ଘୋଷଣା ହେଲା, ଉଡ଼ିଲା ନାହିଁ

ସମ୍ବଲପୁର,୧୮ା୭(ଶୁଭାଶିଷ ପାଢ଼ୀ):ପୁଣି ନିରାଶ ହୋଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ଉପରେ ନିର୍ଭର କରୁଥିବା ଯାତ୍ରୀ। ବିମାନ ସେବା ୧୧ମାସ ବନ୍ଦ ହେବା ପରେ ଜୁଲାଇ ୧ ତାରିଖଠାରୁ ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ପୁଣି ବିମାନ ଉଡ଼ାଣ କରିବା ସହ ଚେନ୍ନାଇକୁ ନୂତନ ଭାବେ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା। ଏହାକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ସମେତ ପଡ଼ୋଶୀ ରାଜ୍ୟର ସୀମାନ୍ତ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଥିଲେ। ହେଲେ ଏବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ବିମାନ ଉଡ଼ିପାରି ନାହିଁ। ପରବର୍ତ୍ତୀ ଧାର୍ଯ୍ୟ ସମୟ ଜୁଲାଇ ୧୯ରେ ମଧ୍ୟ ବିମାନ ଚଳାଚଳ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିମାନ ଟିକେଟ କୌଣସି ସାଇଟ୍‌ରେ ଉପଲବ୍ଧ ହେଉନାହିଁ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦର ଲୋକାର୍ପଣ ହୋଇଥିଲା। କେତେକ ପ୍ରମୁଖ ସହରକୁ ପ୍ରଥମେ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। କିଛିମାସ ଚାଲିବା ପରେ ୨୦୨୨ ଅଗଷ୍ଟ ୨୦ରୁ ବେଙ୍ଗାଲୁରୁକୁ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ସେହିଦିନଠାରୁ ପୁଣି ପଶ୍ଚିମ ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଥିଲା। ବେଙ୍ଗାଲୁରୁ ଆଇଟି ସିଟି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଓ ବୃତ୍ତିଧାରୀ ବିମାନ ସେବା ଉପରେ ନିର୍ଭର କରୁଥିଲେ। ହେଲେ ଏହି ସେବା ବନ୍ଦହେବା ପରେ ସେମାନେ ଟ୍ରେନ୍‌ରେ ଯିବାଆସିବା କରିବାକୁ ବାଧ୍ୟ ହୋଇଥିଲେ। ଏପରିସ୍ଥଳେ ଭିଏସ୍‌ଏସ୍‌ ବିମାନବନ୍ଦରରୁ ବେଙ୍ଗାଲୁରୁକୁ ବିମାନ ସଂଯୋଗ ଖବର ବିମାନଯାତ୍ରୀଙ୍କ ପାଇଁ ନୂଆ ଆଶା ଦେଇଥିଲା। ବେଙ୍ଗାଲୁରୁର ଏକ ଘରୋଇ ସଫ୍ଟୱେର ଫାର୍ମରେ କାର୍ଯ୍ୟ କରୁଥିବା ଆଇଟି ଇଞ୍ଜିନିୟର ଦୀପକ ସ୍ବାଇଁ କହିଛନ୍ତି, ବିମାନ ସେବା ଜାରି ରହୁ ବୋଲି ଯାତ୍ରୀମାନେ ଆଶାକରନ୍ତି। ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ଦିଲ୍ଲୀ ଓ ହାଇଦ୍ରାବାଦ ବ୍ୟତୀତ ଅନ୍ୟ ସହରକୁ ବିମାନ ସଂଯୋଗ ଯୋଗାଇବା ପାଇଁ ଦାବି ହୋଇଆସୁଛି। ବିମାନ ଉଡ଼ାଣ ନିୟମିତ ହେଲେ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଅନ୍ୟ ବିମାନ କମ୍ପାନୀଙ୍କୁ ମଧ୍ୟ ଏହି ରୁଟ୍‌ରେ ଚଳାଇବାକୁ ସୁବିଧା କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ନିୟମିତ ଯାତ୍ରା କରୁଥିବା ଯାତ୍ରୀ ସଞ୍ଜୟ ପାଣିଗ୍ରାହୀ କହିଛନ୍ତି, ୨୦୨୩ ଜୁଲାଇରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ବୁକିଂ ଖୋଲାଯାଇ ନାହିଁ। ତଥାପି ଆମେ ଆଶା କରୁଛୁ ଯେ ଏହି ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ବିମାନସେବା ଶୀଘ୍ର ଆରମ୍ଭ ହେବ।
ଏ ସମ୍ପର୍କରେ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ କୁମାର ତିୱାରୀ କହିଛନ୍ତି, କୋଲକାତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ପାଇଁ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ନୂତନ ବିମାନସେବା ଆରମ୍ଭ କରିବ। କୋଲକାତାଠାରୁ ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ ୧୧:୪୦ରେ ପହଞ୍ଚତ୍ବ। ପୁଣି ରାତି ୧୨ଟା୧୦ରେ ଏହା ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ। ଏହା ବେଙ୍ଗାଲୁରୁ ସହ ସଂଯୋଗ ହେବ, ଯାହା ସପ୍ତାହରେ ୪ଦିନ ଚାଲିବ। ଏହା ଚେନ୍ନାଇ ସହ ମଧ୍ୟ ସଂଯୋଗ ହେବ, ଯାହା ସପ୍ତାହରେ ୩ ଦିନ ଚାଲିବ। ସେହିପରି ବିମାନ ଭାଇଜାଗ୍‌ରୁ ଆସି ରାତି ୮ଟା୨୫ରେ ଝାରସୁଗୁଡ଼ାରେ ପହଞ୍ଚତ୍ବ। ରାତି ୮ଟା ୫୫ରେ ପୁଣି ଏହା କୋଲକାତା ଅଭିମୁଖେ ଯାତ୍ରା କରିବା ପ୍ରସ୍ତାବ ରହିଛି। ସ୍ଲଟ୍‌ ଦିଆଯାଇଛି। ଟିକେଟ କାଟିବା ପାଇଁ ବିଭାଗ ପକ୍ଷରୁ ଅନୁମତି ଆସିଲେ ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri