Posted inଜାତୀୟ

ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ କଲେ

ରାଞ୍ଚି,୨୫।୬: ଡିଭିଜନାଲ ରେଲ୍‌ଓ୍ବେ ମ୍ୟାନେଜର (ଡିଆର୍‌ଏମ୍‌)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହି ଝାଡଖଣ୍ଡ ଧନବାଦ ମଣ୍ଡଳ ରେଳ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗୁରୁବାର ଡିଆର୍‌ଏମ୍‌ ଆଶିଷ ଝା’ଙ୍କ ସ୍ତ୍ରୀ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତରଙ୍କ ଚାମ୍ବର ବାହାରେ ଡ୍ୟୁଟିରେ ଥିବା ବସନ୍ତ ତାଙ୍କୁ ଚପଲ ଖୋଲି ଭିତରକୁ ଯିବା ପାଇଁ କହିଥିଲେ। କାରଣ ପ୍ରତ୍ୟେକ ରୋଗୀ ଚପଲ ବାହାରେ ରଖି ଚାମ୍ବରକୁ ଚେକ୍‌ଅପ୍‌ ପାଇଁ ଯିବା ଲାଗି ପୂର୍ବରୁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ। ବସନ୍ତ କହିବା ପରେ ମଧ୍ୟ ଆଶିଷଙ୍କ ସ୍ତ୍ରୀ ଚପଲ ପିନ୍ଧି ଡାକ୍ତରଙ୍କ ନିକଟକୁ ଗଲେ। କିଛି ସମୟ ପରେ ଆଶିଷ ମୁଖ୍ୟ ମେଡିକାଲ ସୁପରିଣ୍ଟେଣ୍ଡ୍‌(ସିଏମ୍‌ଏସ୍‌)ଙ୍କ ଦ୍ୱାରା ବସନ୍ତଙ୍କୁ ଚାମ୍ବରକୁ ଡକେଇଲେ।
ସିଏମ୍‌ଏସ୍‌ ଏବଂ ବସନ୍ତ ଦୁହେଁ ମିଶି ଡିଆର୍‌ଏମ୍‌ଙ୍କ ନିକଟରେ ପହଞ୍ଚତ୍ଥିଲେ। ସ୍ତ୍ରୀଙ୍କୁ ଚପଲ ଖୋଲି ଡାକ୍ତରଙ୍କ ନିକଟକୁ ଯିବା କଥାକୁ ନେଇ ଡିଆର୍‌ଏମ୍‌ ବସନ୍ତଙ୍କୁ ପ୍ରଥମେ ଗାଳିକଲେ। ଏହାପରେ ତାଙ୍କୁ ନିର୍ଯାତିତ କରି ଅର୍ଦ୍ଧନଗ୍ନ ଅବସ୍ଥାରେ ଘରକୁ ପଠାଇଥିଲେ। ଡିଆର୍‌ଏମ୍‌ଙ୍କ ଅସ୍ବାଭାବିକ ବ୍ୟବହାର ପାଇଁ ବସନ୍ତ ଅବସାଦକୁ ଚାଲିଗଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ବସନ୍ତଙ୍କୁ ଡିଭିଜନାଲ ରେଲ୍‌ଓ୍ବେ ହସ୍ପିଟାଲରେ ଭର୍ତ୍ତି କରାଗଲା। ଅବସ୍ଥା ଅଧିକ ଶୋଚନୀୟ ହେବା ପରେ ଶେଷରେ ତାଙ୍କୁ ଧାନବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଡାକ୍ତରଖାନାର ଗ୍ରୁପ୍‌-ଡି କର୍ମଚାରୀ ଡିଆର୍‌ଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରିଥିଲେ। ବରିଷ୍ଠ ଡିଭିଜନାଲ କମର୍ସିଆଲ ମ୍ୟାନେଜର (ଡିସିଏମ୍‌) ଅମରେଶ କୁମାର କିନ୍ତୁ ଆଶିଷଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। କର୍ମଚାରୀମାନେ ବସନ୍ତଙ୍କୁ ନ୍ୟାୟ ଦାବିରେ କାର୍ଯ୍ୟବନ୍ଦ ଡାକରା ଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସେବା ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ସିଏମ୍‌ଏସ୍‌ କ୍ଷମା ମାଗିବା ପାଇଁ ରାଜିହେବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri