏହାବାଦ୍‌ ବିଭିନ୍ନ ଅଟୋ ଆସୋସିଏଶନ୍‌, ଏସ୍‌ଏଚ୍‌ଜି, ସ୍ବେଚ୍ଛାସେବୀ ସଙ୍ଗଠନ ଆଦିକୁ ମାଠିଆ ପ୍ରଦାନ କରାଯିବ। ସହରର ପ୍ରାୟ ୩ଶହ ସ୍ଥାନରେ ବିଏମ୍‌ସି ପକ୍ଷରୁ ଜଳଛତ୍ର ଖୋଲିବ। ସକାଳୁ ଜଳଛତ୍ର ଖୋଲିବା ସହ ସେଥିରେ ପର୍ଯ୍ୟାପ୍ତ ପାଣି ରଖାଯିବ। ସ୍ବେଚ୍ଛାସେବୀମାନେ ରହି ଲୋକଙ୍କୁ ପାଣି ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ବିରଞ୍ଚତ୍ ନାରାୟଣ ମହାସୂପକାର, ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ, ଡେପୁଟି କମିଶନର (ପରିମଳ) ମନୋରଞ୍ଜନ ସାହୁ, କର୍ପୋରେସନ ଡେପୁଟି କମିଶନର ସପନ ନନ୍ଦ, ସିଏଚ୍‌ଓ, ଏନ୍‌ୟୁଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ସମେତ ବିଦ୍ୟୁତ୍‌, ଓ୍ବାଟର ସପ୍ଲାଏ, ଡ୍ରେନେଜ୍‌ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଗୁରୁବାରଠାରୁ ବିଏମ୍‌ସି ପକ୍ଷରୁ ବୁଲା ଜୀବଜନ୍ତୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଖଣ୍ଡଗିରି ଏବଂ ଅନ୍ୟାନ୍ୟ ଛକ ସ୍ଥାନଗୁଡିକରେ ସେମାନଙ୍କ ପାଇଁ ପାଣିକୁଣ୍ଡ ରଖାଯାଇଛି।
ଅପରପକ୍ଷେ ବୈଠକରେ ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ସହରରେ ଥିବା ୧୦ଟି ମୁଖ୍ୟ ଡ୍ରେନର ସଫେଇ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବ୍‌ଶୀଘ୍ର ଏହାକୁ ଖୋଲାଯିବ। ସେହିପରି ଅନ୍ୟ ଛୋଟ ଛୋଟ ଡ୍ରେନ୍‌ଗୁଡିକୁ ସଫା କରିବା ପାଇଁ ବିଭିନ୍ନ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୫ ତାରିଖ ପୂର୍ବରୁ ଏହା କାର୍ଯ୍ୟକାରୀ ନ ହେଲେ ଏଜେନ୍ସି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ସହରର ୩ଟି ଜୋନ୍‌ରେ ଲାଇଟ୍‌ ଲଗାଯିବା ନେଇ ପ୍ରାୟ ୬/୭ କୋଟି ଟଙ୍କାର ଟେଣ୍ଡର ଡକା ସରିଛି। ଯେଉଁ ସ୍ଥାନଗୁଡିକରେ ଲାଇଟ୍‌ ନାହିଁ ବା ଜଳୁନାହିଁ ସେଠାରେ ସ୍ଥିତିକୁ ଦେଖି ହାଇମାଷ୍ଟ କିମ୍ବା ଅନ୍ୟ ଲାଇଟ୍‌ ଲଗାଯିବ। ରାଜଧାନୀବାସୀଙ୍କ ସୁବିଧା ପାଇଁ ବିଏମ୍‌ସି ପକ୍ଷରୁ ଚେଷ୍ଟା କରାଯାଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri