ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭:  କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ କଟକଣା ଲାଗିଥିବା ବେଳେ ୪ ମାସ ହେଲା ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଆଦି ଖୋଲିପାରୁ ନାହିଁ। ପର୍ଯ୍ୟଟନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ଦେଖି ଅନୁଗୋଳ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଥିବା ବେଳେ ବର୍ତ୍ତମାନର ପରିସ୍ଥିତି ଏହି ଶିଳ୍ପକୁ ଦୋହଲାଇ ଦେଇଛି। ଏହା ଉପରେ ନିର୍ଭର କରୁଥିବା ହୋଟେଲ, ରେଷ୍ଟୁରାଣ୍ଟ ଓ ଟ୍ରାଭେଲ ଏଜେନ୍ସିଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି।
ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ ଅନୁଗୋଳ ଜିଲା। ଶିଳ୍ପରେ ପରିପୂର୍ଣ୍ଣ ଏହି ଜିଲାରେ ସାତକୋଶିଆ ଅଭୟାରଣ୍ୟ, ରେଙ୍ଗାଳି, ଡେରଜାଙ୍ଗ ଜଳଭଣ୍ଡାର, ତାଳଚେରର ଅଗ୍ନିରୂପା ମା’ ହିଙ୍ଗୁଳା, ଆଠମଲ୍ଲିକର ଦେଉଳଝରୀ, ବିନିକେୟୀ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମନ୍ଦରଗିରି ଆଦି ୧୩ଟି ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ସହ ଅନେକ ଅଣସ୍ବୀକୃତ ଦର୍ଶନୀୟ ସ୍ଥାନ ରହିଛି। ୨୦୧୬ ମସିହାରେ ଅନୁଗୋଳ ଜିଲାକୁ ମୋଟ୍‌ ୮ ଲକ୍ଷ ୩୬ ହଜାର ୮୩୪ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭ରେ ୯ ଲକ୍ଷ ୧୦ ହଜାର ୩୯୫ ଜଣ, ୨୦୧୮ରେ ୯ ଲକ୍ଷ ୮୮ ହଜାର ୬୯୯ ଜଣ ଓ ୨୦୧୯ ମସିହାରେ ପ୍ରାୟ ୧୦ ଲକ୍ଷ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି। ଜିଲାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଆକର୍ଷଣୀୟ କରିବାକୁ ବଭିନ୍ନ ପ୍ରକାର ଭିତ୍ତିଭୂମି ତଥା ଆନୁଷଙ୍ଗିକ ବ୍ୟବସ୍ଥାର ବିକାଶ କରାଯାଉଛି। ଖୁଲୁଡ଼ିରେ ସୁଉଚ୍ଚ ତୋରଣ ନିର୍ମାଣ ସହ ଅନେକ ସ୍ଥାନରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଶୌଚାଳୟ ଓ ଦୋକାନ ଘର ଆଦି ନିର୍ମାଣ କରାଯାଇଛି। ମାତ୍ର ଚଳିତବର୍ଷ ଆରମ୍ଭରୁ ମହାମାରୀ କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିପାରି ନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟଙ୍କ କହିବା ମୁତାବକ, ଅନୁଗୋଳ ଜିଲାରେ ପର୍ଯ୍ୟଟନର ଅପୂର୍ବ ସୁଯୋଗ ରହିଛି। ମାତ୍ର ଗମନାଗମନର ବହୁ ଅସୁବିଧା ଥିଲା। ବିକାଶ ଦିଗରେ ବହୁ ପଦକ୍ଷେପ ହାତକୁ ନିଆଯାଇଛି। କରୋନା ସଙ୍କଟ ନ ଟଳିବା ପର୍ଯ୍ୟନ୍ତ କିଛି କରିହେବ ନାହିଁ। ବର୍ତ୍ତମାନ ସରକାରୀ ଅନୁଦାନ ବନ୍ଦ ହୋଇଯାଇଥିବା ପର୍ଯ୍ୟଟନ ଅଧିକାରୀ ରାୟ ପ୍ରକାଶ କରିଛନ୍ତି।

ବିଦ୍ୟୁତ୍‌ ବିଲ୍‌ ଦେଇହେଉନି

କେବଳ ପର୍ଯ୍ୟଟନ ଋତୁ ନୁହେଁ ପ୍ରତିବର୍ଷ ମାର୍ଚ୍ଚରୁ ଜୁଲାଇ ଯାଏ ଅନୁଗୋଳରେ ହୋଟେଲ ବ୍ୟବସାୟ ଭଲ ଚାଲିଥାଏ। ଖରାଦିନିଆ ଛୁଟିରେ ବୁଲାବୁଲି କରିବାକୁ ବହୁ ଲୋକ ଆସିଥାନ୍ତି। ଶିଳ୍ପସଂସ୍ଥା ସହ ଜଡ଼ିତ ଅନେକ ବ୍ୟକ୍ତି ଦେଶ ବିଦେଶରୁ ଆସି ଏଠାକାର ବିଭିନ୍ନ ହୋଟେଲରେ ରହଣି କରିଥାନ୍ତି। ପୁରୀ ରଥଯାତ୍ରା ଦେଖିବାକୁ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅନୁଗୋଳର ହୋଟେଲଗୁଡ଼ିକରେ ବିଶ୍ରାମ ନେଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ପାଇଁ ବ୍ୟବସାୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏପରି କି ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିବା ମଧ୍ୟ କଷ୍ଟକର ହୋଇଯାଉଛି। ବ୍ୟବସାୟ ହେଉ ନ ଥିବାରୁ କର୍ମଚାରୀ, ମେଣ୍ଟନାନ୍ସ ଓ ବିଦ୍ୟୁତ୍‌ ବିଲ୍‌ ବାବଦ ଅର୍ଥ ପଇଠ କରିବା କାଠିକର ପାଠ ହୋଇଯାଇଛି।

-ରାଜୀବ ପାଣି, ନିର୍ଦ୍ଦେଶକ, ପ୍ରଶାନ୍ତି ହୋଟେଲ

ଅଲୋଡ଼ା ହୋଇଯାଇଛି ଟ୍ରାଭେଲ ଏଜେନ୍ସି
ଅନୁଗୋଳରେ ଥିବା ହୋଟେଲଗୁଡ଼ିକ ଉପରେ ବହୁ ଟ୍ରାଭେଲ ଏଜେନ୍ସି ନିର୍ଭର କରିଥାନ୍ତି। କିନ୍ତୁ ହୋଟେଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏଜେନ୍ସିରୁ ଭଡ଼ାରେ କେହି ଗାଡ଼ି ନେବାର ପ୍ରଶ୍ନ ଉଠୁନି। ଏପରି କି କଟକ, ଭୁବନେଶ୍ୱର, ପୁରୀ କିମ୍ବା ଅନ୍ୟ ଜିଲାକୁ ମଧ୍ୟ ଗାଡ଼ି ବୁକ୍‌ କରିବାକୁ ଫୋନ ଆସୁନାହିଁ। କେବଳ ମେଡିକାଲ କେସ୍‌କୁ ଛାଡ଼ିଦେଲେ ଟ୍ରାଭେଲ ଏଜେନ୍ସି ଏକପ୍ରକାର ଅଲୋଡ଼ା ହୋଇଯାଇଛି। ତେଣୁ ବ୍ୟାଙ୍କ ଋଣ ଶୁଝିହେଉନି କି ଚାଳକଙ୍କ ଦରମା ଦେଇହେଉନି।
-ରଜନୀକାନ୍ତ ନାଏକ, ଟ୍ରାଭେଲ ଏଜେନ୍ସି ଓନର

 


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri