ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ ପୋଲିସର ଅପାରଗତା ପାଇଁ ମାଫିଆମାନେ ସେମାନଙ୍କ ର଼୍ୟାକେଟକୁ ଆହୁରି ବ୍ୟାପକ କରିଛନ୍ତି। ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣକୁ ରୋକିବାକୁ ଏବେ ଏସ୍‌ଟିଏଫ୍‌ ଅଣ୍ଟାଭିଡ଼ିଛି। ସୁବର୍ଣ୍ଣପୁରରେ ଏକ ବଡ଼ ବନ୍ୟଜନ୍ତୁ ର଼୍ୟାକେଟକୁ ଧରିଛି। ଗତ ୧୨ ତାରିଖରେ ସୁବର୍ଣ୍ଣପୁରସ୍ଥିତ ସରକାରୀ ଆଇଟିଆଇ କଲେଜ ଅଞ୍ଚଳରେ ଚଢାଉ କରି ଜଣେ ବାଘ ଛାଲ ବେପାରୀଙ୍କୁ ଧରିଥିବାବେଳେ ଶନିବାର ରାତିରେ ରାଜକୋଠି ମହାନଦୀ ବ୍ରିଜ ନିକଟରୁ ଆଉ ଦୁଇଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ ୫ କେଜି ୬୫ ଗ୍ରାମ୍‌ କାତି ଜବତ କରାଯାଇଛି। ଗିରଫ ଦୁଇ ବେପାରୀ ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା କପାସିରା ଅଞ୍ଚଳର ସୋମନାଥ ବାଗ ଓ ଗିନ୍ଧିଲମାଲ ଅଞ୍ଚଳର ମାର୍ଶାଲନ ଭେଙ୍ଗ୍ରା। ଏନେଇ ଏସ୍‌ଟିଏଫ କେସ୍‌ ନଂ.୨୬/୨୦ ଦଫା ୩୭୯, ୪୧୧ ଏବଂ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନୁସାରେ ୫୧ ଦଫା ଲଗାଇ ସୋନପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଏଥିସହ ଜବତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଉଲୁଣ୍ଡା ଜଙ୍ଗଲରେ ଛାଡି ଦିଆଯାଇଛି। ଅନ୍ୟପକ୍ଷରେ ଜବତ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାତିକୁ ପରୀକ୍ଷଣ ପାଇଁ ଡେରାଡୁନ୍‌ସ୍ଥିତ ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ଡିଏସ୍‌ପି ବିଳାସିନୀ ନାୟକ କହିଛନ୍ତି।
ସୂଚନା ଅନୁଯାୟୀ, ବାଘ ଛାଲ ବେପାରୀଙ୍କୁ ପଚରାଉଚରାବେଳେ ସୁବର୍ଣ୍ଣପୁରରେ ବନ୍ୟଜନ୍ତୁ ଚୋରା ଚାଲାଣ ର଼୍ୟାକେଟ ସମ୍ପର୍କରେ ସୁଚନା ପାଇଥିଲା। ଏହାପରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଏସ୍‌ଟିଏଫ୍‌ର ୩ଜଣିଆ ଟିମ୍‌ ଦୁଇଦିନ ହେବ ସୁବର୍ଣ୍ଣପୁରରେ ଡେରା ପକାଇଥିଲା। ଅଧିକାରୀମାନେ ନିଜେ ଗ୍ରାହକ ସାଜି ସୋମନାଥ ଓ ଗିନ୍‌ଧିଲାମାଳଙ୍କ ସହ ଯୋଗାଯୋଗ କରି ବଜ୍ରକାପ୍ତା କିଣିବାକୁ ଚାହିଁଥିଲେ। କଥା ଅନୁସାରେ, ଶନିବାର ଅପରାହ୍ନ ୩ରୁ ୪ଟା ମଧ୍ୟରେ ସେମାନେ ବଜ୍ରକାପ୍ତା ଓ କାତି ବିକ୍ରି ପାଇଁ ରାଜକୋଠି ମହାନଦୀ ବ୍ରିଜ ନିକଟରେ ଅପେକ୍ଷା କରିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଗ୍ରାହକ ବେଶରେ ଛକି ରହିଥିବା ଏସ୍‌ଟିଏଫ୍‌ ଅଧିକାରୀମାନେ ଚାରିଆଡୁ ଘେରିଯାଇଥିଲେ। ସେମାନେ ଖସି ଯିବାକୁ ଉଦ୍ୟମ କରିବାବେଳେ ସବ୍‌ଇନ୍ସପେକ୍ଟର ନଳିନୀ କାନ୍ତ ଦାସ ଓ କନଷ୍ଟେବଲ ଆଲୋକ ବାରିକଙ୍କ ସହ ୧୦ ମିନିଟ୍‌ ଧରି ଧସ୍ତାଧସ୍ତି ହୋଇଥିଲା। ଶେଷରେ ସେମାନଙ୍କୁ କାବୁ କରାଯାଇ ଧରିଥିବା ୨ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଯାଞ୍ଚ କରାଯିବାରୁ ଗୋଟିଏରେ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟଟିରେ କାତି ଥିବା ଜଣାପଡିଥିଲା। ତେବେ ସେମାନେ ସେମାନେ କେଉଁ ଜଙ୍ଗଲରୁ ବଜ୍ରକାପ୍ତାକୁ ଧରିଲେ ଓ ଜବତ ବଜ୍ରକାପ୍ତାର କାତିକୁ କେଉଁଠୁ ଆଣିଲେ? ସୂବର୍ଣ୍ଣପୁର ଜଙ୍ଗଲରୁ ଏସବୁ ବଜ୍ରକାପ୍ତା ଧରାଯାଇଥିବା ବା ଶିକାର କରାଯାଇଥିବା ଅନୁମାନ କରୁଛି ଏସ୍‌ଟିଏଫ୍‌। ଏହା ପଛରେ ଆଉ କେଉଁମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ଓଡ଼ିଶା ବଜ୍ରକାପ୍ତାର ଚାହିଦା ବିଦେଶରେ ଅଧିକ ରହୁଥିବାରୁ ଏଥିରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣ ର଼୍ୟାକେଟ ସମ୍ପୃକ୍ତ ଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ଅଧିକ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri