କୂଅରେ ପଡ଼ିଛି ହାତୀଛୁଆ, ଉଦ୍ଧାର କାର୍ଯ୍ୟ ଜାରି

ରାଇକିଆ,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜର ପଳାଶପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୁରୁବାର ରାତିରୁ ଏକ ୪/୫ ବର୍ଷ ର ହାତୀଛୁଆ ଖସି ପଡ଼ିଛି। ଏହି ଅଞ୍ଚଳରେ ହାତୀପଲଙ୍କର ନିୟମିତ ଚଳପ୍ରଚଳ ରହିଛି। କାଲି ସନ୍ଧ୍ୟାରୁ ହାତୀପଲ ଏହି ଅଞ୍ଚଳରେ ଘୂରି ବୁଲୁଥିଲେ। ରାତିରେ ଛୁଆହାତୀଟି କୂଅରେ ଖସି ଯାଇଥାଇପାରେ। ହାତୀଟିକୁ ବାହାର କରିବା ପାଇଁ ଉଦ୍ୟମ କରା ଯାଉଥିବା ବୋଲି ଫୁଲବାଣୀ ଡିଏଫ୍‌ଓ ଲକ୍ଷ୍ମୀକାନ୍ତ ବେହେରା କହିଛନ୍ତି। ହାତୀପଲଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟାରୁ ବିଦ୍ୟୁତ୍‌ ସେବା ମଧ୍ୟ ଏହି ଅଞ୍ଚଳରେ ବିଚ୍ଛିନ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବୋଦୟ ସେବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ ଅଫିସ,୯।୫: ସର୍ବୋଦୟ ସେବକ ତଥା ଗାନ୍ଧୀବାଦୀ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଗୁରୁବାର ବିଳମ୍ବିତ ରାତିରେ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୪ବର୍ଷ ବୟସ...

ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍‌, ମଉଲିକ ସୁବିଧାରୁ ବଁଚିତ୍‌ ଗଁ। ବାସୀ

ଭବାନୀପାଟଣା,୩।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ଖଣ୍ଡପଡ଼ା,୨୦ା୬(ସ୍ବ.ପ୍ର.): ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡା ପଞ୍ଚାୟତ ମାଧପୁର ବହୁମୁଖୀ ଆଶ୍ରୟସ୍ଥଳୀଠାରେ ବୁଧବାର ଏକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଓ ସଚେତନତା କାର୍ଯ୍ୟକ୍ରମ...

ଏସିଡ୍‌ ଆକ୍ରମଣ ଉପରେ ଆଇନ୍‌ ସଚେତନତା ଶିବିର

ଭବାନୀପାଟଣା,୨୭।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଆଇନ ଶେବା ପ୍ରାଧିକ୍ରରଣ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ଭବାନୀପାଟଣାଠାରେ ଏସିଡ୍‌ ପୀଡିତାଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଏକ ଆଇନ...

ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ୍‌ ଅଫିସର ବିନୋଦ କୁମାର

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବହିଷ୍କାର...

କାରରୁ ଓହ୍ଲାଇ କୋଷ୍ଠରୋଗୀଙ୍କୁ ରାସ୍ତା ପାର କରାଇଲେ ଡାକ୍ତର: ଛୁଇଁଲେ କୁଷ୍ଠରୋଗ ବ୍ୟାପେ ନାହିଁ

ଚିପିଲିମା, ୪।୬ (ସ୍ବ.ପ୍ର.)କୁଷ୍ଠରୋଗୀମାନଙ୍କ ପ୍ରତି ଆମମାନଙ୍କ ଭିତରେ ଏବେ ବି ଘୃଣାଭାବ ରହିଛି। ସେମାନଙ୍କୁ ଛୁଇଁଲେ କୁଷ୍ଠରୋଗ ବ୍ୟାପେ ବୋଲି ଆମମାନଙ୍କ ଭୁଲ୍‌ ଧାରଣା ମଧ୍ୟ...

ମଦ ବନ୍ଦ ନେଇ ମହିଳା ସଂଘର ଶୋଭାଯାତ୍ରା

ତୁମୁଡ଼ିବନ୍ଧ,୧୨ା୬(ଡି.ଏନ୍‌.ଏ.)- ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ମଙ୍ଗଳବାର ଶତାଧିକ ମହିଳା ମଦ ବନ୍ଦ ନେଇ ଏକ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ବାଟଙ୍ଗ ପଦର, ସାନଝିରିପାଣି...

ବ୍ରହ୍ମପୁରରେ ଅଗ୍ନିପଥକୁ ବିରୋଧ

ବ୍ରହ୍ମପୁର ଅଫିସ,୧୮।୬: କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ଏବଂ ପ୍ରତିବାଦ ଜାରି ରହିଛି। ଏହି...

Advertisement
Archives

Model This Week