ଆଜି ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଭାଜପା ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ପ୍ରସଙ୍ଗ ଭିତରେ ଏବେ ବିଜେବି କଲେଜର ଯୁକ୍ତ ୩ କଳା ବିଭାଗର ଛାତ୍ରୀ ରୁଚିକା ମହାନ୍ତିଙ୍କ ର଼୍ୟାଗିଂ ଅଭିଯୋଗ ଆଣି ଆତ୍ମହତ୍ୟା ଘଟଣା ଯୋଡ଼ି ହୋଇଯାଇଛି। ଏହି ଘଟଣାକୁ ନେଇ ବିଧାନସଭାରେ ଭାଜପା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବୋଲି କହିଥିବା ବେଳେ ଗତ କିଛିଦିନ ହେବ ସରକାରଙ୍କ ବିରୋଧରେ ଭାଜପାର ରାଜନୈତିକ ଆଭିମୁଖ୍ୟ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ମୁଖ୍ୟତଃ ଭାଜପା ଏବଂ ବିଜେଡି ମଧ୍ୟରେ ଏକ ଭିତିରି ବୁଝାମଣା ସରିଥିବା କାରଣରୁ ଅନେକ ଦିନ ହେବ ସରକାର ବିରୋଧୀ ଆଭିମୁଖ୍ୟ ପୋଷଣ କରି ଭାଜପା ରାସ୍ତାକୁ ଓହ୍ଲାଉ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭାଜପା ବିଧାୟକ ମୋହନ ଚରଣ ମାଝି କହିଛନ୍ତି, ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବିଧାନସଭାରେ ଉଠାଯିବ। ଭାଜପା ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ଆକ୍ରମଣାତ୍ମକ ରଖିବ। ଏହି ଘଟଣାକୁ ସେମାନେ ନିନ୍ଦା କରୁଛନ୍ତି। ବାରମ୍ବାର ରାଜ୍ୟରେ ଏଭଳି ଘଟଣା ଘଟୁଛି। ହେଲେ ସରକାର ଏହା ବିରୋଧରେ କୌଣସି ଠୋସ୍‌ ପଦକ୍ଷେପ ନେବାରେ ବିଫଳ ହେଉଛନ୍ତି। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାରେ ସରକାର ଫେଲ୍‌ ମାରିଛନ୍ତି। ଘରୋଇ କଲେଜ ଗୁଡ଼ିକରେ ଏପରି ଘଟଣା ହେବା କଥା ଜଣାଥିଲା, ହେଲେ ସରକାରୀ କଲେଜ ପିଲାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବା କଥା ଜଣା ନ ଥିଲା ବୋଲି ମୋହନ କହିଛନ୍ତି। ଅନ୍ୟପଟେ ଭାଜପା ଏହି ଘଟଣାରେ ରାସ୍ତାକୁ ଓହ୍ଲାଇବ କି ବୋଲି ମୋହନଙ୍କୁ ପଚାରିବାରୁ ସେଏନେଇ କିଛି କହିପାରିବେ ନାହିଁ, ଦଳର ନେତୃତ୍ୱ କହିପାରିବେ ବୋଲି କହିଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶା ପାଇଁ ନୂଆ ନୁହେଁ। ଏମିତି ଅନେକ ସମୟରେ ଛାତ୍ରୀଛାତ୍ରମାନେ ର଼୍ୟାଗିଂର ଶିକାର ହେବା ସହିତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଇ ନାହାନ୍ତି। ତଥାପି ପୂର୍ବ ଘଟଣାକ୍ରମରୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି ଶିଖିଲେ ନାହିଁ। ଏକ ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟରେ ଏପରି ଘଟଣା ନିନ୍ଦନୀୟ। ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଗୃହରେ ଜୋରଦାର ଆନ୍ଦୋଳନ କରିବ। ଯଦି ସରକାର ତୁରନ୍ତ ଦୋଷୀଙ୍କୁ ଖୋଜି କାଢ଼ିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ରାସ୍ତା ଉପରେ ଆନ୍ଦୋଳନ କରିବାକୁ ପଛେଇବ ନାହିଁ। ଅନ୍ୟପଟେ ବିଜେଡି ଓ ଭାଜପା ଏକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ତେଣୁ ଭାଜପା ଦୀର୍ଘଦିନ ହେଲା ସରକାରଙ୍କ ବିରୋଧରେ ଯେମିତି କଥା କଥାରେ ରାସ୍ତାକୁ ଓହ୍ଲାଇ ପଡୁଥିଲା ଆଉ ସେମିତି କରୁଥିବାର ଦେଖିବାକୁ ମିଳୁନି। ଭାଜପା ଓ ବିଜେଡି ଏକ ବୋଲି ରାଜ୍ୟର ଜନସାଧାରଣ ମଧ୍ୟ ଜାଣିସାରିଲେଣି। କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ନିକଟତର ହୋଇ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବ ବୋଲି ମୋକିମ କହିଛନ୍ତି।
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ମହାବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିଲେ। ତାଙ୍କ ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଏହା ଏକ ସମ୍ବେଦନଶୀଳ ଘଟଣା ଏବଂ ଏହାର ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପୂଜାରୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri