ଉତ୍ତର ମିଳିଯିବ

ଆକାର ପଟେଲ

ଜଣେ କଳାକାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୫ଟି ଟିମ୍‌ ନିଯୁକ୍ତ କରିଛି। ମୁଁ ଜାଣିନାହିଁ ସିବିଆଇ କାହିଁକି ଏହା ଉପରେ ତଦନ୍ତ କରୁଛି, ମୁଁ  ବି ବୁଝିପାରୁ ନାହିଁ କାହିଁକି ଏହି ଘଟଣାରେ ଲୋକମାନେ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି। । ବିହାର ନିର୍ବାଚନକୁ ଭିତ୍ତିିକରି କିଛି ରାଜନୈତିକ ସମ୍ପର୍କ ଥିବା ଯୋଗୁ ଏହା କରାଯାଉଛି ବୋଲି ମୋତେ କୁହାଯାଉଛି। ଯଦି ତାହା ହୁଏ, ତେବେ ଏହା କ’ଣ ପାଇଁ କରାଯାଉଛି ତାହା ବି ମୁଁ ବୁଝିପାରୁନାହିଁ। ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରୁ ଭାରତରେ ବିହାର ଏକ ପୁରୁଣା ରାଜନୈତିକ କ୍ଷେତ୍ର ଭାବେ ରହିଆସିଛି। ଏଭଳି ଘଟଣାକୁ ବିଶ୍ୱାସକୁ ନେଇ ବିହାରୀମାନେ କ’ଣ ଏତେ ସହଜରେ ଭୋଟ ଦେବାକୁ ଚାହଁୁଛନ୍ତି? ସମ୍ଭବତଃ ସେମାନେ ଏଭଳି ମାନସିକତାରେ ଅଛନ୍ତି ଏବଂ ଯଦି ବି ଏହା ସତ ହୋଇଥାଏ ତେବେ ମୁଁ ନିରାଶ ହେବି। ବିଶ୍ୱରେ ବିହାର ଏକ ଦରିଦ୍ର ରାଜ୍ୟ। ବିହାରରେ ଦୁଇଟି ଦଳ ଯେଉଁମାନେ ପ୍ରତ୍ୟେକ ଏକ ଦଶନ୍ଧି ଧରି ଶାସନ କରିଆସିଛନ୍ତି। ବଲିଉଡର ଘଟଣାକୁ କେନ୍ଦ୍ର କରି ସେମାନଙ୍କୁ ଭୋଟ ଦେବେ କି ନାହିଁ ତାହା କ’ଣ ଭୋଟରମାନେ ସ୍ଥିର କରିବେ? ଯଦି ହୁଏ, ତାହା ଏକ ଅଦ୍ଭୁତ ଘଟଣା ହେବ। ଏହି କାହାଣୀକୁ ଆଗକୁ ନେବା ପାଇଁ ଅନ୍ୟ ଦୁଇଟି ସମ୍ଭାବ୍ୟ କାରଣ ବି ସାମ୍‌ନାକୁ ଆସିଛି। ପ୍ରଥମରେ- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଏଥିରେ ଟାର୍ଗେଟ କରାଯାଇଛି। ଦ୍ୱିତୀୟରେ-ସେହି ଏକାପ୍ରକାରେ ବଲିଉଡର ମୁସଲମାନ କଳାକାରଙ୍କୁ ଟାର୍ଗେଟ ବି କରାଯାଇଛି। ଆମ ସମୟରେ ଏହା ମୋତେ ଅଧିକ ଯଥାର୍ଥ ମନେହେଉଛି। କାରଣ ଏ ସରକାର ମୁସଲମାନଙ୍କ ଶତ୍ରୁ ହୋଇଯାଇଛି । କେବଳ ଉକ୍ତ ଘଟଣା ନୁହେଁ ସବୁଥିରେ ସେମାନଙ୍କୁ ଆକ୍ରମଣ କରିବାକୁ ମିଛର ଆଶ୍ରୟ ନେବ ବୋଲି ମନେହେଉଛି।
ଭୋଟରଙ୍କ ସ୍ବାର୍ଥ କଥାକୁ ଫେରିବା। ଏହି ସପ୍ତାହରେ ମୋ ବନ୍ଧୁ ଶେଖର ଗୁପ୍ତା ଲେଖିଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀ ତାଙ୍କ ନିଜର କ୍ଷତି ନ କରନ୍ତି ତେବେ ୨୦୨୪ରେ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ଗୁପ୍ତାଙ୍କ ଯୁକ୍ତିକୁ ମୁଁ ଯେତେଦୂର ବୁଝିଛି ତାହା ହେଉଛି ଭୋଟରଙ୍କୁ ଯେଉଁ କ୍ଷତି ବା ପୀଡା ପହଞ୍ଚାଯାଇଛି ତାହା ପ୍ରାସଙ୍ଗିକ ନୁହେଁ। କାରଣ ଅର୍ଥବ୍ୟବସ୍ଥା ଭୁଶୁଡିବା, ବେରୋଜଗାରୀ ସୀମା ଟପିବା, ଆମ ଜାଗାକୁ ଚାଇନା ଅକ୍ତିଆର କରିବା ଏବଂ କୋଭିଡ୍‌ ମାହାମାରୀକୁ ରୋକିବାରେ ଏହି ସରକାରଙ୍କ ଅକ୍ଷମତା ପ୍ରତି ଭୋଟର ଚିନ୍ତିତ ନୁହନ୍ତି। ଗୁପ୍ତା ଏହି ସିଦ୍ଧାନ୍ତରେ କେମିତି ପହଞ୍ଚତ୍ଲେ ତାହା ସମ୍ପୂର୍ଣ୍ଣ ବ୍ୟାଖ୍ୟା କରି ନ ଥିଲେ। କିନ୍ତୁ ଏତିକି କହିଥିଲେ ଯେ,ପୂର୍ବରୁ ଅନୁଧ୍ୟାନ କରିବାରେ ଭଲ ରେକର୍ଡ ଥିବା ଏକ ସର୍ଭେ ମୋଦିଙ୍କୁ ଜନପ୍ରିୟତାର ଶୀର୍ଷରେ ରହିଥିବା ଦର୍ଶାଇଥିଲା। ପୁନଶ୍ଚ ଏମିତି ହୋଇଥିବା ତ ମୁଁ ଜାଣିନି, କିନ୍ତୁ ଯଦି ବି ଏହା ହୋଇଥାଏ ତେବେ ଏହା ଖୁସିର କଥା ହୋଇପାରେ। ମୋଦିଙ୍କ ନିଜ ତଥ୍ୟ ଅନୁସାରେ ଜାନୁୟାରୀ ୨୦୧୮ରୁ ଲଗାତର ୯ଟି ତ୍ରୈମାସିକରେ ମୋଟ୍‌ ଘରୋଇ ଉପତ୍ାଦ( ଜିଡିପି) ହ୍ରାସ ପାଇ ଆସୁଛି। ପୁନଶ୍ଚ ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ବେରୋଜଗାରୀ ସବୁଠୁ ଅଧିକ ହୋଇଛି ଯାହା କେବେ ବି ଭାରତରେ ରେକର୍ଡ କରାଯାଇନାହିଁ। ଅନ୍ୟପକ୍ଷରେ ଚାଇନା ଭାରତ ସୀମା ମଧ୍ୟକୁ ପ୍ରବେଶ କରି ଜମି ଦଖଲ କରି ନାହିଁ ବୋଲି ମୋଦି କହୁଥିବାବେଳେ ଏହାକୁ କିଏ ବିଶ୍ୱାସ କରିବ। ମୁଁ ଭାବୁଛି ଏହା ପ୍ରଧାନମନ୍ତ୍ରୀଙ୍କ ଭ୍ରମର ଏକ ସଙ୍କେତ। ସମ୍ପ୍ରତି ଚାଇନାକୁ ଆମ ମାଟିରୁ ପଛକୁ ହଟାଇବା ପାଇଁ ଚେଷ୍ଟା କରୁଛୁ ଏବଂ ସେମାନଙ୍କ ସହ ଆମ ସେନା ଅଧିକାରୀମାନେ ଅଧା ଡଜନ ବୈଠକ ବି କରିସାରିଲେଣି। ସମ୍ଭବତଃ ଏହି ସବୁ ବୈଠକ କରାଯିବାର କାରଣ ହେଉଛି ମୋଦି ଯାହା କହୁଛନ୍ତି ବା ବିଶ୍ୱାସ କରୁଛନ୍ତି ତାହା ସତ୍ୟ ନୁହେଁ। ଯଦି ସେମାନେ ଆମ ଜାଗା ଦଖଲ କରିନାହାନ୍ତି ତେବେ ସେମାନଙ୍କ ସହ ବୁଝାମଣା କରିବାର କୌଣସି କାରଣ ନାହିଁ।
କୋଭିଡ୍‌ ସମ୍ପର୍କରେ ତଥ୍ୟ ସ୍ପଷ୍ଟ । ମୋଟ୍‌ ସଂକ୍ରମଣରେ ଆମେ ବିଶ୍ୱରେ ତୃତୀୟ। ଦୈନିକ ସଂକ୍ରମଣରେ ଆମେ ନମ୍ବର ଓ୍ବାନ୍‌ ଏବଂ ଶେଷରେ ସଂକ୍ରମିତଙ୍କ ସଂଖ୍ୟାରେ ଆମେ ବିଶ୍ୱରେ ସବୁଠୁ ବେଶି ରହିବାର ବି ସମ୍ଭାବନା ରହିଛି। ଗୋଟିଏ ସରକାର କିମ୍ବା ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହା କେବେ ବି ସଫଳତା ନୁହେଁ। ଅନ୍ୟ ରାଷ୍ଟ୍ରରେ ଏହା ରାଜନୈତିକ ବିପର୍ଯ୍ୟୟର ସଙ୍କେତ ହୋଇପାରେ। ଏହା କ’ଣ ସେହି ଘଟଣା ଯାହା ଆମ ସମସ୍ତଙ୍କର କିମ୍ବା ଅଧିକାଂଶ ଭାରତୀୟଙ୍କର ବାସ୍ତବ ଜୀବନ ସହ ରାଜନୈତିକ ସମ୍ବନ୍ଧତାର ସମ୍ପର୍କ ନ ଥିବାକୁ ସୂଚାଉଛି? ଫେସ୍‌ବୁକ ଲାଇକ୍‌ କିମ୍ବା ଟୁଇଟର ଫରଓ୍ବାର୍ଡ କରିବା ଭଳି କ’ଣ ଆମ ଭୋଟ୍‌ ଦେବା ଧାରା ହୋଇପାରେ ? ଗୋଟିଏ ଦଳର ସଫଳତାରେ ନୁହେଁ ବରଂ ତା’ ଛବିକୁ ନେଇ ଭୋଟ ଦେବା ଓ ସମର୍ଥନ କରିବା କ’ଣ ଆମ ରାଜନୈତିକ କାର୍ଯ୍ୟକଳାପ? ନିଶ୍ଚିତ ଭାବେ ଏହା ସତ ନୁହେଁ। ହୁଏତ ଏହା ଅନେକଙ୍କ ପାଇଁ ସତ ହୋଇପାରେ, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ। ଅବଶ୍ୟ ମୋ ପାଇଁ ଏହା କେବେ ବି ନୁହେଁ। କିନ୍ତୁ କେତେ ଜଣ ଲୋକ ଏଭଳି ଭାବୁଛନ୍ତି? ଯଦି ଅନେକେ ଏଭଳି ଭାବୁ ଥାଆନ୍ତେ, ତେବେ ମୋ ଜାଣିବାରେ ଏକ ଭୟଙ୍କର ଦୁର୍ଦ୍ଦିନରେ ଜଣେ ବଲିଉଡ କଳାକାରଙ୍କ ମୃତ୍ୟୁରେ ଆମେ ଯେମିତି ଏକ ସର୍କସ କରୁଛେ ସେମିତି କରୁ ନ ଥାନ୍ତେ। ଏହା ଅତ୍ୟନ୍ତ ନିନ୍ଦନୀୟ ଯାହା ମୋର ମନେରହିବ। କିନ୍ତୁ ମୁଁ ଯୁବକ ନୁହେଁ। ଏକ ସମୟ ଆସିବ ଯେତେବେଳେ ଏଭଳି ଏକ ଅର୍ଥନୈତିକ ଅବ୍ୟବସ୍ଥା,ବେରାଜଗାରୀ, ଏକ ଜାତୀୟ ମହାମାରୀ,ଗୃହଶତ୍ରୁମାନଙ୍କ ମଧ୍ୟରେ ଥିବା ହୀନ ସ୍ବାର୍ଥ ଏବଂ ବଲିଉଡ୍‌ ଓ ମନ୍ଦିର ଉପରେ ଗୁରୁତ୍ୱ ଦେବା ଘଟଣା ମୋ ଜୀବନରେ ହୁଏତ ସ୍ମରଣ କରି ନ ପାରେ। ନାଗରିକ, ବ୍ୟକ୍ତି ଓ ଭୋଟରମାନଙ୍କ ମଧ୍ୟରୁ ଆମେମାନେ ବାସ୍ତବରେ କିଏ? ଏହା ଜଣିବା ଓ ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏବକାର ଯୁବପିଢି କିମ୍ବା ଆଗାମୀ ପିଢି ସେମାନଙ୍କ ରାଜନୀତି ସମ୍ପର୍କରେ ଏତେ ଉଦାସୀନ ହେବେ ବୋଲି ମୁଁ ଭାବୁନାହିଁ। ସାମ୍ପ୍ରତିକ ସମୟରେ ଦେଶର ସୁରକ୍ଷା, ସ୍ବାସ୍ଥ୍ୟ, ରୋଜଗାର , ସେମାନଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉ ନ ଥିତ୍ବା ଯୁବପିଢି ଯତ୍ନଶୀଳ ହେବେ ନା ବଲିଉଡକୁ ନେଇ ବେଶି ଆଗ୍ରହ ପ୍ରକାଶ କରିବେ ତାହା ହିଁ ପ୍ରଶ୍ନ। ମୋ ପାଖରେ ଏହାର ଉତ୍ତର ନାହିଁ। ହେଲେ ଏହାର ଏକ ଉତ୍ତର ଅଛି ଯାହା ଖୁବ୍‌ ଶୀଘ୍ର ଆମକୁ ମିଳିଯିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri