ଏଏସ୍‌ଆଇ ଅନୁମତି ଦେଇନି

ପୁରୀ ଅଫିସ,୧୦।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲାଗି ରହିଥିବା ବିବାଦ ସୋମବାର ନୂଆ ମୋଡ଼ ନେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଅନୁମତି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ପ୍ରଶାସନ ଯେଉଁ ଦମ୍ଭ ବାଢ଼ୁଥିଲା, ତାହା ଏବେ ମିଥ୍ୟା ପ୍ରମାଣିତ ହୋଇଛି। ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସୋମବାର ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଏଏସ୍‌ଆଇ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅନୁମତି ଦିଆଯାଇନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ସେହିପରି ବାରମ୍ବାର ଡିଜାଇନ୍‌ ପରିବର୍ତ୍ତନ କରାଯାଇଛି। ଖନନ ଦ୍ୱାରା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ ସତ୍ୟପାଠରେ ଦର୍ଶାଯାଇଛି। ଏହାପରେ ଏଏସ୍‌ଆଇଠାରୁ ସେସମ୍ପର୍କରେ ହାଇକୋର୍ଟ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପ୍ରକଳ୍ପ ଯୋଗୁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ, ତାହା ବିସ୍ତୃତ ଭାବେ ଜଣାଇବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୦ରେ ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଏସ୍‌ଆଇର ଏଭଳି ସତ୍ୟପାଠ ପରେ ବିଭିନ୍ନ ମହଲ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହା ଅନୁମତିରେ ମନ୍ଦିରର ସୁରକ୍ଷାକୁ ଅଣଦେଖା କରି ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି ତାକୁ ନେଇ ବିରାଟ ପ୍ରଶ୍ନ ଛିଡ଼ା ହୋଇଛି।
ଏ ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଆବେଦନକାରୀ ଦିଲୀପ ବରାଳଙ୍କ ଓକିଲ ଅନୁପ ମହାପାତ୍ର କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ପାଇଁ ଏଏସ୍‌ଆଇ ପକ୍ଷରୁ ଅନୁମତି କିମ୍ବା ଏନ୍‌ଓସି ଦିଆଯାଇନାହିଁ। ଏଏସ୍‌ଆଇ ତରଫରୁ ଏପର୍ଯ୍ୟନ୍ତ ହାଇକୋର୍ଟରେ କୌଣସି ଦସ୍ତାବିଜ ମଧ୍ୟ ଦାଖଲ କରାଯାଇନାହିଁ। ଏଣୁ ନିର୍ମାଣ କାର୍ଯ୍ୟ ଏଏସ୍‌ଆଇ ଏବଂ ନ୍ୟାଶନାଲ୍‌ ମନୁମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ)ର ବିନା ଅନୁମତିରେ ଚାଲିଥିବା ସ୍ପଷ୍ଟ ହେଉଛି। ସେହିପରି ଏନ୍‌ଏମ୍‌ଏକୁ ଦିଆଯାଇଥିବା ଡିଜାଇନ୍‌ ଏବଂ ବର୍ତ୍ତମାନର ଡିଜାଇନ୍‌ ମଧ୍ୟରେ ଭିନ୍ନତା ରହିଛି। ଶ୍ରୀମନ୍ଦିର ଚାରିପାଖରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ସଂରକ୍ଷିତ ସ୍ମାରକୀର ପ୍ରଥମ ଶହେ ମିଟରକୁ ନିଷିଦ୍ଧାଞ୍ଚଳ ଓ ପରବର୍ତ୍ତୀ ୨ଶହ ମିଟରକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଚିହ୍ନିତ କରାଯାଇଥାଏ। ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଇ ନ ଥାଏ। ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଲାଗି ପ୍ରାଧିକୃତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଏବଂ ଅନୁମୋଦନର ଆବଶ୍ୟକତା ହୋଇଥାଏ। ଆନ୍‌ସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କୋଲୋଜିକାଲ୍‌ ସାଇଟ୍‌ ଆଣ୍ଡ ରିମେନ୍ସ(ଆମ୍‌ସାର୍‌) ଆକ୍ଟ-୧୯୫୮ର ଧାରା ୨୦(ଏ) ଏବଂ (ସି) ଅନୁଯାୟୀ କେନ୍ଦ୍ର ସରକାର ଅନୁମତି ଦେଲେ ନିର୍ମାଣ କାର୍ଯ୍ୟ ହୋଇପାରିବ। ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଲାଗୁ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା। ମାତ୍ର ଏଏସ୍‌ଆଇ ତଦନ୍ତ ରିପୋର୍ଟ ଓ ସତ୍ୟପାଠ ମଧ୍ୟରେ ତାଳମେଳ ରହିଲା ନାହିଁ। ଏଣୁ ପୁଣି ଥରେ ଠିକ୍‌ ରିପୋର୍ଟ ମଗାଯାଇଛି। ସେହିଭଳି ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିର ଭିତ୍ତିଭୂମିକୁ ପ୍ରଭାବିତ କରିପାରେ ବୋଲି ଏଏସ୍‌ଆଇ ଦର୍ଶାଇଥିବାବେଳେ ହାଇକୋର୍ଟ ଏଭଳି ଉତ୍ତରକୁ ନାପସନ୍ଦ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରଭାବିତ ହେବ କି ନାହିଁ ଦର୍ଶାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଏଏସ୍‌ଆଇ ତରଫରୁ ଗତ ୧ ତାରିଖରେ ସରଜମିନ ତଦନ୍ତ ହୋଇଥିଲା। ସମ୍ପୃକ୍ତ ତଦନ୍ତ ରିପୋର୍ଟରେ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ କୁମାର ଖମାରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକଶନ କର୍ପୋରେଶନ ଲିମଟେଡ୍‌ (ଓବିସିସି) ଏବଂ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ହୋଇଥିବା ଯୁଗ୍ମ ସମୀକ୍ଷାରୁ ଜଣାପଡ଼ିଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଏଏସ୍‌ଆଇର ଅନୁମୋଦନ ନାହିଁ। ସଂଶୋଧିତ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁଯାୟୀ କାର୍ଯ୍ୟ ହେଉନାହିଁ। ଏନ୍‌ଏମ୍‌ଏକୁ ଦିଆଯାଇଥିବା ଡିପିଆର୍‌ ଓ ନିର୍ମାଣ କାର୍ଯ୍ୟ ମଧ୍ୟରେ ପ୍ରଭେଦ ରହିଛି। ଖନନ ଯୋଗୁ ହୋଇଥିବା ମୃତ୍ତିକା କ୍ଷୟ ଶ୍ରୀମନ୍ଦିର ଭିତ୍ତିଭୂମିକୁ ପ୍ରଭାବିତ କରିବା ଆଶଙ୍କା ରହୁଛି।
ଜନସ୍ବାର୍ଥ ମାମଲାର ଆବେଦନକାରୀ ଦିଲୀପ ବରାଳ କହିଛନ୍ତି, ହାଇକୋର୍ଟ ରହିତାଦେଶ ଦେଲେ ନାହିଁ, ଫଳରେ ଅନୁମତି ନ ଥିବା ସତ୍ତ୍ବେ ନିର୍ମାଣ କାର୍ଯ୍ୟ ବନ୍ଦ ହେବ ନାହିଁ। ଜିଲା ପ୍ରଶାସନ ନିର୍ମାଣ କାର୍ଯ୍ୟ କରିଚାଲିବ। ସେହିଭଳି ପରବର୍ତ୍ତୀ ଶୁଣାଣି ପାଇଁ ନିକଟତମ ତାରିଖ ନ ଦେଇ ଜୁନ୍‌ ୨୦ ଧାର୍ଯ୍ୟ କରିବା ଦ୍ୱାରା ମଧ୍ୟ ବେଆଇନ ନିର୍ମାଣ କାର୍ଯ୍ୟ କରିବାରେ ଜିଲା ପ୍ରଶାସନ ସଫଳ ହେବ। ଏଥିଯୋଗୁ ଏନେଇ ପୁରୀ ସହରର ଜନସାଧାରଣଙ୍କ ମଧ୍ୟରେ ଜନଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri