Posted inଖେଳ

ରାହାନେଙ୍କୁ ଭାଇ ଡାକିଲେ ଏହି ଅଷ୍ଟ୍ରେଲୀୟ ଉପସ୍ଥାପିକା

ମେଲବୋର୍ନ,୨୯।୧୨: ଆଡିଲେଡ ଟେଷ୍ଟରେ ପରାଜୟ ପରେ ମେଲବୋନର୍ର୍ ଟେଷ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଯେପରି ପ୍ରତିଶୋଧ ନେଲା ତାହା କେହି ସ୍ବପ୍ନରେ ଭାବି ନଥିବେ। ଆଡିଲେଡରେ ମାତ୍ର ୩୬ ରନ ପାଇଁ ଆଉଟ ହୋଇଥିବା ଟିମ ଇଣ୍ଡିଆ ମେଲବୋନର୍ର୍ରେ ଅଷ୍ଟ୍ରେଲିଆକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଟେଷ୍ଟ ସିରିଜ ମଧ୍ୟ ୧-୧ରେ ବରାବର ହୋଇଛି। ଭାରତୀୟ ଦଳର ବିଜୟ ପରେ ଜଣେ ଅଷ୍ଟ୍ରେଲୀୟ ଉପସ୍ଥାପିକା ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ଉପସ୍ଥାପିକା କ୍ଲୋ ଅମାଣ୍ଡା ବେଲି ରାହାନେଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କ ନିକଟରେ ଶୁବମନ ଗିଲ ପାଇଁ ମଧ୍ୟ ଏକ ବିଶେଷ ଦାବି କରିଥିଲେ। କ୍ଲୋ-ଅମାଣ୍ଡା ବେଲି ଅଧିନାୟକ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଅଟନ୍ତି। କ୍ଲୋ କେବଳ ବିରାଟ ନୁହଁନ୍ତି ଟିମ ଇଣ୍ଡିଆର ଜଣେ ପ୍ରଶଂସକ ମଧ୍ୟ। ମେଲବୋର୍ନ ଟେଷ୍ଟରେ ଭାରତୀୟ ଦଳ ବିଜୟର ନିକଟତର ହୋଇଥିବାବେଳେ, କ୍ଲୋ ଏକ ଆକର୍ଷଣୀୟ ଟୁଇଟ୍‌ କରିଥିଲେ। କ୍ଲୋ ଲେଖିଥିଲେି, ଜିଙ୍କ୍ସ (ରାହାନେ) ଭାଇ ଗିଲଙ୍କୁ ବାକି ୩୭ ରନ ମଧ୍ୟରୁ ୩୦ ରନ ସ୍କୋର କରିବାକୁ ଦିଅନ୍ତୁ ଯାହା ଦ୍ୱାରା ସେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିପାରିବେ। କ୍ଲୋଙ୍କ ଏହି ଟୁଇଟ୍‌କୁ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା ଏହି କ୍ରିକେଟର୍‌ଙ୍କ ବାଇକ୍‌

ନୂଆଦିଲ୍ଲୀ, ୧୪।୯: ନେପାଳ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର୍‌ ଲଳିତ ଭଣ୍ଡାରୀ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆଘାତ ପାଇଛନ୍ତି। ରିପୋର୍ଟ...

ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ...

ଟେଷ୍ଟରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

ଅବସରରୁ ପ୍ରତ୍ୟାବର୍ତ୍ତନ ପାଇଁ ବିସିସିଆଇକୁ ଚିଠି ଲେଖିଲେ ଯୁବି

ନୂଆଦିଲ୍ଲୀ,୯।୯(ପି.ଟି.): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ...

ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ

ବ୍ରିସବେନ୍‌,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌...

ଭାରତ ବିପକ୍ଷରେ ମାକ୍ସଓ୍ବେଲ୍‌ଙ୍କ ଅର୍ଦ୍ଧଶତକ: ପଞ୍ଜାବ କୋଚ୍‌ କହିଲେ ଏହା ଏକ ଅପରାଧ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) କିଙ୍ଗସ ଏକାଦଶ ପଞ୍ଜାବର ବ୍ୟାଟିଂ କୋଚ ୱାସିମ ଜାଫର୍‌ ମଜାଳିଆ ଟୁଇଟ୍‌ କରିଛନ୍ତି। ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ...

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୦।୧୧(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୦ରୁ ଗୋଆରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ସପ୍ତମ ସଂସ୍କରଣ ପାଇଁ ସୋମବାର ଭୁବନେଶ୍ୱର ଭିତ୍ତିକ...

ଧୋନୀଙ୍କ ଟମାଟୋ କିଲୋ କେତେ ଜାଣନ୍ତି କି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି, କିନ୍ତୁ ତାଙ୍କ ନାମ ଏବେ ବି ଚର୍ଚ୍ଚାରେ...

Advertisement

BGU

Archives

Model This Week

Why Dharitri