ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା

ଭୁବନେଶ୍ୱର, ୬।୬(ସୁନିତ୍‌ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ବାଚନୀ ପ୍ରଚାର ମୁତାବକ, ରାଜ୍ୟରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଗୁରୁବାର ସୁଦ୍ଧା ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କୁ ବାଛିବେ। ଏହାକୁ ନେଇ ସବୁଆଡେ ଚର୍ଚ୍ଚା, ଆଲୋଚନା ଲାଗି ରହିଛି। ତେବେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବଂ କେବେ ସୁଦ୍ଧା ଏନେଇ ଘୋଷଣା କରିବ, ସେକଥା କିଛି ସ୍ପଷ୍ଟ କରିନାହିଁ। ହେଲେ
ଏଥର କେନ୍ଦ୍ରରେ ଏନ୍‌ଡିଏ ଯେଭଳି ଆସନ ଦଖଲକରି ସରକାର କରିବାକୁ ଯାଉଛି ତାକୁ ନେଇ ଜାତୀୟସ୍ତରରେ ନେତାମାନଙ୍କ ଭିତରେ ବହୁ ମାତ୍ରାରେ ଚିନ୍ତା ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଭାଜପା ନେତାଙ୍କ କହିବା ଅନୁଯାୟୀ, ବିଗତ ଦିନରେ ଯେଉଁସବୁ ରାଜ୍ୟରେ ଦଳ ସରକାରକୁ ଆସିଛି ସେସବୁ ସ୍ଥାନରେ ଶପଥ ଗ୍ରହଣର ପୂର୍ବଦିନ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଘୋଷଣା କରାଯାଇଥିବା ନେଇ ନଜିର ରହିଛି। ତେଣୁ ଏବେ ଦେଶରେ ସରକାର ଗଠନ ଏବଂ ଏହାର ପରବର୍ତ୍ତୀ କାର୍ଯ୍ୟରେ ସମସ୍ତେ ପ୍ରାୟ ବ୍ୟସ୍ତ ରହିବେ। କାରଣ ଭାଜପା ୧୦ ବର୍ଷ ପରେ ଦେଶରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜର ସ୍ଥିତି ବଜାୟ ରଖିବାରେ ବିଫଳ ହୋଇଛି। ତେଣୁ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ପୂର୍ବଦିନ ହିଁ ବିଧାୟକମାନଙ୍କୁ କାହାକୁ ନେତା କରାଯିବ ସେକଥା ଜଣାଇଦିଆଯିବ। ଅନ୍ୟପକ୍ଷରେ ମିଳିଥିବା ଖବର ମୁତାବକ, ରାଜ୍ୟରୁ କେତେଜଣ ନେତା ଏବେ ନୂଆଦିଲ୍ଲୀ ଯାଇ ସେଠାରେ ଡେରା ପକାଇଲେଣି। ରାଜ୍ୟରେ କିପରି ମୁଖ୍ୟମନ୍ତ୍ରୀ ହେବେ ସେନେଇ ନିଜ ନିଜର ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ନବନିର୍ବାଚିତ ବିଧାୟକମାନେ ଦଳରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ କିଛି ଜାଣିନାହାନ୍ତି ଏବଂ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିନେବେ ବୋଲି କହୁଛନ୍ତି। ଅନ୍ୟପଟେ କେନ୍ଦ୍ରରେ ସରକାର ଗଠନ ହୋଇସାରିବା ପରେ ଯାଇ ରାଜ୍ୟ ବାବଦରେ କେନ୍ଦ୍ରୀୟ ନେତାମାନେ ବିଶେଷ ଧ୍ୟାନ ଦେବେ ବୋଲି କୁହାଯାଉଛି। ହେଲେ ଦଳ ରାଜ୍ୟରେ ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବ ନା ବାହାରୁ କାହାକୁ ଆଣି ଏହି ଆସନରେ ବସାଇବ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ସାମାଜିକ ଗଣମାଧ୍ୟମରେ କେତୋଟି ନାଁକୁ ନେଇ ଆଲୋଚନା ଜୋର୍‌ ଧରିବାରେ ଲାଗିଛି । ହେଲେ ଏହାକୁ ଦଳର କେତେଜଣ ନେତା ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri