ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୧୮ା୪(ଡି.ଏନ.ଏ.): କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ସମ୍ପୂର୍ଣ୍ଣ ବୈତରଣୀ ନଦୀବନ୍ଧ କଡ଼ରେ ଅବସ୍ଥିତ। ତେବେ ବାଲିଗାଡ଼ି ଚଳାଚଳ ଫଳରେ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗିବାର ସୁଯୋଗ ସୃଷ୍ଟି ହେଉଛି। ଧନତ୍ରୀ ବାଲିଘାଟ ପାଇଁ ନଦୀବନ୍ଧରେ ବାଲି ପରିବହନକୁ ଅନୁମତି ମିଳିଛି। କିନ୍ତୁ ଭାରିଯାନ ପରିବହନ ଯୋଗୁ ନଦୀ ବନ୍ଧର ଅବସ୍ଥା ବେହାଲ ହୋଇଛି। ମରଣଯନ୍ତା ସାଜିଥିବା ଏହି ନଦୀ ବନ୍ଧରେ ପିଚୁ ଉଠି ବଡ଼ବଡ଼ଖାଲ ଖମାରେ ଭର୍ତ୍ତି ହୋଇଛି। ତେଣୁ ଏହାକୁ ଲୁଚାଇବାକୁ ଯାଇ ବାଲିଘାଟ ଲିଜଧାରୀଙ୍କ ପକ୍ଷରୁ ଖାଲରେ ଲୁହା ସ୍ଲାଗ ପକାଯାଇଛି, ଯାହା ଏବେ ପୂର୍ବାପେକ୍ଷା ବିପଦ ସୃଷ୍ଟି କରିଛି। ଫଳରେ ସାଧାରଣରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ନଦୀ ବନ୍ଧ ଉପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସାଇକେଲରେ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବାଧା ଉପୁଜିଛି। ଏଭଳି ନଦୀ ବନ୍ଧ ଉପରେ ଭାରିଯାନ ଚଳାଚଳ କଲେ ବନ୍ଧ ଭାଙ୍ଗି ଛାରଖାର ହେବ, ଯାହା ଗମନାଗମନ ଉପଯୋଗୀ ହୋଇପାରିବ ନାହିଁ। ଏପରି କି ନଦୀ ବନ୍ଧ ବର୍ଷାଦିନେ ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି ହେବା ଲକ୍ଷଣ ଦେଖାଦେଲାଣି। ନଦୀ ବନ୍ଧ ଭାଙ୍ଗିଲେ ମୂଳାପାଳ ପଞ୍ଚାୟତଟି ସମ୍ପୂର୍ଣ୍ଣ ଭାସିଯିବା ସହ କରଦା, ପାଣିକୋଇଲି ଓ ମାଳଆନନ୍ଦପୁର ପଞ୍ଚାୟତ ପ୍ରତି ବିପଦ ସୃଷ୍ଟି କରିବ। ନଦୀ ବନ୍ଧ ଉପରେ ଭାରିଯାନ ଚଳାଚଳ ଉପରେ ରାଜସ୍ବ ଓ ଜଳସେଜନ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯଦି ଜଳସେଚନ ଓ ରାଜସ୍ବ ବିଭାଗ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରି ଉଚିତ୍‌ ପଦକ୍ଷେପ ଗ୍ରହଣ ନ କଲେ ବାଲିଘାଟ ପାଇଁ ମୂଳାପାଳ ପଞ୍ଚାୟତ କ୍ଷତିଗ୍ରସ୍ତ ହେବ। ଏଥିପାଇଁ ଉଭୟ ବିଭାଗ ଦାୟୀ ରହିବେ ବୋଲି ପଞ୍ଚାୟତବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri