ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ ଆର୍ମଡ ଡିସିପି

ଭୁବନେଶ୍ୱର,୬।୪(ବ୍ୟୁରୋ): ଝିଅ ଯୋଗାଇବାକୁ ମୋ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ ଓଏସ୍‌ଏପି ଡିସିପି ବିଜୟ କୁମାର ସାହୁ। ଏଥିପାଇଁ ତାଙ୍କୁ ମାନସିକ ଚାପ ମଧ୍ୟ ପକାଉଥିଲେ। ଝିଅ ନ ଯୋଗାଇଲେ ଅନ୍ୟତ୍ର ବଦଳି ସହ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଥିଲେ। ଶେଷରେ ଅତ୍ୟଧିକ ମାନସିକ ଚାପରେ ପଡ଼ି ମୋ ସ୍ବାମୀ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଓଡ଼ିଶା ପୋଲିସର ଜଣେ ଉଚ୍ଚ ପଦସ୍ଥ ଅଫିସରଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଓଏସ୍‌ଏପି ସିପାହୀ ନୀହାର ରଞ୍ଜନ ନାୟକଙ୍କ ସ୍ତ୍ରୀ। ତାଙ୍କ ସହିତ ପୁଅ, ଭଉଣୀ ଓ ମା’ ସୋମବାର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ନୀହାର ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲ୍‌ଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ନୀହାର ସେଠାରେ ମହିଳାଙ୍କୁ ଟେଲରିଂ ଶିଖାନ୍ତି। ପୋଲିସ କର୍ମଚାରୀଙ୍କ ଝିଅ, ସ୍ତ୍ରୀ ଓ ଭଉଣୀମାନେ ସେଠାକୁ ହସ୍ତଶିଳ୍ପ ଓ ଟେଲରିଂ ଶିଖିବାକୁ ଆସନ୍ତି। ତେବେ ନୀହାରଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡିସିପି ବିଜୟ ଉକ୍ତ ୱେଲ୍‌ଫେୟାର ସେଣ୍ଟରକୁ ଟେଲରିଂ ଶିଖିବାକୁ ଆସୁଥିବା ଝିଅ ବୋହୂଙ୍କୁ ତାଙ୍କ ପାଖକୁ ପଠାଇବାକୁ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ। ଉଚ୍ଚପଦସ୍ଥ ଅଫିସର ହୋଇଥିବାରୁ ତାଙ୍କ ଚାପରେ ନୀହାର କେତେଥର ଝିଅମାନଙ୍କୁ ବିଜୟଙ୍କ ବଙ୍ଗଳାକୁ ବୁଲାଇ ନେଇଥିଲେ। ଏପରି କି ବିଜୟ ସେହି ଝିଅମାନଙ୍କ ସହ ପୁରୀ ବୁଲି ଯିବାକୁ ବ୍ୟବସ୍ଥା କରିବାକୁ ସ୍ବାମୀ ନୀହାରଙ୍କୁ ସବୁବେଳେ କହୁଥିଲେ। ନୀହାର ନ ମାନିବାରୁ ଚାକିରିରୁ ବାହାର କରିଦେବାକୁ କହି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ମୋ ସ୍ବାମୀ ଜଣେ ତଳିଆ କର୍ମଚାରୀ ହୋଇଥିବାରୁ ଡିସିପିଙ୍କୁ କିଛି କହି ପାରୁ ନ ଥିଲେ। ଶେଷରେ ଭୟରେ ୩ ଦିନ ତଳେ ଫିନାଇଲ ପିଇ ଦେଇଥିଲେ ବୋଲି ସେ କହିଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ନୀହାର ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ସଂକ୍ରାନ୍ତରେ ଡିସିପି ବିଜୟଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସିପାହୀ ନୀହାର ୮ବର୍ଷ ଧରି ଗୋଟିଏ ସଂସ୍ଥାରେ ରହିଥିଲେ। ତାଙ୍କୁ ସେଠାରୁ ବଦଳି କରାଯାଇଥିବାରୁ ଏହାକୁ ରୋକିବା ପାଇଁ ସ୍ତ୍ରୀଙ୍କ ମାଧ୍ୟମରେ ଏପରି ଏକ ଅଭିଯୋଗ କରିଛନ୍ତି। ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଗଲେ ସତ କ’ଣ ଓ ମିଛ କ’ଣ ତାହା ସାମ୍ନାକୁ ଆସିପାରିବ।
ଅନ୍ୟପକ୍ଷରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସଙ୍ଗିନ ହୋଇଥିବାରୁ ଏହାର ତୁରନ୍ତ ତଦନ୍ତ କରିବାକୁ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅଭିଯୋଗରେ ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜୟଙ୍କ ନାମରେ ରହିଛି ଏକାଧିକ ଅଭିଯୋଗ

ଆର୍ମଡ ଡିସିପି ବିଜୟ କୋଭିଡ୍‌ ମହାମାରୀ ସମୟରେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଉଠିଥିଲା। ବାଟାଲିଅନରେ ଫୋର୍ସକୁ ଏକତ୍ରିତ କରୁଥିଲେ। କେହି ଆପତ୍ତି ଉଠାଇଲେ ସେ କ୍ଷମତା ବଳରେ ମୁହଁ ଚୁପ୍‌ କରିଦେଉଥିଲେ। ଏନେଇ ଡିଜିପି, ପୋଲିସ କମିଶନର ଓ ହୋମ୍‌ ସେକ୍ରେଟାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଏଥିସହିତ ଓଏସ୍‌ଏପିର କେତେଜଣ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଡିସିପି ବିଜୟ ତଳିଆ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି। ଡ୍ୟୁଟି ଟାଇମ୍‌ ପରେ ନିଜ ବ୍ୟକ୍ତିଗତ ତଥା ଅନ୍ୟ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଯିଏ ମୁହଁ ଖୋଲୁଥିଲେ ସେମାନଙ୍କୁ କଳାହାଣ୍ଡି, କନ୍ଧମାଳ ଆଦି ଜିଲାକୁ ବଦଳି କରାଇଦେବାକୁ ଧମକ ଦେଉଥିଲେ। ହେଲେ ଭୟରେ କେହି ମୁହଁ ଖୋଲୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ କୋଟି ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri