ଅଶୋକ ଲାଭାସା ଏଡିବି ଉପସଭାପତି

ନୂଆଦିଲ୍ଲୀ,୧୬।୭: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଏହାର ଉପସଭାପତି ଭାବେ ନିଯୁକ୍ତ କରିଛି। ଘରୋଇ କ୍ଷେତ୍ର ପରିଚାଳନା ଏବଂ ଘରୋଇ କ୍ଷେତ୍ର ସହଭାଗିତା ଭଳି ବିଭାଗରେ ଲାଭାସା ଦାୟିତ୍ୱ ସମ୍ଭାଳିବେ। ଲାଭାସା ବର୍ତ୍ତମାନ ଭାରତର ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗର ସଚିବ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ଦିବାକର ଗୁପ୍ତାଙ୍କ ପରେ ଦାୟିତ୍ୱ ଗ୍ରହଣ କରିବେ। ଅଗଷ୍ଟ ୩୧ରେ ଗୁପ୍ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ଜଣାପଡ଼ିଛି। ୨୦୧୮ରେ ଲାଭାସାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଲାଭାସା ଅଷ୍ଟ୍ରେଲିଆର ସଦର୍ନ କ୍ରସ୍‌ ୟୁନିଭର୍ସିଟିରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ବେଳେ ମାଡ୍ରାସ ୟୁନିଭର୍ସିଟିରୁ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜରେ ଏମ୍‌.ଫିଲ୍‌ ଡିଗ୍ରୀ ହାସଲ କରିଛନ୍ତି। ଦିଲ୍ଲୀ ୟୁନିଭର୍ସିଟିରୁ ଇଂରାଜୀ ସାହିତ୍ୟରେ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର,୨୬-୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ପ୍ରଥମଥର ଲାଗି ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ...

ବ୍ୟାଙ୍କଗୁଡିକୁ ଶକ୍ତିକାନ୍ତଙ୍କ ଆହ୍ବାନ: ଚ୍ୟାଲେଞ୍ଜିଂ ସ୍ଥିତିର ସାମ୍ନା ଲାଗି ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୩-୧୨: ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଦେଶର ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ଚ୍ୟାଲେଞ୍ଜିଂ ସ୍ଥିତି ଆଣିପାରେ। ଏହାକୁ ସାମ୍ନା କରିବା ଲାଗି ବ୍ୟାଙ୍କଗୁଡିକ ନିଜକୁ ପ୍ରସ୍ତୁତ କରି...

୨୦ରୁ ଆଦାୟ ହେବ ଟୋଲ୍‌ ଟାକ୍ସ

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରେ ଟୋଲ୍‌ ଟାକ୍ସ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ...

ରିଲାଏନ୍ସ ରିଟେଲର ୨୬% ଅଂଶଧନ କିଣିପାରେ ଆମାଜନ

ନୂଆଦିଲ୍ଲୀ,୨-୮: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବେଜୋସ୍‌ଙ୍କ ଇ-କମର୍ସ କମ୍ପାନୀ ଆମାଜନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଦେଶର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ...

ସୋମବାରଠାରୁ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ସୋମବାରଠାରୁ ସାରାଦେଶରେ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ କରିବେ। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ ଏହି ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଦେଶରେ...

ଜବତ ଦସ୍ତାବିଜ ଫେରିପାଇବା ଉଦ୍ୟମ;ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ କୋଚ୍ଚରଙ୍କ କମ୍ପାନୀ

ନୂଆଦିଲ୍ଲୀ,୧୫-୫: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚର ଏବଂ ଦୀପକ କୋଚ୍ଚରଙ୍କ ସହ ଜଡ଼ିତ କମ୍ପାନୀ ନିଜର ଜବତ ହୋଇଥିବା ଦସ୍ତାବିଜ...

ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯: ଲିଡର୍ସ ରାଜ୍ୟ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ,୧୨।୯ : ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯ର ଦ୍ୱିତୀୟ ସଂସ୍କରଣକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉନ୍ମୋଚନ...

ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭...

Coronavirus Update

Archives

Model This Week

Why Dharitri