୧୦୩ ବିଧାୟକଙ୍କ ସମ୍ପତ୍ତି ୫ ବର୍ଷରେ ୭୩% ବଢ଼ିଛି

ଭୁବନେଶ୍ୱର,୨୮ା୫(ଅନିଲ ଦାସ):୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ୧୦୩ ଜଣ ବିଧାୟକ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅର୍ଥାତ୍‌ ସମ୍ପତ୍ତି ୭୩% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ ୭୪ଜଣ ପୁଣି ଥରେ ଟିକେଟ ପାଇ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୫ କୋଟିରୁ ୮ କୋଟି ଅର୍ଥାତ୍‌ ପ୍ରାୟ ୫୪% ବଢ଼ିଛିି। ଭାଜପାର ୨୧ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୧ କୋଟିରୁ ୨ କୋଟି ହୋଇଛି। ଅର୍ଥାତ୍‌ ପ୍ରାୟ ୭୪% ବଢ଼ିଛି। କଂଗ୍ରେସର ୫ଜଣ ବିଧାୟକ ପୁଣି ଟିକେଟ ପାଇଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି ୧ କୋଟିରୁ ୩ କୋଟି ହୋଇଛି ଅର୍ଥାତ୍‌ ପ୍ରାୟ ୧୨୨% ବୃଦ୍ଧି ପାଇଛି।
୧,୨୮୫ ବିଧାୟକ ପ୍ରାର୍ଥୀଙ୍କ ଭିତରେ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ବିଧାୟକ ପ୍ରାର୍ଥୀ ହେଉଛନ୍ତି ଭାଜପାର ଦିଲୀପ ରାୟ। ତାଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ମୋଟ ୩୧୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ତଳକୁ ବିଜେଡିର ସନାତନ ମହାକୁଡ଼ଙ୍କ ପାଖରେ ୨୨୭ କୋଟି, ଭାଜପାର ବସ୍ତା ପ୍ରାର୍ଥୀ ସୁବାସିନୀ ଜେନାଙ୍କ ପାଖରେ ୧୩୫ କୋଟି, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଖରେ ୧୨୨ କୋଟି ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ପାଖରେ ୧୨୦ କୋଟିର ସମ୍ପତ୍ତି ରହିଛି। ଏମିତି ଅନେକ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ପାଖରେ ମାତ୍ର ୧ ହଜାର କିମ୍ବା ୨ ହଜାର ଟଙ୍କାର ସମ୍ପତ୍ତି ରହିଥିବା ସେମାନେ ନିର୍ବାଚନ ସତ୍ୟପାଠରେ ଦର୍ଶାଇଛନ୍ତି। ଅଧିକ ଋଣ କରିଥିବା ବିଧାୟକ ପ୍ରାର୍ଥୀଙ୍କ ଭିତରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶୀର୍ଷରେ ଅଛନ୍ତି। ତାଙ୍କ ଋଣ ପରିମାଣ ୧୦୬ କୋଟି, ସୁବାସିନୀ ଜେନାଙ୍କ ଋଣ ୨୯ କୋଟି ଓ ନିରଞ୍ଜନ ପଟ୍ଟନାୟକଙ୍କ ଋଣ ୨୦ କୋଟି ରହିଥିବା ଦର୍ଶାଇଛନ୍ତି।
ଆୟକର ବିବରଣୀକୁ ଦେଖିଲେ, ବର୍ଷକୁ ସବୁଠାରୁ ଅଧିକ ଆୟ କରୁଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଦୀପାଳି ଦାସ। ତାଙ୍କର ବାର୍ଷିକ ଆୟ ପ୍ରାୟ ୬ କୋଟି ରହିଛି। ସେମିତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାର୍ଷିକ ଆୟ ୫ କୋଟି ଓ ସୁବାସିନୀ ଜେନାଙ୍କ ବାର୍ଷିକ ଆୟ ୩ କୋଟି ରହିଥିବା ଦର୍ଶାଇଛନ୍ତି। ଦିଲୀପ ରାୟ ତାଙ୍କ ବାର୍ଷିକ ଆୟ ପାଖାପାଖି ୩ କୋଟି ରହିଥିବା ଦର୍ଶାଇଛନ୍ତି। ବିଜେଡିର ୮୭% ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଭାଜପାର ୬୫%, କଂଗ୍ରେସର ୬୧% ଓ ଆପ୍‌ର ୨୭% କୋଟିପତି ପ୍ରାର୍ଥୀ ଅଛନ୍ତି। ପୁଣି ଥରେ ନିର୍ବାଚନ ଲଢ଼ୁଥିବା ୫ ବିଧାୟକ ପ୍ରାର୍ଥୀଙ୍କର ସମ୍ପତ୍ତି ୫ ବର୍ଷରେ କମିଯାଇଛି। ଦୀପାଳି ଦାସଙ୍କ ସମ୍ପତ୍ତି ୪୦ କୋଟିରୁ ୩୭ କୋଟି, ଅନନ୍ତ ନାରାୟଣ ଜେନାଙ୍କ ସମ୍ପତ୍ତି ୩ କୋଟିରୁ ୧ କୋଟି, ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପତ୍ତି ୩ କୋଟିରୁ ୨ କୋଟି ହୋଇଯାଇଛି। ସେହିପରି ନିର୍ବାଚନ ଲଢୁଥିବା ୧୩୦ ଜଣ ପ୍ରାର୍ଥୀଙ୍କର ସମ୍ପତ୍ତି ୫ କୋଟିରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୨ରୁ ୫ କୋଟି ୧୩୨, ୫୦ ଲକ୍ଷରୁ ୨ କୋଟି ୩୦୪, ୧୦ ଲକ୍ଷରୁ କମ୍‌ ସମ୍ପତ୍ତି ୪୩୪ ଜଣଙ୍କର ସମ୍ପତ୍ତି ଥିବା ଦର୍ଶାଯାଇଛି।
ଏଥର ନିର୍ବାଚନରେ ସବୁଠାରୁ ଅଧିକ ବୟସର ପ୍ରାର୍ଥୀଙ୍କ ଭିତରେ ଅଛନ୍ତି କେନ୍ଦୁଝର ପାଟଣାରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ହୃଷୀକେଶ ନାୟକ। ତାଙ୍କର ବୟସ ୮୩ ବର୍ଷ ହୋଇଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ବୟସ ୮୧, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ବୟସ ୮୦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସ ୭୭ ରହିଛି।
ନିର୍ବାଚନ ରାଜନୀତିରେ କ୍ରମଶଃ ଅଧିକ ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ପ୍ରବେଶ କରୁଛନ୍ତି। ଭାଜପାର ୫୮% ପ୍ରାର୍ଥୀଙ୍କ ନଁାରେ ୫ ବର୍ଷରୁ ଅଧିକ ଦଣ୍ଡ ପାଇବା ଭଳି ଗୁରୁତର ମାମଲା ଥିବାବେଳେ କଂଗ୍ରେସର ୩୦% ଓ ବିଜେଡିର ୨୨% ପ୍ରାର୍ଥୀଙ୍କ ନାଁରେ ଗୁରୁତର ମାମଲା ରହିଛି। ଚଳିତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟରେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। ସେହିପରି ୨୯୨ ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ଭାଜପାର ୧୦୦, ବିଜେଡି ୬୦, କଂଗ୍ରେସ ୬୦ ଓ ଆମ୍‌ ଆଦ୍‌ମୀ ପାର୍ଟିର ୭ ଜଣ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି।
ସେହିପରି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୨ ଜଣ ଆଦୌ ପାଠ ପଢ଼ି ନ ଥିବା ବେଳେ ୪୮ ଜଣ ପଞ୍ଚମ ପାସ୍‌, ୧୦୪ ଅଷ୍ଟମ ପାସ୍‌, ୨୦୧୧ ଦଶମ ପାସ୍‌, ୨୦୩ ଦ୍ୱାଦଶ ପାସ୍‌, ୨୭୨ ଗ୍ରାଜୁଏଟ୍‌, ୧୯୩ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀଧାରୀ ରହିଛନ୍ତି। ସେହିପରି ୧୮ ଜଣ ପ୍ରାର୍ଥୀ ଡକ୍ଟରେଟ କରିଥିବା ବେଳେ ୫୧ ଜଣ ଡିପ୍ଲୋମା ପ୍ରାର୍ଥୀ ଅଛନ୍ତି।
ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠକୁ ବିଶ୍ଳେଷଣ କରି ଆସୋସିଏଶନ୍‌ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ସୋମବାର ଜାରି କରାଯାଇଥିବା ରିପୋର୍ଟରେ ଏଭଳି ତଥ୍ୟ ଦର୍ଶାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri