Posted inଫୁରସତ

ବିମାନରେ ପାଇଲଟ ପ୍ରେମିକ କଲେ ଏମିତି ଘୋଷଣା, ଲାଜେଇ ଗଲେ ପ୍ରେମିକା

ନିଜ ପ୍ରେମିକା ବସିଥିବା ବିମାନ ଚଳାଉଥିଲେ ଜଣେ ପ୍ରେମିକ। ଏହି ପାଇଲଟ ପ୍ରେମିକ ଜଣଙ୍କ ଯାତ୍ରା ମଝିରେ ଏମିତି ଘୋଷଣା କଲେ ଯେ, ଯାତ୍ରୀଙ୍କ ଗହଣରେ ବସିଥିବା ପ୍ରେମିକା ଶୁଣି ଲାଜେଇ ଗଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

ଭିଡିଓଟିକୁ ହନା ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଯେତେବେଳେ ପ୍ରଥମଥର ଆପଣଙ୍କ ପ୍ରେମିକ ବିମାନ ଚଳାଉଥିବେ ଆଉ କହୁଥିବେ ମୋ ସହ ଏହି ବିମାନରେ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଯାତ୍ରା କରୁଛନ୍ତି, ସେ ଆଉ କେହି ନୁହନ୍ତି; ସେ ହେଉଛନ୍ତି ମୋ ପ୍ରେମିକା ହନା। ଯିଏକି ୨ସି ନମ୍ବର ବିଶିଷ୍ଟ ସିଟ୍‌ରେ ବସିଛନ୍ତି। ଖାଲି ସେତିକି ନୁହେଁ, ପାଇଲଟ କହୁଥାନ୍ତି, ବିମାନରୁ ଓହ୍ଲାଇବା ସମୟରେ ମୋ ପ୍ରେମିକାଙ୍କୁ ଫିଷ୍ଟ ବମ୍ପ, ହାଇ ଫାଇଭ୍‌ କିମ୍ବା ମନପସନ୍ଦର ସ୍ନାକ୍ସ, ପାଣି ବୋତଲ ନିଶ୍ଚିତ ଦେବେ। ମୋ ସହିତ ଯାତ୍ରା କରୁଥିବାରୁ ଧନ୍ୟବାଦ। ଆପଣ ସମସ୍ତେ ମାସ୍କ ପିନ୍ଧିଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ଖୁବ୍‌ ଶୀଘ୍ର ପହଞ୍ଚାଇଦେବି।

ଏହି କୌତୂହଳପୂର୍ଣ୍ଣ ଭିଡିଓରେ ହନା ଲେଖିଛନ୍ତି, ମୋ ବାପା କହିଛନ୍ତି ଅନ୍ତତଃପକ୍ଷେ ସେ ପ୍ରପୋଜ କରିନାହାନ୍ତି। କିନ୍ତୁ ମୁଁ ଚାହୁଁଥିଲି ସେ ଏପରି କରିଥାନ୍ତେ। ଏହି ଭିଡିଓକୁ କୋଟିଏରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ପାଇଲଟଙ୍କ ଏପରି ହୃଦୟସ୍ପର୍ଶୀ ବାର୍ତ୍ତା ଦେଖି ୟୁଜରମାନେ ମଧ୍ୟ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri