୪୮ ହଜାର ହେକ୍ଟରରେ କପାଚାଷ ଲକ୍ଷ୍ୟ

ରାୟଗଡ଼ା,୨୫।୬(ଆଶିଷ ରଞ୍ଜନ ପଣ୍ଡା)ଆସିଲା ମୌସୁମୀ ା ଆରମ୍ଭ ହେଲା ଚାଷକାମ ା ତେବେ ଆଷାଢ଼ ମାସ ଆରମ୍ଭ ହୋଇ ୨୨ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଜିଲାରେ ୨୦୦ ମି.ଲି. ମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ଚଳିତ ବର୍ଷ ଜୁନ୍‌ ୧ରୁ ୨୦ ସୁଦ୍ଧା ୨୧.୩ ମି.ମି. ବର୍ଷା ହୋଇଛି, ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଜୁନ୍‌ ଶେଷ ସୁଦ୍ଧା ବର୍ଷା ନ ହେଲେ ଆଉ ବିହନ ପଡ଼ିପାରିବ ନାହିଁ ବୋଲି ଚାଷୀମାନେ କହିଥିଲେ। ହେଲେ ଶନିବାରଠାରୁ ମୌସୁମୀ ପ୍ରଭାବରୁ ଜିଲାରେ ବର୍ଷା ହୋଇଥିବାରୁ ଚାଷୀ ବିହନ ବୁଣି ତଳି ପକାଇବା ଆରମ୍ଭ କରିଛି ା
କୃଷି ବିଭାଗ ସୂଚନା ଅନୁସାରେ, ସମଗ୍ର ରାୟଗଡ଼ା ଜିଲାରେ ଚଳିତ ବର୍ଷ ୧ଲକ୍ଷ ୮୨ ହଜାର ୬୪୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୪୭ ହଜାର ହେକ୍ଟର ଜମିରେ ଧାନ, ୪୮ ହଜାର ହେକ୍ଟରରେ କପା, ୨୧ ହଜାର ହେକ୍ଟରରେ ମାଣ୍ଡିଆ, ୧୪ ହଜାର ହେକ୍ଟରରେ ମକା, ୧୨ ହଜାର ହେକ୍ଟରରେ ହରଡ଼, ୧୪ ହଜାର ହେକ୍ଟରରେ ପରିବା ଚାଷର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲାର ଅଧିକାଂଶ ଜମିରେ ଧାନ ଓ କପାଚାଷ ହୋଇଥାଏ। ରାୟଗଡ଼ା ଏକ ପାହାଡ଼ିଆ ଜିଲା ହୋଇଥିବା କାରଣରୁ ଏଠାକାର ଜମିରେ ଚାଷୀମାନେ ୧୨୦ ଦିନିଆ ଧାନ ଚାଷ କରିଥାନ୍ତି ା ମୁଖ୍ୟତଃ ୧୦୦୧, ୧୦୧୦ ଓ ଆର୍ଯ୍ୟାଲୁ କିସମ ଧାନ ସର୍ବାଧିକ ଚାଷ ହୋଇଥାଏ। ଏହି ଧାନ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ ହେଉଛି ଜୁନ୍‌ ମାସର ପ୍ରଥମ ସପ୍ତାହ। ଜୁନ୍‌ ଶେଷ ସପ୍ତାହରେ ତଳି ରୁଆ କାର୍ଯ୍ୟ ହୋଇଥାଏ। ତେବେ ୪୭ ହଜାର ହେକ୍ଟର ଜମି ପାଇଁ ୪୭୦୦ ରୁ ୪୯୦୦ ହେକ୍ଟର ଜମିରେ ବିହନ ବୁଣାଯିବା ନିୟମ ରହିଛି। କିନ୍ତୁ ବର୍ଷା ଅଭାବରୁ ଗତ ସପ୍ତାହରେ ମାତ୍ର ୧୦୨ ହେକ୍ଟର ଜମିରେ ହିଁ ବିହନ ବୁଣାଯାଇଥିବା ଜଣାପଡ଼ିଛି ା ଗତ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ କୌଣସି ଗୋଟିଏ ସ୍ଥାନରେ ମଧ୍ୟ ଚାଷୀ ମୁଠାଏ ମଧ୍ୟ ବିହନ ବୁଣି ନ ଥିବା ସୂଚନା ମିଳିଛି। ୨୦୧୫ ରେ ବର୍ଷା ଅଭାବରୁ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ ା ଶନିବାରଠାରୁ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀମାନେ ବିହନ ବୁଣିବା ଆରମ୍ଭ କରିଥିଲେ ମଧ୍ୟ କାଶୀପୁର, ଚନ୍ଦ୍ରପୁର ଓ ଗୁଡ଼ାରି ବ୍ଲକର ଅବସ୍ଥା ଅତି ସଙ୍ଗିନ। ଏହି ୩ ବ୍ଲକରେ ଚଳିତ ମାସରେ ଟୋପାଏ ମଧ୍ୟ ବର୍ଷା ହୋଇନାହିଁ। ଶୂନ ମି.ମି. ବର୍ଷା ରେକର୍ଡ କରିଛି କୃଷି ବିଭାଗ। ରାୟଗଡ଼ା ଜିଲାର ଭାତହାଣ୍ଡି ଭାବେ ପରିଚିତ ପଦ୍ମପୁର ବ୍ଲକରେ ମଧ୍ୟ ଆବଶ୍ୟକ ବର୍ଷା ହୋଇନାହିଁ ା ଏହାପରେ ରାମନାଗୁଡ଼ା, ରାୟଗଡ଼ା ଓ ବିଷମକଟକ ବ୍ଲକର ଚାଷ ଉପରେ ସମଗ୍ର ଜିଲା ନିର୍ଭର କରିଥାଏ। ହେଲେ ବୈଶାଖ ମାସ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ଗତ ୨ ମାସ ହେବ ବର୍ଷାକୁ ଚାହିଁ ରହିଥିଲେ ଚାଷୀ। ଜିଲାରେ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଭାତହାଣ୍ଡି ବ୍ଲକ ଭାବେ ପରିଚିତ ପଦ୍ମପୁରସ୍ଥିତ ଜିଲାର ସର୍ବବୃହତ୍‌ ଜଳଭଣ୍ଡାର ବଡ଼ନାଳ ଅବସ୍ଥା ମଧ୍ୟ ସାଂଘାତିକ। ଜୁନ୍‌ ୮ରେ ୫-ଟି ସଚିବଙ୍କ ଗସ୍ତ ସମୟରେ ବଡ଼ନାଳ ରହିଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିବାର ୨ ସପ୍ତାହ ବିତିଯାଇଥିଲେ ମଧ୍ୟ ବଡ଼ନାଳ ଅବସ୍ଥାରେ କୌଣସି ସୁଧାର ଆସିନାହିଁ ା ରାୟଗଡ଼ା ବ୍ଲକ ସ୍ଥିତ ସିଲଟିଗୁଡ଼ା ଜଳଭଣ୍ଡାରରେ ମଧ୍ୟ ସେହି ସମାନ ଅବସ୍ଥା। ଏହି ଜଳଭଣ୍ଡାର ପାଣି ଜମିକୁ ମାଡ଼େ ନାହିଁ, ଆଉ ଚେକ୍‌ଡ୍ୟାମ୍‌ ତ ଜିଲା ପାଇଁ ସ୍ବପ୍ନ ପାଲଟିଛି ା ବର୍ଷା ଅଭାବ ସାଙ୍ଗକୁ ଜଳ ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ଜିଲାରେ ନିଆଯାଉ ନ ଥିବାରୁ ଭୂତଳ ଜଳ ମଧ୍ୟ କମିବାରେ ଲାଗିଲାଣି ା ଫଳରେ ବୋର୍‌ୱେଲ ଖନନ ପରେ ବି ପାଣି ବାହାରୁ ନ ଥିବା ଅଭିଯୋଗ ହେଉଛି। ଚାଷୀ ଏଭଳି ଚିନ୍ତାରେ ରହିଥିବା ବେଳେ ମୌସୁମୀ ବର୍ଷା କିଛିଟା ଆଶ୍ୱସ୍ତି ଦେଇଛି ା ତେବେ ଆବଶ୍ୟକ ପରିମାଣର ବର୍ଷା ନ ହେଲେ ବିହନ ବୁଣିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ା ତେଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଜଳସେଚନର ବ୍ୟବସ୍ଥା କରିବାକୁ ଚାଷୀ ମହଲରେ ଦାବି ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri