ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭:  କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ କଟକଣା ଲାଗିଥିବା ବେଳେ ୪ ମାସ ହେଲା ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଆଦି ଖୋଲିପାରୁ ନାହିଁ। ପର୍ଯ୍ୟଟନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ଦେଖି ଅନୁଗୋଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଥିବା ବେଳେ ବର୍ତ୍ତମାନର ପରିସ୍ଥିତି ଏହି ଶିଳ୍ପକୁ ଦୋହଲାଇ ଦେଇଛି। ଏହା ଉପରେ ନିର୍ଭର କରୁଥିବା ହୋଟେଲ, ରେଷ୍ଟୁରାଣ୍ଟ ଓ ଟ୍ରାଭେଲ ଏଜେନ୍ସିଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି।
ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ ଅନୁଗୋଳ ଜିଲା। ଶିଳ୍ପରେ ପରିପୂର୍ଣ୍ଣ ଏହି ଜିଲାରେ ସାତକୋଶିଆ ଅଭୟାରଣ୍ୟ, ରେଙ୍ଗାଳି, ଡେରଜାଙ୍ଗ ଜଳଭଣ୍ଡାର, ତାଳଚେରର ଅଗ୍ନିରୂପା ମା’ ହିଙ୍ଗୁଳା, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମନ୍ଦରଗିରି ଆଦି ୧୩ଟି ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ସହ ଅନେକ ଅଣସ୍ବୀକୃତ ଦର୍ଶନୀୟ ସ୍ଥାନ ରହିଛି। ୨୦୧୬ ମସିହାରେ ଅନୁଗୋଳ ଜିଲାକୁ ମୋଟ୍‌ ୮ ଲକ୍ଷ ୩୬ ହଜାର ୮୩୪ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭ରେ ୯ ଲକ୍ଷ ୧୦ ହଜାର ୩୯୫ ଜଣ, ୨୦୧୮ରେ ୯ ଲକ୍ଷ ୮୮ ହଜାର ୬୯୯ ଜଣ ଓ ୨୦୧୯ ମସିହାରେ ପ୍ରାୟ ୧୦ ଲକ୍ଷ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି। ଜିଲାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଆକର୍ଷଣୀୟ କରିବାକୁ ବଭିନ୍ନ ପ୍ରକାର ଭିତ୍ତିଭୂମି ତଥା ଆନୁଷଙ୍ଗିକ ବ୍ୟବସ୍ଥାର ବିକାଶ କରାଯାଉଛି। ଖୁଲୁଡ଼ିରେ ସୁଉଚ୍ଚ ତୋରଣ ନିର୍ମାଣ ସହ ଅନେକ ସ୍ଥାନରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଶୌଚାଳୟ ଓ ଦୋକାନ ଘର ଆଦି ନିର୍ମାଣ କରାଯାଇଛି। ମାତ୍ର ଚଳିତବର୍ଷ ଆରମ୍ଭରୁ ମହାମାରୀ କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିପାରି ନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟଙ୍କ କହିବା ମୁତାବକ, ଅନୁଗୋଳ ଜିଲାରେ ପର୍ଯ୍ୟଟନର ଅପୂର୍ବ ସୁଯୋଗ ରହିଛି। ମାତ୍ର ଗମନାଗମନର ବହୁ ଅସୁବିଧା ଥିଲା। ବିକାଶ ଦିଗରେ ବହୁ ପଦକ୍ଷେପ ହାତକୁ ନିଆଯାଇଛି। କରୋନା ସଙ୍କଟ ନ ଟଳିବା ପର୍ଯ୍ୟନ୍ତ କିଛି କରିହେବ ନାହିଁ। ବର୍ତ୍ତମାନ ସରକାରୀ ଅନୁଦାନ ବନ୍ଦ ହୋଇଯାଇଥିବା ପର୍ଯ୍ୟଟନ ଅଧିକାରୀ ରାୟ ପ୍ରକାଶ କରିଛନ୍ତି।

ବିଦ୍ୟୁତ୍‌ ବିଲ୍‌ ଦେଇହେଉନି

କେବଳ ପର୍ଯ୍ୟଟନ ଋତୁ ନୁହେଁ ପ୍ରତିବର୍ଷ ମାର୍ଚ୍ଚରୁ ଜୁଲାଇ ଯାଏ ଅନୁଗୋଳରେ ହୋଟେଲ ବ୍ୟବସାୟ ଭଲ ଚାଲିଥାଏ। ଖରାଦିନିଆ ଛୁଟିରେ ବୁଲାବୁଲି କରିବାକୁ ବହୁ ଲୋକ ଆସିଥାନ୍ତି। ଶିଳ୍ପସଂସ୍ଥା ସହ ଜଡ଼ିତ ଅନେକ ବ୍ୟକ୍ତି ଦେଶ ବିଦେଶରୁ ଆସି ଏଠାକାର ବିଭିନ୍ନ ହୋଟେଲରେ ରହଣି କରିଥାନ୍ତି। ପୁରୀ ରଥଯାତ୍ରା ଦେଖିବାକୁ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅନୁଗୋଳର ହୋଟେଲଗୁଡ଼ିକରେ ବିଶ୍ରାମ ନେଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ପାଇଁ ବ୍ୟବସାୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏପରି କି ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିବା ମଧ୍ୟ କଷ୍ଟକର ହୋଇଯାଉଛି। ବ୍ୟବସାୟ ହେଉ ନ ଥିବାରୁ କର୍ମଚାରୀ, ମେଣ୍ଟନାନ୍ସ ଓ ବିଦ୍ୟୁତ୍‌ ବିଲ୍‌ ବାବଦ ଅର୍ଥ ପଇଠ କରିବା କାଠିକର ପାଠ ହୋଇଯାଇଛି।

-ରାଜୀବ ପାଣି, ନିର୍ଦ୍ଦେଶକ, ପ୍ରଶାନ୍ତି ହୋଟେଲ

ଅଲୋଡ଼ା ହୋଇଯାଇଛି ଟ୍ରାଭେଲ ଏଜେନ୍ସି
ଅନୁଗୋଳରେ ଥିବା ହୋଟେଲଗୁଡ଼ିକ ଉପରେ ବହୁ ଟ୍ରାଭେଲ ଏଜେନ୍ସି ନିର୍ଭର କରିଥାନ୍ତି। କିନ୍ତୁ ହୋଟେଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏଜେନ୍ସିରୁ ଭଡ଼ାରେ କେହି ଗାଡ଼ି ନେବାର ପ୍ରଶ୍ନ ଉଠୁନି। ଏପରି କି କଟକ, ଭୁବନେଶ୍ୱର, ପୁରୀ କିମ୍ବା ଅନ୍ୟ ଜିଲାକୁ ମଧ୍ୟ ଗାଡ଼ି ବୁକ୍‌ କରିବାକୁ ଫୋନ ଆସୁନାହିଁ। କେବଳ ମେଡିକାଲ କେସ୍‌କୁ ଛାଡ଼ିଦେଲେ ଟ୍ରାଭେଲ ଏଜେନ୍ସି ଏକପ୍ରକାର ଅଲୋଡ଼ା ହୋଇଯାଇଛି। ତେଣୁ ବ୍ୟାଙ୍କ ଋଣ ଶୁଝିହେଉନି କି ଚାଳକଙ୍କ ଦରମା ଦେଇହେଉନି।
-ରଜନୀକାନ୍ତ ନାଏକ, ଟ୍ରାଭେଲ ଏଜେନ୍ସି ଓନର

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri