ଯୁବ ସମ୍ମିଳନୀର ଆକର୍ଷଣ

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଉଛନ୍ତି। ସେମାନେ ସ୍ବକୀୟ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ପାଇଁ ସବୁଠି ପରିଚିତ। ଏଭଳି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଏହି ଉପସ୍ଥାପନା।

ବ୍ରିଟିଶ ଡେପୁଟି ହାଇ କମିଶନର ଭାବେ ନିକ୍‌ ଲୋ ଅବସ୍ଥାପିତ ଅଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ସିକ୍କିମ୍‌, ଆସାମ, ମେଘାଳୟ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ତ୍ରିପୁରା ଆଦି ୧୩ଟି ରାଜ୍ୟ ସହିତ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ବ୍ରିଟେନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ନିବାସୀ କାବିସ୍‌ ଏକାଧାରାରେ ଜଣେ କବି, ଗାୟକ, ଗୀତିକାର ଏବଂ ଜଣେ ଉଦ୍ଭାବକ। ସେ ‘ନୋରି’ ନାମକ ଏକ ବାଦ୍ୟଯନ୍ତ୍ର ତିଆରି କରିଛନ୍ତି। ସେ ‘ଜୁବାନ୍‌’ ନାମକ ଏକ ମ୍ୟୁଜିକ୍‌ ପ୍ରୋଜେକ୍ଟ କରିଛନ୍ତି। ଭାରତର ବିଭିନ୍ନ କୋଣରୁ ମୁକ୍ତ ସଙ୍ଗୀତ କଳାକାରଙ୍କ ମଧ୍ୟରେ ସହଯୋଗ ଆଣିିବା ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ହେଉଛି ଏହି ପ୍ରୋଜେକ୍ଟର ଲକ୍ଷ୍ୟ।

 

(ୟୁନାଇଟେଡ୍‌ ନେସନ୍‌ସ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍‌)ର ଓଡ଼ିଶା ମୁଖ୍ୟ ମୋନିକା ଜଣେ ଶିକ୍ଷା ବିଶେଷଜ୍ଞ। ଅନ୍ତର୍ଜାତୀୟ ସମ୍ପର୍କ, ନୀତି ବିଶ୍ଳେଷଣ, ପ୍ରଶିକ୍ଷଣ, ଲିଙ୍ଗଗତ ବିଶ୍ଳେଷଣରେ ସେ ଅତ୍ୟନ୍ତ ଦକ୍ଷ। ସେ ଆଙ୍ଗାଲିଆ ବିଶ୍ୱବିଦ୍ୟାଳୟରୁ ଲିଙ୍ଗ, ଶିକ୍ଷା ଏବଂ ସାମାଜିକ ବିକାଶ ବିଷୟ ଉପରେ ପି.ଏଚ୍‌.ଡି ଲାଭ କରିଛନ୍ତି।

 

ଫାଉଣ୍ଡେଶନର ସେ ପ୍ରତିଷ୍ଠାତା ସମ୍ପାଦକ। ପଢ଼଼ିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପିଲାମାନଙ୍କ ମଧ୍ୟରେ କଳ୍ପନା ଏବଂ ସୃଜନଶୀଳତା ଉପରେ ଏହି ଫାଉଣ୍ଡେଶନ କାର୍ଯ୍ୟ କରୁଛି। ବିଭିନ୍ନ ସ୍ଥାନରେ ଲାଇବ୍ରେରି କରିବା ସହିତ ବିନା ମୂଲ୍ୟରେ ବହି ପଢ଼ିବାର ସୁଯୋଗ ଦେଉଛି। ଏଥିସହିତ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ମଧ୍ୟ ଫାଉଣ୍ଡେଶନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ।

 

ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ଏବେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି। ଏଥି ସହିତ ସେ ସ୍ବତନ୍ତ୍ର ରିଲିଫ୍‌ କମିଶନର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତାଙ୍କୁ ‘ସାଇକ୍ଲୋନ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବୋଲି କୁହାଯାଇଥାଏ। ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ବାର୍ନିଂ ଡିଭିଜନ୍‌ରେ କାର୍ଯ୍ୟ କରୁଥିବା ବେଳେ ମହାପାତ୍ର ଓ ତାଙ୍କ ଟିମ୍‌ ବାତ୍ୟାକୁ ଠିକ୍‌ ଭାବେ ଆକଳନ କରି ପ୍ରଶଂସା ପାଇଛନ୍ତି। ପୂର୍ବ ଉପକୂଳରେ ମାଡ଼ ହୋଇଥିବା ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଭଳି ବାତ୍ୟାକୁ ବି ସେ ଠିକ୍‌ ଭାବେ ଅନୁମାନ କରିଥିଲେ।

 

ଜଣେ ମୁକ୍ତବିଚାର ସାମ୍ବାଦିକ ଏବଂ ଗବେଷକ। ଏହା ପୂର୍ବରୁ ସେ ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ (ଦିଲ୍ଲୀ)ରେ ଆସିଷ୍ଟାଣ୍ଟ ଏଡିଟର୍‌ ଭାବେ କାମ କରିଛନ୍ତି। ସେ ରଏଟର୍ସ ଏବଂ ପିଆର୍‌ଏସ୍‌(ଦିଲ୍ଲୀ) ସହିତ ମଧ୍ୟ ଜଡ଼ିତ ଥିଲେ। ରାଜନୀତି ଏବଂ ଇତିହାସରେ ଅକ୍ସଫର୍ଡ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ସମ୍ପଦ ‘ଦି ଡିପ୍ଲୋମାଟ୍‌’, ‘ଓ୍ବେୟାର’, ‘ସ୍କ୍ରଲ’ ଭଳି ଓ୍ବେବ୍‌ସାଇଟ୍‌ରେ ଲେଖି ଆସୁଛନ୍ତି।

 

ଯୁବ ବକ୍ତା

 

ଯୁବ ସମ୍ମିଳନୀରେ ରାଜ୍ୟର ନାମକରା ଉଚ୍ଚ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିବେ। ଏଥିରେ ସେମାନେ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱ ପାଇଁ କିଭଳି ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି, ସେ ସମ୍ବନ୍ଧରେ ନିଜର ମତ ଉପସ୍ଥାପନ କରିବେ।

 

ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଏବଂ ସେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବାକୁ ଭଲପାଆନ୍ତି।

 

ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଛାତ୍ରୀ। ସେ ଭବିଷ୍ୟତରେ ଲୋକଙ୍କ ସଶକ୍ତୀକରଣ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।

 

ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଆପ୍ଲାଏଡ୍‌ ଫିଜିକ୍ସର ଦ୍ୱିତୀୟ ବର୍ଷର ଛାତ୍ର। ସେ ସାହିତ୍ୟକୁ ପସନ୍ଦ କରନ୍ତି ଏବଂ ଏକ ଅନ୍ଧବିଶ୍ୱାସ ମୁକ୍ତ ସମାଜ ଚାହାନ୍ତି।

 

ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍‌ସ)ର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ସଙ୍ଗୀତ, କଳା ଏବଂ ସାହିତ୍ୟ ସହିତ ମଧ୍ୟ ଜଡ଼ିତ ଅଛନ୍ତି।

 

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଶେଷ ବର୍ଷର ଛାତ୍ରୀ। ସେ କର୍ମ ଉପରେ ଦୃଢ଼ ବିଶ୍ୱାସ କରନ୍ତି।

 

ଜାଭିୟର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏମ୍‌ବିଏ କରୁଛନ୍ତି। ବିଭିନ୍ନ ଜାତୀୟ ତଥା ଜାତୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇଛନ୍ତି।

 

ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସରେ ବିକମ୍‌ ପଢ଼ୁଛନ୍ତି। ବର୍ଜ୍ୟବସ୍ତୁକୁ ସାଜସଜ୍ଜା ସାମଗ୍ରୀରେ ପରିଣତ କରିବା ହେଉଛି ସୁଚିସ୍ମିତାଙ୍କ ହବି।

 

ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ।

 

କଲେଜ ଅଫ୍‌ ବେସିକ ସାଇନ୍ସର ମାଇକ୍ରୋବାୟୋଲୋଜିର ଛାତ୍ରୀ। ସେ ଜଣେ ତାଲିମପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ।

 

କିଟ୍‌ ବିଶ୍ୱବିଦ୍ୟାଳୟରେ ବି.ଟେକ୍‌ କରୁଛନ୍ତି। ସେ ଦ୍ୱିତୀୟ ବର୍ଷର ଛାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri