ଆସିକା-କଳିଙ୍ଗା ଜାତୀୟ ରାଜପଥ ମରଣଯନ୍ତା

ଭଞ୍ଜନଗର,୧୦।୧୨(ଡି.ଏନ୍‌.ଏ.) – ରାଞ୍ଚି-ବିଜୟୱାଡ଼ା କରିଡ଼ର ରାସ୍ତାର ଭଞ୍ଜନଗର ଠାରୁ କଳିଙ୍ଗା ଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ.୧୫୭ କାମ ବହୁଦିନ ହେବ ମନ୍ଥର ଗତିରେ ଚାଲିଛି। ଫଳରେ ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ହୋଇଗଲାଣି। ଉକ୍ତ ରାସ୍ତାରେ ଯାତାୟାତ ବେଳେ ଚାଳକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିଭଳି ଆସିକା ଠାରୁ ଭଞ୍ଜନଗର ଜାତୀୟ ରାଜପଥର ମଧ୍ୟ ଅନେକ ସ୍ଥାନରେ ବଡ଼ବଡ଼ ଖାଲ ହୋଇଗଲାଣି। ଏଠାରେ ମଧ୍ୟ ଚାଳକ ସମାନ ହଇରାଣ ହେଉଛନ୍ତି। ରାସ୍ତା ଖରାପ ଯୋଗୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ସହ ଗାଡି ମଧ୍ୟ ଖରାପ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।
ଭଞ୍ଜନଗର ଆସିକା ରାସ୍ତାର କେନ୍ଦୁପଦର, କେଶରାପଲ୍ଲୀ, ସୁମନ୍ତପଲ୍ଲୀ, ଗୁଣ୍ଠପଡ଼ା, ମୁନିଗାଡ଼ି, କ୍ଷତ୍ରିୟବରପୁର, ଦେଓଭୂମି ପ୍ରମୁଖ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି।
ସେହିଭଳି ଭଞ୍ଜନଗର କଳିଙ୍ଗା ରାସ୍ତାର କଲେଜ ପଡ଼ିଆ ସମ୍ମୁଖ, ଲାଲସିଂ ନର୍ସରୀ ନିକଟ, ଗଣ୍ଡିଶୁଳା ଛକ, ବୁଦୁଲି ନିକଟସ୍ଥ ଆଦି ସ୍ଥାନରେ ରାସ୍ତାରେ ବଡ଼ବଡ଼ ଖାଲ ହୋଇଗଲାଣି। ଗୋଟିଏ ପଟେ ସରକାର ଯାନାବାହାନରେ କାଗଜପତ୍ର ଠିକ୍‌ ନଥିଲେ ଜରିମାନା ଆଦାୟ କରୁଛନ୍ତି, ଅଥଚ ରାସ୍ତା ମରାମତି ପ୍ରତି ଦୃଷ୍ଟି ଦିଆଯାଉନାହିଁ। ବିଭିନ୍ନ ସମୟରେ ପ୍ରଶାସନ ଓ ବସ୍‌ ମାଲିକମାନଙ୍କ ମଧ୍ୟରେ ସମନ୍ବୟ ବୈଠକ ହେଲେ ବସ୍‌ ମାଲିକ ମାନେ ପ୍ରଥମେ ରାସ୍ତା ମରାମତି ଦାବି ଉପସ୍ଥାପନ କରୁଛନ୍ତି। ବୈଠକ ସରିଯିବା ପରେ ପ୍ରଶାସନ ରାସ୍ତା ମରାମତି ପ୍ରତି ଯେତିକି ଦୃଷ୍ଟି ଦେବାକଥା ଦେଉନାହାନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।
ଏନେଇ ଭଞ୍ଜନଗର ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ବିପ୍ରଚରଣ ବାରିକ କହିଛନ୍ତି, ରାସ୍ତା ଖରାପ ନେଇ ବାରମ୍ବାର ବିଭିନ୍ନ ବୈଠକରେ ଦାବି ଉପସ୍ଥାପନ କରାଯାଉଛି। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ରାସ୍ତା ଖରାପ ଯୋଗୁ ଗାଡ଼ି ଟାୟାର ଅଳ୍ପ ଦିନରେ ନଷ୍ଟ ହେଉଛି, ଦୁର୍ଘଟଣା ମଧ୍ୟ ବଢ଼ୁଛି। ଗୋଟିଏ ପଟେ କରୋନା ଯୋଗୁ ବସ୍‌ରେ ଆବଶ୍ୟକ ଯାତ୍ରୀ ହେଉ ନଥିବା ଯୋଗୁ ଗାଡ଼ିମାଲିକ କ୍ଷତି ସହୁଥିବା ବେଳେ ଅନ୍ୟପଟେ ରାସ୍ତା ଖରାପ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାତୀୟ ରାଜପଥ ମରାମତି


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri